Browsing category

ଅପରାଧ

କାଠଫାଳିଆରେ ପିଟିପିଟି ହତ୍ୟା!

ବଣାଇ,୬।୩(ଏସଏସନିଉଜ) ମହୁଲପଦାଥାନା ହାତୀସୋଲ ଗାଁରେ ହତ୍ୟାକାଣ୍ଡ ଘଟିଛି। ଜମି ପାଇଁ ବିଳମ୍ବିତ ରାତିରେ ପଡ଼ୋଶୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ l

ହାଇୱାକୁ ପଛରୁ ପିଟିଲା କାର୍,୧ମୃତ

ନିଆଳି,୬।୩(ଏସଏସନିଉଜ) ଆମଣାକୁଦ ଛକରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି।ପାର୍କିଂ କରିଥିବା ଏକ ହାଇୱାକୁ ପଛରୁ ପିଟିଛି କାର୍।ଏଥିରେ ୭ବର୍ଷର ପୁଅ ମୃତୁବରଣକରିଥିବାବେଳେ ବାପାମାଆ ଓ ଦେଢବର୍ଷର ଝିଅ ଗୁରୁତର ହୋଇଛି।ଜଗତସିଂହ ପୁରର ହାଜିପୁରାରୁ ଚଣାହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି l

ମୋତେ ସୁରକ୍ଷାଦିଅନ୍ତୁ-ଇମ୍ରାନ ଖାନ

ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୋତେ ସୁରକ୍ଷାଦିଅନ୍ତୁ, ନଚେତ ମୋ ଜୀବନ କେତେବେଳେ ବି ଚାଲିଯାଇ ପାରେ ବୋଲି ଇମ୍ରାନ ଖାନ କହିଛନ୍ତି।ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆ) ମୁଖ୍ୟ ଦାବି କରିଛନ୍ତିକି, ଇମ୍ରାନଙ୍କୁ ହତ୍ୟାକରିବା ପାଇଁ ଷଡଯନ୍ତ୍ର କରାଯାଉଛି।ଦେଶର ପୂର୍ବତନପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ତାଙ୍କୁ ଯେତେକି ସୁରକ୍ଷା ବ୍ୟବସ୍ଥା ଦେବାକଥା ସେତିକି ଦିଆଯାଇନାହିଁ।ଜାମିନ ବିହୀନ ଗିରଫ ପରୱାନାରୁ ବଞ୍ଚିବା ପରେ ଇମ୍ରାନଖାନ ମୁଖ୍ୟ ବିଚାରପତି ଉମର ତା ବନ୍ଦିୟାଲଙ୍କୁ ଲେଖିଛନ୍ତି ଚିଠି l

ରେଳଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ବାରଙ୍ଗ,୫ା୩(ଏସଏସନିଉଜ)ରବିବାର ବଢିଭୋରସମୟରେ କଳାଝରିଗାଁମୁଣ୍ଡ ରେଳ ଧାରଣାରୁ ଏକ ଯୁବକର ମୃତଦେହକୁ ମଂଚେଶ୍ୱରଜିଆରପି ପୋଲିସ ଜବତ କରିଛି ।ମୃତଯୁବକ ପାଖରେ ପଡିଥିବା ମୋବାଇଲ ସିମ୍‌ରୁ ମୃତ ଯୁବକର ପରିଚୟ ପାଇବା ସହ ତାପରିବାରକୁ ପୋଲିସ ଖବର ଦେଇଛି ।ତେବେ ମୃତ ଯୁବକ ହେଉଛନ୍ତି କଲିକତାର ଅରୁଣସିଂ ବୋଲି ମଂଚେଶ୍ୱରଜିଆରପିଫାଣ୍ଡିଅଧିକାରୀ ରାମଚନ୍ଦ୍ରହାତୀ କହିଛନ୍ତି ।ତେବେ ଅରୁଣ ଟ୍ରେନରୁ ଖସିପଡିଥିବାପରେ ଟ୍ରେନଟି ତାଉପରେ ଚଢିଯାଇଥିବାର ଶରୀର ଦୁଇଖଣ୍ଡ ହୋଇଯାଇଥିବାର ପୋଲିସ ଅନୁମାନ କରୁଥିବାବେଳେ ୧୭/୨୩କେଶନଂଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତ କରି […]

ଘରଭାଙ୍ଗିଲା ଓ ଧାନଖାଇଲା ହାତୀ

ଖୁଣ୍ଟୁଣୀ,୪ା୩(ଏସଏସନିଉଜ)ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତଜଙ୍ଗଲର ଏକ ଦଳଛଡା ଦନ୍ତାହାତୀ ବିଳମ୍ଭିତରାତିରେ ଗୁରୁଡ଼ିଝାଟିଆଥାନା ସୁଆଁପଶିଗ୍ରାମରେ ରବୀନ୍ଦ୍ରସାମଲଙ୍କ ଘରକୁ ଭାଙ୍ଗିଦେଇଛି ।ହାତୀ ଘର ଭାଙ୍ଗୁଥିବାର ପରିବାର ଲୋକ ଜାଣିବାପରେ ନିଜ ଜୀବନକୁ ବାଂଚଇବାକୁ ଯାଇ ଗୋଟିଏ କୋଣରେ ଠିଆହୋଇ ରହିଯାଇଥିଲେ ।ଏହାପରେ ଦନ୍ତାଟି ସୁଆଁପଶି ଗ୍ରାମର ରବୀନ୍ଦ୍ରସାମଲଙ୍କଘର ବାରଣ୍ଡାରେ ଥିବା ଧାନବସ୍ତାକୁ ଟେକିନେଇ ଖାଇବାସହ ଘର ଭାଙ୍ଗିଥିଲା ।  

