Browsing category

ଅପରାଧ

ପ୍ରେମିକା ଘରଆଗରେ ପ୍ରେମିକର ମୃତ୍ୟୁ

ବଲାଙ୍ଗିର,୨ା୧(ଏସଏସନିଉଜ) ଦୁଆନପାଲି ଗାଁରେ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛିା। ପ୍ରେମବ୍ୟାପାରକୁ ନେଇ ପ୍ରେମିକକୁ ହତ୍ୟାକରାଯାଇଥିବା ସନ୍ଦେହ କରାଯାଛି।ମୃତଯୁବକ ଗାନ୍ଧୀଷାଣ୍ଢ ହୋଇଥିବାବେଳେ ତାଙ୍କ ପେଟରେ କ୍ଷତ ଚିହ୍ନରହିଛି। ପ୍ରେମିକାର ଘରଆଗରେ ପଡ଼ିଛି ପ୍ରେମିକର ମୃତଦେହ। ପ୍ରେମିକାଙ୍କ ଅଜା ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତ୍ୟୁପଛର କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର,୨ା୧(ଏସଏସନିଉଜ)ବନ୍ଦଘରେ ମହିଳାଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କିମାରିଛି । । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରେ ଘଟିଛି । ମୃତକ ହେଉଛନ୍ତି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର । ଶୁଭଶ୍ରୀ ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ସେଲିବ୍ରେସନ ସାରି ଭଡାରେ ରହୁଥିବା ଘରକୁ ଫେରିଥିଲେ । ଯୋଡାର ବନେଇକଳା ବସ୍ତିରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ ସେ ଭଡା ସୂତ୍ରରେ […]

ଟ୍ରକରେ ଲାଗିଗଲା ନିଆଁ!

ବାଲେଶ୍ୱର,୨ା୧(ଏସଏସନିଉଜ) ୬୦ନମ୍ବର ଜାତୀୟରାଜପଥର ରାଜଘାଟ ପାଖରେ ଜଳିଗଲା ଚଳନ୍ତା ମିନି ଟ୍ରକ୍ । ମିନିଟ୍ରକ୍ରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ଓ ବାଇକ୍ ଯାଉଥିଲା । ନିଆଁଲାଗିବାର କାରଣ ଜଣାପଡ଼ିନଥିବାବେଳେ ଡ୍ରାଇଭର ସୁରକ୍ଷିତଥିବାର ଜଣାପଡିଛି । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇ ନଥିବା ସୂଚନା ମିଳିଛି ।

ନୂଆବର୍ଷରେ ମଦବିକ୍ରିରେ ଭାଙ୍ଗିଲା ରେକର୍ଡ

ଜୟପୁର, ୨ା୧(ଏସଏସନିଉଜ) ରାଜସ୍ଥାନରେ ନୂଆବର୍ଷରେ ୧ ବିଲିୟନ ୧୧କୋଟି ଟଙ୍କାର ମଦ କିଣିଛନ୍ତି ଲୋକେ ।ଦୁଇଦିନରେ ତଥା ୩୦ ଏବଂ ୩୧ ଡିସେମ୍ବରରେ ରାଜ୍ୟରେ ୧ ଅରବ ୧୧ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା।ସେହିପରି ଗତବର୍ଷ ଏହି ଦୁଇଦିନରେ ୭୭.୮୨ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା ।

ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି

ଭୁବନେଶ୍ୱର,୨ା୧(ଏସଏସନିଉଜ)ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କୁ ବର୍ତ୍ତମାନ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ତେବେ ଶୁକ୍ରବାର ଦିନ ଭୟଙ୍କର ସଡକ ଦୁର୍ଘଟଣାରେ ଋଷଭଙ୍କର ଗୋଡ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଯେଉଁଥିପାଇଁ ତାଙ୍କ ଗୋଡ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି କୁହାଯାଉଥିଲା । ତେବେ ଭାରତୀୟ କ୍ରିକେଟର ରିଷଭ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ।

