ହାଇୱାପଛକୁ ପିଟିଲା କାର,୪ ଗୁରୁତର

ରହୁନାହିଁ ସାଙ୍କେତିକ ଚିହ୍ନ

ବାରଙ୍ଗ,୧୪/୬ (ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର ଚାଳକ ହଇୱା ପଛକୁ ଧକ୍କା ଦେବାରୁ କାରରେ ଥିବା ୪ଜଣ ଗୁରୁତର ହୋଇଛନ୍ତି।ସେମାନେ ସମସ୍ତେ ଗଞ୍ଜାମ ଅଞ୍ଚଳର ବୋଲି ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଡାକ୍ତରଖାନା ପଠାଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅପରାହ୍ନ ପ୍ରାୟ ୨.୩୦ ସୁଦ୍ଧା ଭୁବନେଶ୍ଵର ରୁ କଟକ ଅଭିମୁଖେ ଆସୁଥିବା ଓଡ଼ି-୩୩-ଟି-୪୬୫୬ ମାରୁତି କାରଟି ତ୍ରିଶୁଲିଆ ଛକ ନିକଟ ରେ ଥିବା ହମ୍ପସରେ ଏକ ହାଇୱା ପଛକୁ ଧକ୍କା ଦେଇଥିଲା।ଏଥିରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା।ଘଟଣା ପରେ ହାଇୱା ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଥିଲେ।ଖବର ପାଇ ବାରଙ୍ଗ ଥାନା ସବ-ଇନ୍ସପେକ୍ଟର ହେମନ୍ତ ସେଠି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ୪ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ। ବାରଙ୍ଗ ଅଞ୍ଚଳର ଥିବା ବିଭିନ୍ନ ହମ୍ପସ ପୂର୍ବରୁ କୌଣସି ସାଙ୍କେତିକ ଚିହ୍ନ କିମ୍ବା ରଙ୍ଗ ଲଗାଯାଇନାହିଁ।ଆଉ ଯେଉଁ କେତୋଟି ସ୍ଥାନରେ ରଙ୍ଗ ଲଗାଯାଇଥିଲା ତାହା ଲିଭି ଯିବାରୁ ଗାଡ଼ି ଚାଳକ ମାନଙ୍କୁ ଦୂରରୁ ଦେଖାନ ଯିବାରୁ ବାରମ୍ବାର ଉକ୍ତ ସ୍ଥାନ ମାନଙ୍କରେ ଦୁର୍ଘଟଣା ମାନ ଘଟୁଛି।ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ କ୍ଷତି ହେଉଛି। (ଗୌତମ ରାଉତଙ୍କ ରିପୋର୍ଟ)

Comments (0)
Add Comment