Browsing category

ଅପରାଧ

ବାରଙ୍ଗରେ ଚାଲିଛି ବେଆଇନ ବାଲିଉଠା

ବାରଙ୍ଗ,୯ା୧(ଏସଏସନିଉଜ) କଟକଭୁବନେଶ୍ବର ଓ ଏହାର ଉପକଣ୍ଠରେ ହେଉଥିବା ବିଭିର୍ଣ ଉନୟନମୂଳକ କାର୍ଯ୍ୟନିମନ୍ତେ ଆଵଶ୍ୟକତାଥିବା ଲଘୁଖଣିଜଜାତ ଦ୍ରବ୍ୟର ଉସ୍‌ସାଜିଥିବା ବାରଙ୍ଗ ଉପରେ ଅଂଚଳବାସୀ ଉପରେ ନିର୍ଭର କରିଥାନ୍ତି ।ଏହାକୁ ଦୃଷ୍ଟିରେ ରଖି ବାରଙ୍ଗତହସିଲ ପକ୍ଷରୁ କିଛିଜାଗାରେ ବାଲିଘାଟ ନିମନ୍ତେ ନିଲାମ ସୁତ୍ରରେ ଦିଆଯାଇଛି ।ଏସବୁସତ୍ୱେ ଚୋରାରେ ବାଲି ଉଠିବା ଏକ ନିତିଦିନିଆ ଘଟଣା ପାଲଟିଛି ।ଅନ୍ୟପଟେ ବାଲିମାଫିଆମାନେ ବେଆଇନଭାବେ ନଦୀପଠାରୁ ବାଲିଉଠାଇବା ସହ ସରକାରୀ ଜାଗାକୁ ଜବରଦଖଲ କରି ବାଲିଗଛିତରଖି ବିକ୍ରି କରିଚାଲିଛନ୍ତି ।ଏସବୁସତ୍ୱେ ତହସିଲପକ୍ଷରୁ ଦୃଷ୍ଠାନ୍ତମୁଳକଭାବେ କାର୍ଯ୍ୟାନୁଷ୍ଠାନ […]

ବସରେ ଲାଗିଗଲା ନିଆଁ

ସାକ୍ଷୀଗୋପାଳ,୯।୧(ଏସଏସନିଉଜ)ସାକ୍ଷୀଗୋପାଳମନ୍ଦିର ନିକଟରେ ଆଜି ଏକ ଏକ ୟୁପି୭୫-ଏଟି-୧୭୭୬ନଂ ଯାତ୍ରୀବାହୀ ବସଟିରେ ନିଆଁ ଲାଗିଯାଇଥିଲା ।ବସଟି ଉତରପ୍ରଦେଶରୁ ୫୦ରୁଉର୍ଦ୍ଧ ଯାତ୍ରୀନେଇ ଗଙ୍ଗାସାଗର ବୁଡକୁ ଆସିଥିଲ।।ବସଟି ମନ୍ଦିର ନିକଟରେ ଥୁଆହୋଇଥିବାବେଳେହଠାତ ଜଳିଉଠିଥିଲା ।ଯଦିଓ କେହି ମୃତାହାତ ହୋଇନାହାନ୍ତି ତଥାପି ଯାତ୍ରୀମାନଙ୍କର କିଛିଆସବାସପତ୍ର ଓ ଟଙ୍କାପଇସା ଜଳିଯାଇଥିବାର ଜଣାପଡିଛି ।ଖବରପାଇ ଦମକଳ ଆସି ନିଆଁକୁ ଆୟତ କରିଥିଲା ।ନିଆଁ ଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ବେଟାରିରୁ ସର୍ଟସର୍କିଟ ଯୋଗୁ ଏପରି ହୋଇଥିବାର ଅନୁମାନ କରାଯାଉଛି ।  

