କୁମାରଖୁଂଟକୁ ଆସିଲା ହାତୀ

ବାରଙ୍ଗ,୧୦ା୧(ଡିଏନଏ)ଗତକିଛିଦିନହେବ ପୁରୀର ବିଭିର୍ଣ ଅଂଚଳରେ ଆତଙ୍କ ଖେଳାଇଥିବାହାତୀକୁ ଶେଷରେ ବନବିଭାଗ ଟ୍ରାଙ୍କୁଲାଇଜ କରି ମଙ୍ଗଳବାରଦିନ ଚନ୍ଦକାକୁ ଆଣିଛି ।ଚନ୍ଦଜା-ଡମପଡା ଅଭୟାରଣ୍ୟର ଜଙ୍ଗଲମଝିରେ ଥିବା କୁମାରଖୁଂଟିର ହାତୀରେସ୍‌କ୍ୟୁ ସେଂଟରରେ ହାତୀକୁ ରଖାଯିବ । ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରି ବନବିଭାଗ କର୍ମଚାରୀମାନେ ଏକ ଟ୍ରକ ଯୋଗେ ଚନ୍ଦକା ଅଭିମୁଖି ଆଣିଥିଲେ । ପୁରୀ ସଦର ବ୍ଲକରେ ସୋମବାର ଦିନ ଏକ ଦନ୍ତାହାତୀ ପଶି ଆତଙ୍କ ଖେଳାଇଥିଲା ।ସନ୍ଧ୍ୟାସୁଦ୍ଧା ଏହିହାତୀ ଭାର୍ଗବୀନଦୀ ଡେଇଁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକଡ଼ ତରଜଙ୍ଗଗାଁ’ରେ ପହଞ୍ଚିଥିବାର ଜଣାପଡିଥିଲା । ବିଳମ୍ଭିତ ରାତିରେ ଦନ୍ତା ପୁରୀ ସହରର ଅଠରନଳା ନିକଟ ଖଣ୍ଡିଆବନ୍ଧରେ ପହଞ୍ଚିଯାଇଥିଲା।ଏହାପରେ ପୁରୀ ସହରର ଏକ ନମ୍ବର ୱାର୍ଡର ମାଟିତୋଟା ଅଞ୍ଚଳରେ ପଶିଥିଲା ।ଏହାକୁ ନେଇ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନବିଭାଗର ଚିନ୍ତା ବି ମଧ୍ୟବଢ଼ିଯାଇଥିଲା।

 

- Advertisement -

Leave A Reply

Your email address will not be published.