Browsing category

ଅପରାଧ

ଟ୍ରକରେ ଲାଗିଗଲା ନିଆଁ!

ବାଲେଶ୍ୱର,୨ା୧(ଏସଏସନିଉଜ) ୬୦ନମ୍ବର ଜାତୀୟରାଜପଥର ରାଜଘାଟ ପାଖରେ ଜଳିଗଲା ଚଳନ୍ତା ମିନି ଟ୍ରକ୍ । ମିନିଟ୍ରକ୍ରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ଓ ବାଇକ୍ ଯାଉଥିଲା । ନିଆଁଲାଗିବାର କାରଣ ଜଣାପଡ଼ିନଥିବାବେଳେ ଡ୍ରାଇଭର ସୁରକ୍ଷିତଥିବାର ଜଣାପଡିଛି । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇ ନଥିବା ସୂଚନା ମିଳିଛି ।

ନୂଆବର୍ଷରେ ମଦବିକ୍ରିରେ ଭାଙ୍ଗିଲା ରେକର୍ଡ

ଜୟପୁର, ୨ା୧(ଏସଏସନିଉଜ) ରାଜସ୍ଥାନରେ ନୂଆବର୍ଷରେ ୧ ବିଲିୟନ ୧୧କୋଟି ଟଙ୍କାର ମଦ କିଣିଛନ୍ତି ଲୋକେ ।ଦୁଇଦିନରେ ତଥା ୩୦ ଏବଂ ୩୧ ଡିସେମ୍ବରରେ ରାଜ୍ୟରେ ୧ ଅରବ ୧୧ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା।ସେହିପରି ଗତବର୍ଷ ଏହି ଦୁଇଦିନରେ ୭୭.୮୨ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା ।

ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି

ଭୁବନେଶ୍ୱର,୨ା୧(ଏସଏସନିଉଜ)ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କୁ ବର୍ତ୍ତମାନ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ତେବେ ଶୁକ୍ରବାର ଦିନ ଭୟଙ୍କର ସଡକ ଦୁର୍ଘଟଣାରେ ଋଷଭଙ୍କର ଗୋଡ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଯେଉଁଥିପାଇଁ ତାଙ୍କ ଗୋଡ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି କୁହାଯାଉଥିଲା । ତେବେ ଭାରତୀୟ କ୍ରିକେଟର ରିଷଭ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ।

୧୦ଶିକ୍ଷକଙ୍କୁ ବହିଷ୍କାର କଲେ ଡିଇଓ

ମାଲକାନଗିରି, ୨ା୧(ଏସଏସନିଉଜ) ଦୀର୍ଘଦିନଧରି ଅନୁପସ୍ଥିତଥିବା ୧୦ଜଣଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି। ୧୦ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରିଛନ୍ତି ମାଲକାନଗିରି ଡିଇଓ। କାରଣଦର୍ଶାଅ ନୋଟିସ୍ ସତ୍ତ୍ୱେ ଉତ୍ତର ନ ମିଳିବାରୁ ଏହିଭଳି କାର୍ୟ୍ୟାନୁଷ୍ଠାନନେଇଥିବାର ଜଣାପଡିଛି ।

ବିଲଭିତରେ କ୍ଷତାକ୍ତ ମୃତଦେହ ଠାବ

ଆସିକା, ୨ା୧(ଏସଏସନିଉଜ)ବିଲଭିତରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛିା କବିସୂର୍ୟ୍ୟନଗରଥାନା ନିମୁଣ୍ଡିଆ-ବଡ଼ଚଢ଼େଇପଡ଼ା ରାସ୍ତାପାର୍ଶ୍ୱ ବିଲରେ ମୃତଦେହ ଠାବ ହୋଇଛି ।ମୃତଦେହ ନିକଟରେ ମଦ ବୋତଲ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ସନେ୍ଦହ କରାଯାଉଛିି ।

ବସକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା, ୧ା୧(ଏସଏସନିଉଜ) ବାରିପଦା ସହରର ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଉତ୍ତ୍ୟକ୍ତ ଲୋକେ ବସକୁ ଜାଳିଦେଇଛନ୍ତି । ୧୮ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିବାପରେ ଆଜି ଦିନ ସାଢ଼େ ୨ଟା ବେଳେ ବସକୁ ଜାଳିଦେଇଥିଲେ ।ଦୁର୍ଘଟଣାପରେ ବସ ଚାଳକ ଫେରାର ହୋଇଯାଇଛି । […]

ମୋବସରୁ ୬ମୋବାଇଲ ଚୋରି!

