Browsing category

ଅପରାଧ

ହୋଲିରେ ଅଘଟଣ-୧ମୃତ,୧ନିଖୋଜ

ବଲାଙ୍ଗୀର, ୮ା୩(ଏସଏସନିଉଜ) ରଂଗର ପର୍ବ ହୋଲିରେ। ବଲାଙ୍ଗୀର ସହର ଏବଂ କଟକ ଜିଲ୍ଲା ନିଶ୍ଚିତକୋଇଲିରେ ଅଘଟଣ ଘଟିଛି।ହୋଲି ଖେଳପରେ ସାଙ୍ଗମାନଙ୍କର ସହିତ ଗାଧୋଇବାସମୟରେ ୨ଜଣ ଯୁବକ ପାଣିରେବୁଡ଼ି ଯାଇଛନ୍ତି। ବଲାଙ୍ଗୀର ସହରରେ ଜଣେ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିଲା ବେଳେ ନିଶ୍ଚିତକୋଇଲିରେ ନଦୀରେ ଜଣେ ଯୁବକ ନିଖୋଜ ଅଛନ୍ତି ।ବୁହାଳଗାଁର ରାଜକୁମାରସେନାପତି ସାଙ୍ଗମାନଙ୍କ ସହ ନିଶ୍ଚିନ୍ତକୋଇଲିର ନାଗାମଠନିକଟରେ ଯାଇଥିବା ଲୁଣାନଦୀରେ ଗାଧୋଇବାବେଳେ ଜଳରସ୍ରୋତ ଭସାଇ ନେଇଥିଲା। ଖବରପାଇ ଅଗ୍ନିଶମବାହିନୀ ଖୋଜା ଜାରି ରଖିଛନ୍ତି।

ସମୁଦ୍ରମଝିରେ ଗୁପ୍ତଚର ପାରା

ପାରାଦୀପ, ୮ା୩(ଏସଏସନିଉଜ) ସମୁଦ୍ରମଝିରୁ ଦେହରେ ଲାଗିଥିବା କ୍ୟାମେରା ଓ ଚିପ୍ ଥିବା ଏକଗୁପ୍ତଚରପାରାକୁ ଉଦ୍ଧାର କରାଯାଇଛି ।। ପାରାଡେଣାରେ ଏକ ଅଜଣା ବିଦେଶୀଭାଷାରେ ଲେଖାକୁନେଇ ସନ୍ଦେହ ଏବେ ବଢିବାରେ ଲାଗିଛି । କୋଣାର୍କନିକଟ ଗଭୀରସମୁଦ୍ରରେ ସାରଥୀନାମକ ଟ୍ରଲର ମାଛଧରୁଥିବା ସମୟରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପାରାଟିକୁ ଉଦ୍ଧାର କରାଯାଇଛି। ମେରାଇନ୍ ଥାନାପୋଲିସ ପହଞ୍ଚି ଟ୍ରଲରରୁ ପାରାକୁ ଉଦ୍ଧାର କରିଛି ।ତେବେ ଏହି ପାରାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।

ପୁଲିସହେପାଜତରେ ଥିବା ୬ଟିଗାଡ଼ି ଜଳିଗଲା

କୋରାପୁଟ ,୮ା୩(ଏସଏସନିଉଜ) ଟାଉନଥାନା ହକିପଡ଼ିଆରେ ପୁଲିସହେପାଜତରେ ଥିବା ୬ଟିଗାଡ଼ି ଜଳିଯାଇଛି ।କେହିକିଛି ଜାଣିବାପୁର୍ବରୁ ହଠାତ ଲାଗିଯାଇଥିଲା ନିଆଁ ।ଯାହାଫଳରେ ଗତକାଲି ରାତିରେ ୪ଟିକାର୍ ଓ ୨ଟିଅଟୋ ନିଆଁ ଲାଗି ଜଳିଯାଇଥିଲା ।ତେବେ ଏହାକୁ କେହି ଦୁର୍ବୁତ ନିଆଁ ଲଗାଇ ଦେଇଥିବାର ଜଣାପଡିଛି ।  

ଗୋଳାପୋଖରୀ ଛକରେ ପୁଲିସର ଫାଙ୍କା ଗୁଳିଚାଳନା

ବାଲେଶ୍ୱର,୮ା୩(ଏସଏସନିଉଜ) ଟାଉନଥାନାଠାରୁ କିଛି ଦୂରରେଥିବା ଗୋଳାପୋଖରୀ ଛକରେ ମଙ୍ଗଳବାର ରାତିରେ ୨ଗୋଷ୍ଠୀ ମୁହାଁମୁହିଁ ହେବା ଓ ପରିସ୍ଥିତିକୁ ନନିୟନ୍ତ୍ରଣକୁ ଆଣିବାପାଇଁ ପୋଲିସକୁ ଫାଙ୍କାଗୁଳିଚାଳନା କରିବାକୁ ପଡିଛି ।ଏକ ଗୋଷ୍ଠିପକ୍ଷରୁ ଶ୍ରୀରାମନବମୀଉପଲକ୍ଷେ ପତାକାବନ୍ଧା ଏବଂ ଜୟଶ୍ରୀରାମନାରା ପଡ଼ିବାକୁନେଇ ଅନ୍ୟ ଏକଗୋଷ୍ଠୀ ବିରୋଧ ଆରମ୍ଭ କରିଥିଲେ।ଏହାକୁନେଇ ଅପ୍ରତୁକିର ପରିସ୍ଥିତି ସୃଷ୍ଟିହେବାରୁ ଘଟଣାସ୍ଥଳରେ ପହଁଚି ଆଇଆଇସି ପର୍ଶୁରାମସାହୁ ଉଭୟଙ୍କୁ ବୁଝାସୁଝା କରିବା ସହ ଜଣେ ଯୁବକକୁ ଧରି ଥାନାକୁ ଆଣୁଥିôଲେ ।ଏହିସମୟରେ ପୋଲିସ ଉପରକୁ ପ୍ରବଳ ପଥରମାଡ଼ ହୋଇଥିଲା । ଏଥିରେ […]

