Browsing category

ଅପରାଧ

ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ

ବଲାଙ୍ଗିର,୧୮।୧(ଏସଏସନିଉଜ) କଂଗ୍ରେସପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି। କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଛି। ଗତ ୧୨ରେ ଜିଲ୍ଲାପାଳ-ବିଧାୟକ ପାଟିତୁଣ୍ଡ ଘଟଣାରେ ଆନ୍ଦୋଳନ ହେଉଛି। ବିଜୁ କେବିକେ ପାଣ୍ଠିକୁ ଜିଲ୍ଲାପାଳ ଅନ୍ୟତ୍ର ବିନିଯୋଗ ନେଇ ବଚସା ହୋଇଥିଲା।  

ହ୍ୟୁମାନସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର,୧୭।୧(ଏସଏସ ନିଉଜ)ହ୍ୟୁମାନସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆସିଛି।ନିର୍ଯାତନା ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ପତ୍ନ।କଟକ DCPଙ୍କୁ ଭେଟି ଅଭିଯୋଗ କରୁଛନ୍ତି ହ୍ୟୁମାନଙ୍କ ପତ୍ନୀ।ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି।କାଉନସିଲିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି।

ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା

ମାଲକାନଗିରି,୧୭ ୧(ଏସଏସ ନିଉଜ)ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା ହୋଇଛି।ମହୋତ୍ସବରେ ପ୍ରବଳ ଭିଡ଼ରୁ ଦଳାଚକଟା ହେବାରୁ ୫ଜଣ ଆହତ ହୋଇଥିବାର ଜଣାପଡିଛି।ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା।ଗତକାଲି ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆଙ୍କ କାର୍ଯ୍ୟକ୍ରମ ଥିଲା।

ଫରେଷ୍ଟ ଗାର୍ଡକୁ ଆକ୍ରମଣକଲା ହାତୀ

ବଡମ୍ବା,୧୬।୧(ଏସଏସନିଉଜ) ବଡମ୍ବାରେଞ୍ଜ ଅଧିନସ୍ତ ବାଣପୁର ଜଙ୍ଗଲରେ ହାତୀ ଆକ୍ରମଣରେ ନଳିନୀ ବେହେରା ନାମକ ମହିଳା ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି। ଜଙ୍ଗଲକୁ ହାତୀର ଗତିବିଧି ନଜର ରଖିବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯିବାରୁ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେବା ସହ ଗୋଡ଼ରେ ଦଳି ଦେଇଥିଲା।ଫଳରେ ଘଟଣାସ୍ଥଳରେ ନଳିନୀ ବେହୋସ ହୋଇ ପଡ଼ିଥିଲେ ।ସାଙ୍ଗରେ ଥିବା ଅନ୍ୟ ସାଥିମାନଙ୍କୁ ହାତୀ ଗୋଡାଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ବାଣପୁରଗାଁ ଲୋକେ ମହିଳାଙ୍କୁ ଉଦ୍ଧାର କରି […]

ବଡମ୍ବା ଟି-ବ୍ରିଜ୍ ରେ ଦଳାଚକଟା

କଟକ, ୧୪/୧(ଏସଏସନିଉଜ) ମହାନଦୀଉପରେ ବଡ଼ମ୍ବା ସିଂହନାଥପୀଠକୁ ସିଧାସଳଖ ସଂଯୋଗକରୁଥିବା ଟି-ବ୍ରିଜ ଉପରେ ପ୍ରବଳ ଭିଡ଼ ଜମିବାରୁ ଦଳାଚକଟା ହୋଇ ୧୬ ଜଣ ଲୋକେ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟ ହୋଇଥିବାର ଜଣାପଡିଛିା ଆଜି ମକର ମେଳା ଥିବାରୁ ପ୍ରବଳ ଲୋକଙ୍କ ସମାଗମ ହେବାରୁ ବ୍ରିଜ ଉପରେ ପ୍ରବଳ ଭିଡ଼ ହୋଇଥିଲା। ବ୍ରିଜ୍‌ଟି ଅତି ସଂକୀର୍ଣ୍ଣ ଥିବା ବେଳେ ମକରମେଳା ହେତୁ ବହୁ ଲୋକଙ୍କ ସମାଗମ ଏଠାରେ ହୋଇଥିଲା। ସକାଳ ସମୟରୁ ହଁ ପ୍ରବଳ ଭିଡ଼ ଲାଗି […]

କୁଆଖାଇ ନଦୀରୁ ଅଜଣାମୃତଦେହ ଉଦ୍ଧାର

ବାରଙ୍ଗ, ୧୪/୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ ନିକଟସ୍ଥ କୁଆଖାଇ ନଦୀରୁ ଶନିବାର ସକାଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଶନିବାର ସକାଳେ ୮ଟା ସମୟରେ ବରିମୁଣ୍ଡ ଭୁଁୟାସାହି ନିକଟସ୍ଥ କୁଆଖାଇ ନଦୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଓ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।ଅଗ୍ନିଶମ ବାହିନୀ ନଦୀରୁ ମୃତଦେହକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ।ଯୁବକଙ୍କ ବୟସ ଆନୁମାନିକ […]