କଟକ ,୧ା୧(ଏସଏସନିଉଜ) ମୋ ବସରୁ ୬ଟି ମୋବାଇଲ ଚୋରି ନେଇ ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି । ନନ୍ଦନକାନନରୁ କଟକ ଯିବା ବାଟରେ ୧୮ ନମ୍ବର ବସରୁ ଚୋରି ହୋଇଛିାଜୁଡିସିଆଲ ଏକାଡେମୀ ପାଖରେ ମୋବାଇଲ ନଥିବା ଜାଣିବାକୁ ପାଇଲେ ଯାତ୍ରୀାଏହାପରେ ନନ୍ଦନକାନନଥାନାକୁ ଆସି ଅଭିଯୋଗ କରିଛନ୍ତି ।

ବାପାକୁ ଛୁରୀ ଭୁସି ମାରିଦେଲା ପୁଅ

ଦେବଗଡ, ,୧ା୧(ଏସଏସନିଉଜ)ନୂଆବର୍ଷରେ ବାପାକୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ ଥାନା କାଉଁଶିବାହାଲ ଗାଁରେ ଘଟିଛି । ରତ୍ନାକର ପ୍ରଧାନ(୭୦) ଘରେ ଶୋଇଥିବା ବେଳେ ପୁଅ ଦୁର୍ଯ୍ୟୋଧନ ନିଶାସକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ଟଙ୍କା ମାଗିଥିଲା । ବାପା ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର‌୍ୟ୍ୟୋଧନ ମୁଣ୍ଡରେ ବାରମ୍ବାର ଛୁରୀରେ ଆଘାତ ଦେବାରୁ ଘଟଣାସ୍ଥଳରେ ରତ୍ନାକରଙ୍କର ମୃତ୍ୟୁ ହୋଇଛି ।ଖବରପାଇ ପୋଲିସ ଘଟଣାସ୍ଥଳରୁ ପୁଅକୁ ଗିରଫ […]

ସିଫୁଡପାର୍କରୁ ଝୁଲନ୍ତା ମୃତଦେହ ଉଦ୍ଧାର

ମେଣ୍ଢାଶାଳ,୧ା୧(ଏସଏସନିଉଜ)ଡେରାସଫାର୍ମରେ କାର୍ଯ୍ୟାକ୍ଷମ ସିଫୁଡପାର୍କରେ କାର୍ଯ୍ୟକରୁଥିବା ଜଣେ ଶ୍ରମିକ ବେକରେ ଦଉଡିଦେଇ ଆତ୍ମହତ୍ୟା କରିଥିବାର ରବିବାରସକାଳେ ଦେଖିବାକୁ ମିଳିଛି ।ମୃତକ ହେଉଛନ୍ତି ବାଘମାରିଥାନା ଅର୍ନ୍ତଗତ ତଳଗଡଗ୍ରାମର ଅନୁପବେହେରା ।ସେ ସିଫୁଡପାର୍କରେ ଶ୍ରମିକଭାବେ କାମକରୁଥିଲେ । ରବିବାରବଢିଭୋର ସମୟରେ ଅନ୍ୟଶ୍ରମିକମାନେ ଦେଖିବାପରେ ସୁଚନାପାଇଁ ଚନ୍ଦକାଥାନାପୋଲିସ ଘଟଣାସ୍ଥଳକୁ ଯାଇଥିଲା ।ପୋଲିସ ୧/୨୩କେଶନଂରେ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ରାଜଧାନୀ ଚିକିସ୍‌ାଳୟକୁ ପଠାଇଛି ।ଅନ୍ୟପଟେ ତାଙ୍କ ପୁଅକୁ ହତ୍ୟାକରି ଆତ୍ମହତ୍ୟାର ରୁପ ଦିଆଯାଇଛି ବୋଲି ମୃତଯୁବକର ପିତା ପ୍ରଶନ୍ନବେହେରା ଚନ୍ଦକାଥାନାରେ […]

ଛାତ୍ରାବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ,୧ା୧(ଏସଏସନିଉଜ)ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ହଷ୍ଟେଲରୁ ପ୍ରଜ୍ଞାପରମିତା ପରିଡ଼ା ନାମକ ପିଜି ପ୍ରଥମ ବର୍ଷର ଜଣେଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବୋଲି ସୁଚନା ମିଳିଥିବାବେଳେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ଖବରପାଇ ସି ବିଚ୍ ପୁଲିସ ଘଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।