ଜଳୁଛି ଲକ୍ଷ୍ମୀମାର୍କେଟ କଂପ୍ଲେକ୍ସ

ପୁରୀ,୯।୩(ଏସଏସନିଉଜ)୧୧ଘଣ୍ଟା ହେଲା ଜଳୁଛି ଲକ୍ଷ୍ମୀ ମାର୍କେଟ। ପୁରୀ ମରିଚିକୋଟ ଛକ ଲକ୍ଷ୍ମୀମାର୍କେଟକଂପ୍ଲେକ୍ସ ଏବେ ବି ଜଳୁଛି। କାଲିରାତି ୮ଟାରୁ ନିଆଁ ଲାଗିଥିଲେ ବି ଏଯାବତ ସମ୍ପୂର୍ଣ୍ଣ ଲିଭିନାହିଁ। ଅଗ୍ନିକାଣ୍ଡକୁ ୧୧ ଘଣ୍ଟା ବିତିଥିଲା ବେଳେଏବେବି ଧୂଆଁ ବାହାରୁଛି। ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ପୁରୀ ଏସ୍‌ପି। ୨ରୁ ୩ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରିବାକୁ ଆଶା ରଖିଛୁ ବୋଲି କହିଛନ୍ତି।ଏହା ସହ ଭୟଭୀତ ନହେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି ନିଆଁ ଲିଭାଉଥିବା କର୍ମଚାରୀ। ଅଗ୍ନିଶମଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

Comments (0)
Add Comment