କୁମାରଖୁଂଟକୁ ଆସିଲା ହାତୀ

ବାରଙ୍ଗ,୧୦ା୧(ଡିଏନଏ)ଗତକିଛିଦିନହେବ ପୁରୀର ବିଭିର୍ଣ ଅଂଚଳରେ ଆତଙ୍କ ଖେଳାଇଥିବାହାତୀକୁ ଶେଷରେ ବନବିଭାଗ ଟ୍ରାଙ୍କୁଲାଇଜ କରି ମଙ୍ଗଳବାରଦିନ ଚନ୍ଦକାକୁ ଆଣିଛି ।ଚନ୍ଦଜା-ଡମପଡା ଅଭୟାରଣ୍ୟର ଜଙ୍ଗଲମଝିରେ ଥିବା କୁମାରଖୁଂଟିର ହାତୀରେସ୍‌କ୍ୟୁ ସେଂଟରରେ ହାତୀକୁ ରଖାଯିବ । ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରି ବନବିଭାଗ କର୍ମଚାରୀମାନେ ଏକ ଟ୍ରକ ଯୋଗେ ଚନ୍ଦକା ଅଭିମୁଖି ଆଣିଥିଲେ । ପୁରୀ ସଦର ବ୍ଲକରେ ସୋମବାର ଦିନ ଏକ ଦନ୍ତାହାତୀ ପଶି ଆତଙ୍କ ଖେଳାଇଥିଲା ।ସନ୍ଧ୍ୟାସୁଦ୍ଧା ଏହିହାତୀ ଭାର୍ଗବୀନଦୀ ଡେଇଁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକଡ଼ ତରଜଙ୍ଗଗାଁ’ରେ ପହଞ୍ଚିଥିବାର ଜଣାପଡିଥିଲା । ବିଳମ୍ଭିତ ରାତିରେ ଦନ୍ତା ପୁରୀ ସହରର ଅଠରନଳା ନିକଟ ଖଣ୍ଡିଆବନ୍ଧରେ ପହଞ୍ଚିଯାଇଥିଲା।ଏହାପରେ ପୁରୀ ସହରର ଏକ ନମ୍ବର ୱାର୍ଡର ମାଟିତୋଟା ଅଞ୍ଚଳରେ ପଶିଥିଲା ।ଏହାକୁ ନେଇ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନବିଭାଗର ଚିନ୍ତା ବି ମଧ୍ୟବଢ଼ିଯାଇଥିଲା।

 

Comments (0)
Add Comment