Browsing category

ଅପରାଧ

ଘାଟିରେ ବସ୍ ବ୍ରେକଫେଲ୍

ଗଞ୍ଜାମ,୬ା୧(ଏସଏସନିଉଜ) ପାଟପୁରଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏହାଦ୍ୱାରା ୧୦ ଜଣଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଗଜପତିଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବଳେ ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ ବ୍ରେକ୍ଫେଲ୍ ହୋଇଯାଇଥିଲା ।ଫଳରେ ଭାରସାମ୍ୟ ହରାଇ ପାଳୁଖୋଳା ନିକଟ ବୁଲାଣିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ବିନାଛୁଟିରେ ରହିବା ପଡ଼ିଛି ମହଙ୍ଗା

ନବରଙ୍ଗପୁର,୬ା୧(ଏସଏସନିଉଜ) ବିନାଛୁଟିରେ ଅନୁପସ୍ଥିତରହିବା ପଡ଼ିଛି ମହଙ୍ଗା। ୩୦ଜଣଙ୍କ ମଧ୍ୟରୁ ୨୪ଜଣଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରିଛନ୍ତି ଜିଲ୍ଲାପାଳ। ୨୦୧୦ରୁ ୨୦୨୨ ମଧ୍ୟରେ ଅନୁପସ୍ଥିତ ଥିବା ୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ରାଇଘରରୁ ସର୍ବାଧିକ ୭ ଜଣ। ସୋ କଜ୍ ସତ୍ତ୍ୱେ କୌଣସି ଉତ୍ତର ନ ଦେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଜଣାପଡିଛି ।  

ଏଛୁଆ କାହାର!

ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ ଦୁର୍ନିିତିର ଅଭିଯୋଗ ଭଳି ବିବାଦରେ ନନ୍ଦନକାନନ ଛନ୍ଦି ହୋଇପଡିଛିା ଏହାରିଭିତରେ ନନ୍ଦନକାନନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ବଡବଡିଆବାବୁମାନେ ନିଜଘରକାମରେ ଲଗାଇବାଭଳି ବିବାଦ ଏବେ ଦେଖିବାକୁ ମିଳିଛି ।ଏହିଭଳି ଘଟଣାମାନ ଘଟୁଥିଲେବି ନନ୍ଦନକାନନ କର୍ତୁପକ୍ଷ ସବୁନଜାଣିବାଭଳି ନିରବରେ ବସିରହି ବିଶ୍ୱସ୍ତରୀୟ ଚିଡିଆଖାନାର ସ୍ୱପ୍ନଦେଖିବାଭଳି ମନେହେଉଛି । ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡଆଖାନା ହେବାକୁ ଯାଉଛି ।ଏଥିପାଇଁ ସମସ୍ତେ କାମରେ ଲାଗିପଡିଛନ୍ତି ।ନନ୍ଦନକାନନକୁ […]

ଚୋରାମଦ କରବାରରେ କାଉନସିଲର ସ୍ବାମୀ ଗିରଫ

ସୁନ୍ଦରଗଡ଼, ୫ା୧(ଏସଏସନିଉଜ) ଚୋରାମଦ ଚାଲାଣଅଭିଯୋଗରେ ସୁନ୍ଦରଗଡ଼ପୌର କାଉନସିଲରଙ୍କ ସ୍ବାମୀ ସୁକାନ୍ତ ରୋହିଦାସଙ୍କୁ ଗିରଫ କରିଛି ପୁଲିସ। ସୁକାନ୍ତଙ୍କ ନାମରେ ଆଗରୁ ବହୁ କଳାକାରବାରର ଅଭିଯୋଗ ରହିଥିଲା। ଟାଉନଥାନାପୋଲିସ ସୁକାନ୍ତକୁ ଗିରଫକରିବାସହ ତଦନ୍ତ ଜାରିରଖିଛି ।

ବ୍ୟାଙ୍କ ଓ ଏଟିଏମ୍ ଟଙ୍କା ଲୁଟ୍

ନୀଳଗିରି, ୫ା୧(ଏସଏସନିଉଜ) ଦିନଦ୍ୱିପ୍ରହରରେ ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଲୁଟ ହୋଇଛି। ବ୍ୟାଙ୍କକର୍ମଚାରୀଙ୍କୁ ବନ୍ଧୁକ ଓ ମାରଣାସ୍ତ୍ରଦେଖାଇ ଲକ୍ଷାଧିକଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜାମନା ଛକସ୍ଥିତ ବ୍ୟାଙ୍କକିଓସ୍କରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ବ୍ୟାଙ୍କପାଖରେ ଥିବା ଏକ ATMକୁମଧ୍ୟ ଭାଙ୍ଗି ଟଙ୍କା ଲୁଟି ନେଇଥିବାର ଜଣାପଡିଛି ।

ଅର୍ଚ୍ଚନାଙ୍କଘରେ ମାପଚୁପ କରିଛି ଇଡି

ଭୁବନେଶ୍ୱର,୫।୧(ଏସଏସ ନିଉଜ)ଆଜି ଅର୍ଚ୍ଚନାଙ୍କ ଘରେ ପହଞ୍ଚି ମାପଚୁପ କରିଛନ୍ତି ଇଡି ଅଧିକାରୀ । ପୂର୍ବରୁ ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ଜବତ ପାଇଁ ଦିଲ୍ଲୀ ସ୍ଥିତ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲା ଇଡି । ଏହାପରେ ଅଧିକାରୀମାନେ ଜେଲ ଯାଇ ଅର୍ଚ୍ଚନାଙ୍କ ସମେତ ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ନୋଟିସ କରିଥିଲେ । ଏହାପରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଆଜି ପ୍ରକ୍ରିୟା ଆରମ୍ଭ ହୋଇଥିବାର ଜଣାପଡିଛି।

ମ୍ୟାନେଜର ଓ ଅଧୀକ୍ଷକ ନିଲମ୍ବିତ

କୋରାପୁଟ .୫ା୧(ଏସଏସନିଉଜ)କୋରାପୁଟ ରେଳଷ୍ଟେସନ ମ୍ୟାନେଜର ଓ ଷ୍ଟେସନଅଧୀକ୍ଷକ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ବିଶାଖାପାଟଣା ଊଜଗ। ବିଦ୍ୟୁତସରବରାହ ବନ୍ଦଅଞ୍ଚଳରେ ଯାତ୍ରୀବାହୀ ଟ୍ରେନ୍କୁ ପ୍ରବେଶ କରାଇଥିଲେ। ଫଳରେ କାଲି ୩ଘଣ୍ଟାରୁ ଉର୍ଦ୍ଧ୍ୱ ସମୟଧରି ଅଟକି ରହିଥିଲା ହୀରାଖଣ୍ଡ ଟ୍ରେନ୍ା    

ଝାଡ଼ଖଣ୍ଡସରକାରଙ୍କ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୫ା୧(ଏସଏସନିଉଜ)ତୀର୍ଥରାଜ ସମ୍ମଦ ଶିଖର୍ଜିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାନେଇ ଝାଡ଼ଖଣ୍ଡସରକାରଙ୍କ ନିଷ୍ପତ୍ତିକୁ ଜୋରଦାରବିରୋଧ କରାଯାଉଥିବାର ଦେôବାକୁ ମିଳିଛି । ସାରାଦେଶରେ ଜୈନସମ୍ପ୍ରଦାୟସଦସ୍ୟଙ୍କ ବିଶାଳ ବିକ୍ଷୋଭ ହେଉଛି। ରାସ୍ତାରେ ହଜାର ହଜାର ଲୋକଙ୍କ ବିରୋଧ ପ୍ରଦର୍ଶନ କରାଯାଉଛି। ଜୟପୁରରେ ବିକ୍ଷୋଭ ବେଳେ ଜଣେ ଜୈନ ମୁନିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାର ଜଣାପଡିଛି ।

ପୋଲିସହାତରେ ଧରାପଡିଲା ଚୋର। ବାଇକ

ଜଟଣୀ ,୪ା୧(ଏସଏସନିଉଜ)ଗତ ୧୫ତାରିଖରେ ଅଭିଯୋଗକାରୀ ସିମାଚଳମ ରେଡ୍ଡୀଙ୍କ ଅଭିଯୋଗକ୍ରମେ ଜଟଣୀ ଥାନାରେ ୪୦୯ନଂଏକ ଲୁଟ ମାମଲା ରୁଜୁ କରାଯାଇଥିଲା । ଜଟଣୀ ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ବେଣାପଞରୀରତୁନା ଓରଫକିମାଖାନ,ତିରିମଲମଝିସାହିର ଗୈାରାଙ୍ଗ ବିଶ୍ୱାଳ ଓବେଣାପଞରୀର ବାବୁ ଓରେଫ ରଜକଖାନ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।ସେମାନଙ୍କ ଠାରୁ ପୋଲିସ ୨ଟି ମୋବଇଲଫୋନ ଓ ୫ଟି ବାଇକକୁ ଜବତ କରିଛି । ସୂଚନାଯୋଗ୍ୟ ଯେ, ଗତ ୧୪ତାରିଖ. ସନ୍ଧ୍ୟାରେ ଅଭିଯୋଗକାରୀ […]

ହାଇୱେ ଲୁଟେରାଗ୍ୟାଙ୍ଗକୁ ଧରିଲା ସଦର ପୋଲିସ

କଟକ,୪ା୧(ଏସଏସନିଉଜ)ଖେଳନାବନ୍ଧୁକଧରି ଜାତୀୟ ରାଜପଥରେ ଡ଼କାୟତି କରିବା ଅଭିଯୋଗରେ ଏକ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୁଲିସ।ଗିରଫହୋଇଥିବା ଏହି ଗ୍ୟାଙ୍ଗ ଭିତରେ ରହିଛି ଜଣେ ନାବାଳକ ଥିବାର ଝଣାପଡିଛି । ପୋଲିସ ମୋନଙ୍କଠାରୁ ଚୋରି ୨୦ଟି ୱାକିଟକି, ୧୩ଟି ମୋବାଇଲ୍, ସୁନା ଅଳଙ୍କାର, ଏକ ଲୁହା ରଡ଼, ନଗଦ ଟଙ୍କା, ଖେଳନା ବନ୍ଧୁକ, ବୋଲେନୋ କାର୍, ୩ଟି ବାଇକ୍, ଜାଲ୍ ଆଧାର ପାନ୍ କାର୍ଡ ଜବତ୍ କରିଛି ପୁଲିସ। ଏହି ଘଟଣାରେ ପୁଲିସ ମୋଟ […]