ଫୁଙ୍କୁନଳିରେ ସ୍ତ୍ରୀ ଓ ଶାଶୁକୁ ଆକ୍ରମଣ କରି ସ୍ୱାମୀ ଗିରଫ

ଚନ୍ଦକା, ୧୪/୧(ଏସଏସନିଉଜ)ପାରିବାରିକ ବିବାଦକୁ କେନ୍ଦ୍ରକରି ସ୍ତ୍ରୀ ଓ ଶାଶୁକୁ ଫୁଙ୍କୁନଳିରେ ଆକ୍ରମଣ କରି ସ୍ୱାମୀ ଗିରଫ ହୋଇଛନ୍ତି ।ଗିରଫହୋଇଥିବା ସ୍ୱାମୀ ହେଲେ କାଟେଣିର ମୁନାପିଙ୍ଗୁଆ । ଗତକାଲିରାତିରେ ନିଶାଶକ୍ତ ଅବସ୍ଥାରେ ମୁନା ଶଶୁରଘରକୁ ଯାଇଥିଲେ ।ସେଠାରେ ପୂର୍ବରୁ ରହିଥିବା ପାରିବାରିକ ବିବାଦକୁ ନେଇ ସ୍ତ୍ରୀ ଓ ଶାଶୁଙ୍କ ସହ ଯୁକ୍ତିତର୍କ କରିବା ସହିତ ଅଶ୍ଳୀଳଭାଷାରେ ଗାଳିମନ୍ଦ କରିଥିଲେ । ଏହିସମୟରେ ଉତକ୍ଷିପ୍ତହୋଇ ପାଖରେଥିବା ଏକ ଫୁଙ୍କନଳି ସହାୟତାରେ ଉଭୟ ସ୍ତ୍ରୀ ଓ ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ […]

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚନ୍ଦକା, ୧୪/୧(ଏସଏସନିଉଜ ) ଚନ୍ଦକାଥାନା ଅଧିନସ୍ଥ କଣ୍ଟାବାଡ ପଞ୍ଚାୟତର ନୋଧରା ଆଦିବାସୀ ସାହିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଶନିବାରଦିନ ପୁଲିସ ଉଦ୍ଧାର କରିଛି । ମୃତ ମହିଳାଙ୍କ ନାମ ସୀତା ତିୟୁ(୪୫) । ସକାଳ ସାଢେ ସାତଟା ବେଳେ ମୃତ ମହିଳାଙ୍କ ପୁଅ କୃଷ୍ଣ ତିୟୁ (୨୨) ମା’ ବେକରେ ଗାମୁଛା ବାନ୍ଧି ଘର ଭିତର ପାଖ ସ୍କାଏଲାଇଟ ରେ ଝୁଲିଥିବାର ଦେଖି ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇବାପରେ ୧/୨୩କେଶନଂରେ ଏକ […]

ମହିଳା କ୍ରିକେଟରଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ନିଖୋଜଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତାମୃତଦେହ ଗୁରୁଡିଝାଟିଆଥାନା ନିକଟସ୍ଥ ଘଂଚଜଙ୍ଗଲରୁ ଠାବ ହୋଇଛି । ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ଓଡ଼ିଶା କୋଚା୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ଦର୍ଶାଯାଇଛି ।୨୫ଜଣିଆ ମହିଳାକ୍ରିକେଟ ପ୍ରଶିକ୍ଷଣଶିବିରରେ ସେ ଯୋଗଦେଇଥିଲୋକଟକର ଏକ ହୋଟେଲରେ ରହି ନୟମିତଭାବେ ଟ୍ରେନିଂଶିବରକୁ ଯାଉଥିଲେ ।ରାଜଶ୍ରୀଙ୍କ କଲ୍ ଡିଟେଲ୍ସ ପାଇଛି ପୋଲିସ  ।କଟକ ବିଡ଼ାନାସିରେ ରହୁଥିବା ରାଜଶ୍ରୀଙ୍କର ଉଊଇ-ଧବଳେଶ୍ବର ଓରଣ୍ଡାପର୍ଯ୍ୟନ୍ତ ମିଳିଲା […]

ବିଧାୟକଙ୍କ ପାଖକୁ ମିଳିଲା ୧୬ କୋଟି !

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ମମତା ବାନାର୍ଜୀଙ୍କ ଟିଏମସିରୁ ଜାଙ୍ଗିପୁର ବିଧାୟକ ହୋଇଥିବା ଜାକିର ହୁସେନଙ୍କ ଘର ଓ ଫ୍ୟାକ୍ଟ୍ରୀରୁ ଆୟକରବିଭାଗ ନଗଦ ୧୬ କୋଟିଟଙ୍କା ଜବତ କରିଛି । ହୁସେନ ବିଡି କମ୍ପାନୀ ମାଲିକ ଭାବେ ପରିଚିତ ବିଧାୟକ ତାଙ୍କର ମୁର୍ଶିଦାବାଦର ସୁତିରେ ଆୟକର ବିଭାଗର ଏକାଧିକ ଟିମ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଆୟକରବିଭାଗର ୨୪ଜଣଅଧିକାରୀ ହୁସେନଙ୍କ ଘରୁ ପ୍ରଥମେ ନଗଦ ୧ କୋଟି ,ଚାଉଳ ଓ ମଇଦା ମିଲ୍‌ରୁ ଆଉ […]