ଜନ୍ମକଲା ମାଆକୁ କଟୁରୀରେ ହାଣିଲା ପୁଅ

ଯାଜପୁର,୫ା୩(ଏସଏସନିଉଜ) ଜଣେପୁଅ ତାର ନିଜ ଜନ୍ମକଲା ମାଆକୁ କଟୁରୀରେ ହାଣିବାଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଯାହାଫଳରେ ମାଆଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।ବିଞ୍ଚ୍ଝାରପୁର ବିନ୍ଧାଣିଗ୍ରାମରେ ଏହିଘଟଣା ଘଟିଛି ।ମାଆ ଓ ପୁଅ ମଧ୍ୟରେ କୈାଣସି କାରଣରୁ କଳହ ଓ ପରେ ଉତକ୍ଷିପ୍ତହୋଇ ପୁଅ ମାଆକୁ କଟୁରୀରେହାଣି ରକ୍ତାକ୍ତ କରିଦେଇଥିଲା । ତେବେ ଘଟଣାସ୍ଥଳରେ ମାଆର ଜୀବନ ଚାଲିଯାଇଛି । ଖବରପାଇ ପୋଲିସ ପହଁଚି ୁ ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।ଏହି ଘଟଣାରେ ପୁଅକୁ […]

ଦେଶୀମଦ ଜବତ

ମେଣ୍ଢାଶାଳ,୪/୩(ଏସଏସନିଉଜ)ଚନ୍ଦକାଥାନାପୁଲିସ ବେଆଇନ ଦେଶୀମଦ ବିକ୍ରି ଅଭିଯୋଗରେ ମହୁଲ ନୁଆସାହି ଗ୍ରାମର ବେଣୁଧର ମହାରଣାଙ୍କୁ ଗିରଫକରି ଶନିବାରଦିନ କୋର୍ଟଚାଲାଣ କରାଯାଇଛି ।ବେଣୁଧର ତାଙ୍କଗାଁମୁଣ୍ଡରେ ବେଆଇନ ଦେଶୀମଦ ବିକ୍ରି କରୁଥିବାବେଳେ ଚନ୍ଦକାପୋଲିସ ହାତରେ ଶୁକ୍ରବାର ରାତିରେ ଧରାପଡିଥିଲା ।ପୋଲିସତାଠାରୁ ୪୦ଲିଟର ଦେଶୀମଦ ଜବତକରିବାସହ ତାକୁ ଗିରଫକରି ୬୯/୨୩କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଲାଣ କରିଛନ୍ତି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ଅଳିଆ ଗଦାରେ ସ୍ବାସ୍ଥ୍ୟକାର୍ଡ !

ଭୁବନେଶ୍ୱର,୪।୩(ଏସଏସ ନିଉଜ) ପାରଳାଖେମୁଣ୍ଡିରେ ଅଳିଆ ଗଦାରେ ପଡ଼ିଛି ସ୍ବାସ୍ଥ୍ୟକାର୍ଡ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସ ଅଳିଆ ଗଦାରେ ସ୍ବାସ୍ଥ୍ୟକାର୍ଡ। ଅଳିଆ ଗଦାରେ ପଡ଼ିଛି ଶହ ଶହ ସ୍ବାସ୍ଥ୍ୟକାର୍ଡ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ଯୋଜନାର ସ୍ବାସ୍ଥ୍ୟବୀମା କାର୍ଡ ବୋଲି ସୂଚନା ମିଳିଛି।

ଜଳିଗଲା କାର୍

ପିପିଲି,୪ ୩(ଏସଏସନିଉଜ) ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହେବା ପରେ ଜଳିଗଲା କାର୍।ସତ୍ୟବାଦୀବ୍ଲକ ବୀରଗୋବିନ୍ଦ ପୁର ନିକଟରେ ଜଳିଗଲା କାର୍।କାରରେ ଥିବା ଜଣେ ଶିଶୁ ସମେତ ୩ ଜଣ ଗୁରୁତର ହୋଇଛନ୍ତି।୩ଗୁରୁତର ଙ୍କୁ ଉଦ୍ଧାର କରି ପୁରୀ ମେଡିକାଲ ସ୍ଥାନାନ୍ତର କରାଯାଇଛି।

କିରାଣିଙ୍କ ମୁଣ୍ଡ ଫଟାଇଲା 5T ସ୍କୁଲ

ପିପିଲି,୪।୩(ଏସଏସନିଉଜ) ସ୍କୁଲ ଛାତରୁ ପ୍ଲାଷ୍ଟର ଖସି କିରାଣି ଆହତ ହୋଇଛନ୍ତି।5T ଅନ୍ତର୍ଗତ ସତ୍ୟବାଦୀ ବନ ବିଦ୍ୟାଳୟ ରେଏହି ଅଘଟଣ ଘଟିଛି।ପ୍ଲାଷ୍ଟର ମାଡ଼ରେ କିରାଣିଙ୍କ ମୁଣ୍ଡ ଫାଟିବାରୁ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।