ହୋଲିରେ ଗଡ଼ିଲା ମୁଣ୍ଡ

ଆଠଗଡ,୮ା୩(ଏସଏସନିଉଜ) ହୋଲିରେ ଆଜି ଗଡିଛି ମୁଣ୍ଡ ।କିଛି ଲୋକ ସଂଘବଦ୍ଧ ହୋଇ ଆକ୍ରମଣ କରିବାରୁ ଗୋଟିଏପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କଟକଜିଲ୍ଲା ତିଗିରିଆଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣାଗ୍ରାମର ମୁଣ୍ଡିଆସାହିରେ ଆଜି ସକାଳେ ଗୋଟିଏ ପରିବାରର ତିନିଜଣଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି ।ଏଥିରେ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ବାପା ଚିନ୍ତାମଣି ବେହେରାଙ୍କର ମୃତ୍ୟୁ ହୋଇଥିବାବେଳେ ମା-ଝିଅ ଗୁରୁତର ଆହତ ହୋଇଛନ୍ତି । ଉଭୟକୁ ଗୁରୁତରଅବସ୍ଥାରେ କଟକ […]

ରାବ୍ରିଦେବୀଙ୍କ ଘରେCBI

ଭୁବନେଶ୍ୱର,୬।୩(ଏସଏସ ନିଉଜ)ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ CBI ଟିମ୍‌ lବିହାର ପାଟନାସ୍ଥିତ ଘରେ CBI ଟିମ୍‌ର ପଚରାଉଚରା ଚାଲିଛି lଚାକିରିପାଇଁ ଜମିଦୁର୍ନୀତି ମାମଲାରେ ପଚରାଉଚରା ହେଉଥିବାର ଜଣାପଡିଛିl

ଘର ଭିତରେ ମହିଳାଙ୍କ ମୃତଦେହ

ଆସିକା,୬।୩(ଏସଏସ ନିଉଜ)ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି lସ୍ବାମୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି lପାଟପୁରଥାନା ଡେଙ୍ଗାଡ଼ିଗାଁରେ ଏହି ଅଭାବନୀୟଘଟଣା ଘଟିଛି ଉଭୟ ସ୍ବାମୀସ୍ତ୍ରୀ ଶିକ୍ଷକ- ଶିକ୍ଷୟିତ୍ରୀ ହୋଇଥିବାବେଳେ ; ଅନ୍‌ଲାଇନ୍‌ ମନି ଗେମ୍‌ ପାଇଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। l

ବାଣବିସ୍ଫୋରଣରେ ଜଳିଗଲା ଘର

ଖୋର୍ଦ୍ଧା,୬।୩(ଏସଏସନିଉଜ) ବାଣ ବିସ୍ଫୋରଣରେ ଜଳିଗଲା ଘର lଟାଙ୍ଗୀଥାନା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟିଛି l ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘରଭିତରେ ୪ ଜଣ ଫସିଛନ୍ତି lବର୍ତ୍ତମାନସୁଦ୍ଧା ୪ ଜଣଙ୍କ ବାବଦରେ କିଛି ସୂଚନା ମିଳିନି lଦୋଳ ପ୍ରସ୍ତୁତିପାଇଁ ଘର ଭିତରେ ବାଣ ରଖାଯାଇଥିବା ସୂଚନା ମିଳିଛି l

କାଠଫାଳିଆରେ ପିଟିପିଟି ହତ୍ୟା!

ବଣାଇ,୬।୩(ଏସଏସନିଉଜ) ମହୁଲପଦାଥାନା ହାତୀସୋଲ ଗାଁରେ ହତ୍ୟାକାଣ୍ଡ ଘଟିଛି। ଜମି ପାଇଁ ବିଳମ୍ବିତ ରାତିରେ ପଡ଼ୋଶୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ l

ହାଇୱାକୁ ପଛରୁ ପିଟିଲା କାର୍,୧ମୃତ

ନିଆଳି,୬।୩(ଏସଏସନିଉଜ) ଆମଣାକୁଦ ଛକରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି।ପାର୍କିଂ କରିଥିବା ଏକ ହାଇୱାକୁ ପଛରୁ ପିଟିଛି କାର୍।ଏଥିରେ ୭ବର୍ଷର ପୁଅ ମୃତୁବରଣକରିଥିବାବେଳେ ବାପାମାଆ ଓ ଦେଢବର୍ଷର ଝିଅ ଗୁରୁତର ହୋଇଛି।ଜଗତସିଂହ ପୁରର ହାଜିପୁରାରୁ ଚଣାହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି l