ଓରାଙ୍ଗୁଟାନ୍ ଛୁଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଲା ବୈଷୟିକ କମିଟି

ଭୁବନେଶ୍ୱର ,୧୬।୯(ଏସଏସନିଉଜ)ନନ୍ଦନକାନନରେ ଓରାଙ୍ଗୁଟାନ୍ ଛୁଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ବୈଷୟିକ କମିଟିର ମାରାଥନ୍ ପରିଦର୍ଶନ। ଗତକାଲି ଏହି ଟିମ୍ ଆସିଥିବା ବେଳେ ବୁଧବାର ସକାଳୁ ଆସି ପ୍ରାୟ ୫ ଘଣ୍ଟା ଧରି କ୍ୱାରେଣ୍ଟାଇନ୍‌ରେ ତନ ତନ କରି ଯାଞ୍ଚ କଲେ ବିଶେଷଜ୍ଞ ଦଳ।

ପ୍ରକାଶ ଯେ,ପିସିସିଏଫ ବନ୍ୟପ୍ରାଣୀଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ସଦସ୍ୟମାନେ ବୁଧବାର ସକାଳେମହୀଶୂର ଚିଡ଼ିଆଖାନାର ଟେକ୍ନିକାଲ୍ କମିଟି ସଦସ୍ୟ ଡାକ୍ତର ଶଶିଧର, ଡାକ୍ତର ମଦନ କୋମପାଲ ଏବଂ ଓୟୁଏଟିର ବନ୍ୟ ଜନ୍ତୁ ଚିକିତ୍ସା କେନ୍ଦ୍ର ମୁଖ୍ୟ ଡକ୍ଟର ଆଦିତ୍ୟ ପ୍ରସନ୍ନ ଆଚାର୍ଯ୍ୟ, ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାର ନାରାୟଣ ନନ୍ଦନକାନନରେ ପହଞ୍ଚିଥିଲେ।
ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ ଓ ନନ୍ଦନକାନନ ଡାକ୍ତରମାନଙ୍କ ଉପସ୍ଥିତିରେ ପ୍ରାୟ ୫ ଘଣ୍ଟା ଧରି ଏହି ଟିମ୍ ଓରାଙ୍ଗଉଟାନ୍ ରହୁଥିବା କ୍ୱାରେଣ୍ଟାଇନ୍‌ରେ ପହଞ୍ଚି
ଜୈବ-ସୁରକ୍ଷା ନିୟମ ମାନି
ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ, ଆଚରଣ ଏବଂ ରହଣି ବ୍ୟବସ୍ଥା ଯାଞ୍ଚ କରିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ।ତେବେ ନିର୍ଦ୍ଦେଶକ ସନତ ନାରାୟଣ ଙ୍କ ସୂଚନା ଅନୁଯାୟୀ ପାଖାପାଖି ୩୦ ଦିନ ପର୍ଯ୍ୟନ୍ତ ଓରାଙ୍ଗୁଟାନ୍ ମାନେ କ୍ୱାରେଣ୍ଟାଇନ୍‌ରେ ରହିବେ। ଏବେ ଆମେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ତ୍ଵ ଦେଇଛୁ।ପରବର୍ତ୍ତୀ ସମୟରେ କମିଟି ନିଷ୍ପତ୍ତି ପରେ ସେମାନଙ୍କୁ ଖୋଲା ଖୁଆଡ଼କୁ ଛଡ଼ାଯିବା କଥା ଚିନ୍ତା କରାଯିବ ଏବଂ ଡିଏନଏ ଟେଷ୍ଟ ପାଇଁ କୌଣସି ନିଷ୍ପତି ନିଆଯାଇନାହିଁ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଓୟୁଏଟିର ବନ୍ୟ ଜନ୍ତୁ ଚିକିତ୍ସା କେନ୍ଦ୍ର ମୁଖ୍ୟ ଡା. ଆଦିତ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ ଓରାଙ୍ଗଉଟାନ ଗୁଡ଼ିକର ସ୍ୱାସ୍ଥ୍ୟବସ୍ଥା ଠିକ ଅଛି।
ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ, ନାଳନ ପାଳନ ହିଁ ଏବେ ପ୍ରାଥମିକତା ଭାବେ ନେଇଛୁ।ସବୁଦିନେ ଡାକ୍ତରମାନେ ରୁଟିନ ଚେକ୍ କରୁଛନ୍ତି।ସେମାନେ କେମିତି ସୁସ୍ଥ ରହିବେ ସେହିଦିଗରେ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି।

ଟେକ୍ନିକାଲ୍ କମିଟି ସଦସ୍ୟ ତଥା ମହୀଶୂର ଚିଡ଼ିଆଖାନାର ପଶୁ ଚିକିତ୍ସକ ଡାକ୍ତର ମଦନ କୋମପାଲ ଙ୍କ କହିବା ଅନୁଯାୟୀ ଓରାଙ୍ଗଉଟାନ
ସୁସ୍ଥ ଅଛନ୍ତି ଓ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ।ସେମାନଙ୍କ
ଏକ୍ସ-ରେ କରାଯିବା ସହ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଛି ।ରିପୋର୍ଟ ଆସିବା ପରେ ସେମାନଙ୍କୁ କୌଣସି ଔଷଧ କିମ୍ବା ଅନ୍ୟ ଚିକିତ୍ସାର ଆବଶ୍ୟକତା ରହିଛି କି ନାହିଁ ଜଣାପଡ଼ିବ।ବିଶେଷ କରି ଓରାଙ୍ଗଉଟାନଙ୍କ ରହିବା ସ୍ଥାନର ତାପମାତ୍ରା ଓ ଆର୍ଦ୍ରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।
ତେବେ ଏମାନେ କେଉଁ ପରିବେଶରୁ ଆସିଛନ୍ତି କେବଳ ସେମାନଙ୍କ ଶାରୀରିକ ଲକ୍ଷଣ ଦେଖି ନିର୍ଣ୍ଣୟ କରିବା କଷ୍ଟକର ।ଏହାସହ ସେମାନଙ୍କ ବୟସ ବହୁତ୍ କମ୍ ଥିବାରୁ ଜାଣିବା ଚ୍ୟାଲେଞ୍ଜିଂ ହୋଇଥାଏ।ତେବେ ଡିଏନଏ ପରୀକ୍ଷାର ଆବଶ୍ୟକ ରହିଛି।ଏହାଦ୍ବାରା ସେମାନଙ୍କ ପରିଚୟ ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ ବୋଲି କହିଥିଲେ।

- Advertisement -

Leave A Reply

Your email address will not be published.