ହାତୀନେଲା ୪ଜଣଙ୍କ ଜୀବନ

ଭୁବନେଶ୍ୱର,୭ା୧(ଏସଏସନିଉଜ) ଆଜି ଭୋରସମୟରେ ଅନୁଗୁଳବ୍ଲକଅନ୍ତର୍ଗତ ଛେଳିଆପଡ଼ା, ବାରସିଙ୍ଗା, ଅଙ୍ଗାରବନ୍ଧଗ୍ରାମରେ ହାତୀଆକ୍ରମଣରେ ୪ଜଣଙ୍କର ମୃତ୍ୟୁଘଟିଛି।ମୃତକ ହେଉଛନ୍ତି ଛେଳିଆପଡ଼ାଗ୍ରାମର ସୁବାସବିଶ୍ଵାଳ , ବାରସିଙ୍ଗାଗ୍ରାମର ରମେଶସ୍ୱାଇଁ.ଅଙ୍ଗାରବନ୍ଧଗ୍ରାମର ଅନିରୁଦ୍ଧସାହୁ , ଗଡ଼ସନ୍ତ୍ରୀଗ୍ରାମ ଜାମ୍ବୁସାହିର ଅଜୟସାମଲା ଆଜି ଏହିଭଳିଏକ ଦୁଃଖଦ ଘଟଣା ଘଟିଯାଇଛି। ଏକା ସମୟରେ ଆଖପାଖ ଅଞ୍ଚଳରେ ଚାରିଜଣ ହାତୀଆକ୍ରମଣରଶିକାର ହୋଇ ଚାରି ଜଣଙ୍କର ମୃତ୍ୟୁ ହୋଇଛିା

୩୦ଫୁଟତଳକୁ ଖସିଲା ବୋଲେରୋ

ଭୁବନେଶ୍ୱର,୭ା୧(ଏସଏସନିଉଜ)ବଣଭୋଜି କରି ହସଖୁସିରେ ବୋଲେରୋରେ ଘରକୁ ଫେରୁଥିଲେ ମେଡିକାଲ କର୍ମଚାରୀ ।, ହେଲେ ବୋଲେରୋଟି ସାଳନ୍ଦିନଦୀ ପୋଲ ଅତିକ୍ରମ କରୁଥିବାବେଳେ ୩୦ଫୁଟତଳକୁ ଖସି ପଡ଼ିଥିଲା। ମୟୂରଭଞ୍ଜଜିଲ୍ଲା ମହୁଲିଆ ଥାନା ଅନ୍ତର୍ଗତ ବାଗଦଫାନିକଟରେ ଗତକାଲି ବିଳମ୍ବିତରାତିରେ ଏହି ସଡ଼କଦୁର୍ଘଟଣା ଘଟିଛି ।  

ଜଳିଗଲା ୩୦ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୭ା୧(ଏସଏସନିଉଜ) ରାୟଗଡ଼ାଜିଲା କଲ୍ୟାଣସିଂହପୁରବ୍ଲକ ଧାମୁଣିପଙ୍ଗାପଞ୍ଚାୟତ ଅନ୍ତର୍ଗତ ଖୁଦଭଟାଗାଁରେ ଅଚାନକ ନିଆଁଲାଗି ୩୦ କୁଇଣ୍ଟାଲ ଧାନ ଜଳିଯାଇଛି ।ଖୁଦଭଟାଗାଁର ଲକ୍ଷ୍ମଣକର୍ଷିକା ନିଜଜମିରେ ଧାନ ଅମଳକରି ଖଳାରେ ଧାନମଳାଇ ରଖିଥିବାବେଳେ ତାହା କୌଣସିକାରଣରୁ ଅଚାନକ ନିଆଁ ଲାଗିଯାଇଥିଲାା  

ଅଳ୍ପକେ ବର୍ତ୍ତିଲା ପୁରୀ-ଜଳେଶ୍ୱର ମେମୁ ଟ୍ରେନ

ଭୁବନେଶ୍ୱର,୭ା୧(ଏସଏସନିଉଜ) ଅଳ୍ପକେ ବର୍ତ୍ତିଯାଇଛି ପୁରୀ-ଜଳେଶ୍ୱର ମେମୁ ଟ୍ରେନ । ରାଜମହଲ ଓଭରବ୍ରିଜ ତଳେ ଟ୍ରେନ ଉପରେ ଛିଣ୍ଡି ପଡ଼ିଥିଲା ବିଦ୍ୟୁତ ତାରା ଟ୍ରେନ ତାରତଳେ ପଡିବାପରେ ଟ୍ରାକକଡ଼ରେ ନିଆଁଲାଗି ଯାଇଥିଲା ।ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।  