୧୦ଶିକ୍ଷକଙ୍କୁ ବହିଷ୍କାର କଲେ ଡିଇଓ

ମାଲକାନଗିରି, ୨ା୧(ଏସଏସନିଉଜ) ଦୀର୍ଘଦିନଧରି ଅନୁପସ୍ଥିତଥିବା ୧୦ଜଣଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି। ୧୦ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରିଛନ୍ତି ମାଲକାନଗିରି ଡିଇଓ। କାରଣଦର୍ଶାଅ ନୋଟିସ୍ ସତ୍ତ୍ୱେ ଉତ୍ତର ନ ମିଳିବାରୁ ଏହିଭଳି କାର୍ୟ୍ୟାନୁଷ୍ଠାନନେଇଥିବାର ଜଣାପଡିଛି ।

ବିଲଭିତରେ କ୍ଷତାକ୍ତ ମୃତଦେହ ଠାବ

ଆସିକା, ୨ା୧(ଏସଏସନିଉଜ)ବିଲଭିତରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛିା କବିସୂର୍ୟ୍ୟନଗରଥାନା ନିମୁଣ୍ଡିଆ-ବଡ଼ଚଢ଼େଇପଡ଼ା ରାସ୍ତାପାର୍ଶ୍ୱ ବିଲରେ ମୃତଦେହ ଠାବ ହୋଇଛି ।ମୃତଦେହ ନିକଟରେ ମଦ ବୋତଲ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ସନେ୍ଦହ କରାଯାଉଛିି ।

ବସକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା, ୧ା୧(ଏସଏସନିଉଜ) ବାରିପଦା ସହରର ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଉତ୍ତ୍ୟକ୍ତ ଲୋକେ ବସକୁ ଜାଳିଦେଇଛନ୍ତି । ୧୮ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିବାପରେ ଆଜି ଦିନ ସାଢ଼େ ୨ଟା ବେଳେ ବସକୁ ଜାଳିଦେଇଥିଲେ ।ଦୁର୍ଘଟଣାପରେ ବସ ଚାଳକ ଫେରାର ହୋଇଯାଇଛି । […]

ମୋବସରୁ ୬ମୋବାଇଲ ଚୋରି!

କଟକ ,୧ା୧(ଏସଏସନିଉଜ) ମୋ ବସରୁ ୬ଟି ମୋବାଇଲ ଚୋରି ନେଇ ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି । ନନ୍ଦନକାନନରୁ କଟକ ଯିବା ବାଟରେ ୧୮ ନମ୍ବର ବସରୁ ଚୋରି ହୋଇଛିାଜୁଡିସିଆଲ ଏକାଡେମୀ ପାଖରେ ମୋବାଇଲ ନଥିବା ଜାଣିବାକୁ ପାଇଲେ ଯାତ୍ରୀାଏହାପରେ ନନ୍ଦନକାନନଥାନାକୁ ଆସି ଅଭିଯୋଗ କରିଛନ୍ତି ।

ବାପାକୁ ଛୁରୀ ଭୁସି ମାରିଦେଲା ପୁଅ

ଦେବଗଡ, ,୧ା୧(ଏସଏସନିଉଜ)ନୂଆବର୍ଷରେ ବାପାକୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ ଥାନା କାଉଁଶିବାହାଲ ଗାଁରେ ଘଟିଛି । ରତ୍ନାକର ପ୍ରଧାନ(୭୦) ଘରେ ଶୋଇଥିବା ବେଳେ ପୁଅ ଦୁର୍ଯ୍ୟୋଧନ ନିଶାସକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ଟଙ୍କା ମାଗିଥିଲା । ବାପା ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର‌୍ୟ୍ୟୋଧନ ମୁଣ୍ଡରେ ବାରମ୍ବାର ଛୁରୀରେ ଆଘାତ ଦେବାରୁ ଘଟଣାସ୍ଥଳରେ ରତ୍ନାକରଙ୍କର ମୃତ୍ୟୁ ହୋଇଛି ।ଖବରପାଇ ପୋଲିସ ଘଟଣାସ୍ଥଳରୁ ପୁଅକୁ ଗିରଫ […]