ଚନ୍ଦକା, ୧୪/୧(ଏସଏସନିଉଜ)ପାରିବାରିକ ବିବାଦକୁ କେନ୍ଦ୍ରକରି ସ୍ତ୍ରୀ ଓ ଶାଶୁକୁ ଫୁଙ୍କୁନଳିରେ ଆକ୍ରମଣ କରି ସ୍ୱାମୀ ଗିରଫ ହୋଇଛନ୍ତି ।ଗିରଫହୋଇଥିବା ସ୍ୱାମୀ ହେଲେ କାଟେଣିର ମୁନାପିଙ୍ଗୁଆ । ଗତକାଲିରାତିରେ ନିଶାଶକ୍ତ ଅବସ୍ଥାରେ ମୁନା ଶଶୁରଘରକୁ ଯାଇଥିଲେ ।ସେଠାରେ ପୂର୍ବରୁ ରହିଥିବା ପାରିବାରିକ ବିବାଦକୁ ନେଇ ସ୍ତ୍ରୀ ଓ ଶାଶୁଙ୍କ ସହ ଯୁକ୍ତିତର୍କ କରିବା ସହିତ ଅଶ୍ଳୀଳଭାଷାରେ ଗାଳିମନ୍ଦ କରିଥିଲେ । ଏହିସମୟରେ ଉତକ୍ଷିପ୍ତହୋଇ ପାଖରେଥିବା ଏକ ଫୁଙ୍କନଳି ସହାୟତାରେ ଉଭୟ ସ୍ତ୍ରୀ ଓ ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ଉଭୟ ଶାଶୁ ମାନୁସୁତାର ଓ ଝିଅମିନା ଗୁରୁତର ଆହତ ହୋଇଥିବାର ଶାଶୁ ମାନୁସୁତର ଚନ୍ଦକାଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ।ପୋଲିସ୨୧/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଶନିବାରଦିନ ସ୍ୱାମୀ ମୁନାପିଙ୍ଗୁଆକୁ ଗିରଫକରି କୋର୍ଟଚାଳଣ କରିଛି ।