୯୦କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର,୭ା୧(ଏସଏସନିଉଜ) ମହାରାଷ୍ଟ୍ର ଆଣ୍ଟିନାର୍କୋଟିକ୍ସ ସେଲ ଅମ୍ବରନାଥଅଞ୍ଚଳରୁ ୩ଡ୍ରଗ୍ ବେପାରୀଙ୍କୁ ଗିରଫକରିଛିା ଅନ୍ତର୍ଜାତୀୟବଜାରରେ ୧୭ଲକ୍ଷଟଙ୍କା ମୂଲ୍ୟର ୯୦କେଜି ଗଞ୍ଜେଇ ଉଦ୍ଧାର କରିଛିା ଏହାସହ ୩ବେପାରୀଙ୍କ ବିରୋଧରେଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିବାର ଜଣାପଡିଛି ।  

୧୯ଡିଗ୍ରୀ କଲେଜକୁ ସୋ-କଜ୍ ନୋଟିସ!

ଭୁବନେଶ୍ୱର,୭ା୧(ଏସଏସନିଉଜ) ୧୯ଡିଗ୍ରୀ କଲେଜକୁ ଉଚ୍ଚଶିକ୍ଷା ବିଭାଗର ସୋ-କଜ୍ ନୋଟିସ ଦିଆଯାଇଛି। ସାମ୍ସନିୟମ ଉଲ୍ଲଂଘନକରି ପିଲାଙ୍କ ଆଡମିଶନକରିଥିବାରୁ ପିଲାଙ୍କଭବିଷ୍ୟତ ନଷ୍ଟ ଆଶଙ୍କାକରାଯାଇ ନୋଟିସ କରାଯାଇଛି। ଏଥିପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଜାନୁଆରୀ ୧୧ସୁଦ୍ଧା ଉତ୍ତର ଦେବାକୁ ୧୯ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶାଳୀନାଁରେ ୩ମହଲାକୋଠା

ଭୁବନେଶ୍ୱର,୭ା୧(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଥିବା ଆରଡବ୍ଲ୍ୟୁଏସଏସର ଅଧୀକ୍ଷଣଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ବିପୁଳସଂପତ୍ତି ଠାବ ହୋଇଛିା ଏଯାବତ ୩ଟିକୋଠା , ଅନୁଗୁଳ ଏବଂ ଢେଙ୍କାନାଳରେ ମୋଟ ୧୪ପ୍ଲଟ ସହ ବହୁସଂପତ୍ତି ପାଇଲାଣି ଭିଜିଲାନ୍ସ। ଭୁବନେଶ୍ୱର ଆଇଗିଣିଆରେ ୩ମହଲା , ପର୍ଜଙ୍ଗରେ ୨ ମହଲାକୋଠା ସହ ଅନୁଗୋଳରେ ଶାଳୀନାଁରେ ୩ମହଲା କୋଠା, ସ୍ତ୍ରୀନାଁରେ ବିଦ୍ୟୁତକନେକ୍ସନ ସହ ବ୍ୟାଙ୍କ ଜମା ୧୫ ଲକ୍ଷ , ନଗଦ୧.୮ ଲକ୍ଷ, ଗୋଟିଏ କାର୍ ଠାବ କଲାଣି ଭିଜିଲାନ୍ସା

ଭଦ୍ରେଶ୍ୱରଫାଣ୍ଡି ହେଲା ଥାନା

ଭୁବନେଶ୍ୱର, ୬ା୧(ଏଏସନିଉଜ)ଭଦ୍ରେଶ୍ୱରଫାଣ୍ଡିକୁ ଥାନାମାନ୍ୟତାପାଇଁ ପୂର୍ବତନମନ୍ତ୍ରୀ ତଥା ବିଧାୟକ ପ୍ରତାପଜେନାଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଓଡ଼ିଶାରେ କିଛିଫାଣ୍ଡି ଥାନାମାନ୍ୟତା ପାଇଥିଲାା ତାହାମଧ୍ୟରେ ମାହାଙ୍ଗାବ୍ଲକ ଭଦ୍ରେଶ୍ଵରଫାଣ୍ଡିର ନାମଥିଲାା ଆଜି ଭଦ୍ରେଶ୍ୱର ଫାଣ୍ଡି ରୁ ନାମଫଳକ ହଟାଯାଇ ଭଦ୍ରେଶ୍ଵରଥାନା ନାମଫଳକ ଲଗାଯାଇଛି ।