ନନ୍ଦନକାନନରେ ଦଳଉପରେ ଚଢି ଯାଉଛନ୍ତି ପର୍ଯ୍ୟଟକ

ବାରଙ୍ଗ,୨୨/୧(ଏସଏସନିଉଜ)ନନ୍ଦନକାନନର ବିକାଶପାଇଁ ରାଜ୍ୟ ତଥା କେନ୍ଦ୍ରସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ଆସୁଛି ।ଏହାକୁ ବିନିଯୋଗ କରି ନନ୍ଦନକାନନକୁ ଆହୁରି ଆକର୍ଷଣୀୟ କରିବାପାଇଁ ରେଞରମାନେ ଯୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।ଠିକଦାରିକରିବା ନିଶାରେ ବ୍ୟସ୍ତଥିବା ରେଞରମାନେ କରୁଥିବା ଉନ୍ନୟନମୁଳକକାର୍ଯ୍ୟ ପାଇଁ ପର୍ଯ୍ୟଟକମାନେ କେତେଦୁର ହଇରାଣ ହେଉଛନ୍ତି ତାହାକୁ ମଧ୍ୟ ଭୁଲିଯାଇଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ଏବେ ନନ୍ଦନକାନନରେ ହେଉଥିବା ଦଳସଫାକାମରେ ଦେଖିବାକୁ ମିଳିଛି ।
ପ୍ରକାସଯେ,ଲକ୍ଷାଧିକ ଟଙ୍କା ବ୍ୟୟବରାଦକରାଯାଇ କାଞିଆଦ୍ରଦକୁ ସଫାକରାଯାଉଛି ।କାଞିଆହ୍ରଦକୁ ଦଳମୁକ୍ତ କରିବାପାଇଁ ରେଞରମାନେ କାମରେ ଲାଗିପଡିଛନ୍ତି ।କିନ୍ତୁ କାଞିଆରୁ ବାହରୁଥିବା ଦଳଗୁଡିକୁ ରାସ୍ତାଉପରେ ପାହଡଭଳି ଗଦାଇରଖୂଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ବିପଦର କାରଣ ପାଲଟିଛି ।କାଞିଆହ୍ରଦରୁ ବାହାରୁଥିବା ଦଳକୁ କାଞିଆକୁଳରାସ୍ତାରେ ପାହଡଭଳିଗଦା କରାଯାଇ ରଖାଯାଉଛି ।ଦଳସଫାପାଇଁ ଏହରାସ୍ତାକୁ ବ୍ୟବହାର କରାଯାଇଥିବାରୁ ଯାତାୟତ ବନ୍ଦ କରାଯାଇଥିବାର କୈାଣସି ସୁଚନାଫଳକ ମରାଯାଇନାହିଁ ।ଫଳରେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ପଶୁପକ୍ଷୀମାନଙ୍କୁ ଦେଖିବାକୁ ଯାଉଥିବାବେଳେ କାଞିଆକୁଳରାସ୍ତାଦେଇ ଯାଉଛନ୍ତି ।ପର୍ଯ୍ୟଟକମାନେ ଜାଣିପାରୁନଥିବାରୁ ଏହିରାସ୍ତାରେ ପାହଡଭଳି ଗଦା ହୋଇଥିବା ଦଳଉପରେ ବିପଦପୁର୍ଣ ଅବସ୍ଥାରେ ଚଢି ଯାଉଥିବାର ଦେଖିବାକୁ ମିଳିଛି ।

Comments (0)
Add Comment