Browsing category

ଅପରାଧ

ଟାଙ୍ଗିଆ ଚୋଟରେ ଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି, ୧ା୧(ଏସଏସନିଉଜ)ନୁଆବର୍ଷରେ ମାଲକାନଗିରିଜିଲ୍ଲାରେ ଏକ ଅଭାବନୀୟଘଟଣା ସାମ୍ନାକୁ ଆସିଛି । ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ପିଅନ ହତ୍ୟା କରିଥିବାର ଜଣାପଡିଛି । ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଏବଂ ପିଅନ ମଧ୍ୟରେ କୌଣସି କଥାକୁନେଇ ସାମାନ୍ୟବଚସା ହୋଇଥିବାବେଳେ ଏଥିରେ ଉତ୍‌କ୍ଷିପ୍ତହୋଇ ପିଅନ ଟାଙ୍ଗିଆରେ ଶିକ୍ଷକଙ୍କୁ ହତ୍ୟା କରିଥିବାର ଜଣାପଡିଛି । ଖବରପାଇ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଅନକୁ ଅଟକ ରଖି ପଚରାଉଚରା ଚଳାଇଛି ।

ଦିନଦ୍ବିପହରେ ମୁଖ୍ୟରାସ୍ତା କଡରୁ କାଟୁଛନ୍ତି ଗଛ

ବାରଙ୍ଗ,୩୧ା୧୨(ଏସଏସନିଉଜ)ପରିବେଶକୁ ସୁରକ୍ଷାଦେବା ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟବରାଦକରି ରାସ୍ତା କଡ଼ରେ ଗଛ ଲଗାଉଛନ୍ତି।ଆଗାମୀ ପିଢିଙ୍କ ସୁରକ୍ଷା ଓ ଆବଶ୍ୟକତା ପାଇଁ ସଚେତନ ମଧ୍ୟ କରାଉଛନ୍ତି।କିନ୍ତୁ ଏହାକୁ ବେଖାତିର କରି ନିଜ ସ୍ୱାର୍ଥପାଇଁ ବାରଙ୍ଗ ଅଞ୍ଚଳରେ ଗଛ କଟାଯାଉଥିବାର ଦେଖିବାକୁ ମିଳିଛି।ବାରଙ୍ଗ-ବାଙ୍କୀ ମୁଖ୍ୟରାସ୍ତାକଡରେ ଲଗାଯାଇଥିବା ଗଛ ଏବେ ପ୍ରାୟ ଆଉ ଦେଖିବାକୁ ମିଳୁନାହିଁ ।ଶନିବାରଦିନ ସକାଳେ ପାଟପୁର ଗାଁ ମୁଣ୍ଡଠାରୁ ଅଳ୍ପଦୁର ବାରଙ୍ଗ ମୁଖ୍ୟରାସ୍ତା କଡ଼ରେ ଥୁବା ଏକ ଆମ୍ବଗଛକୁ କାଟିବା ଆରମ୍ଭ କରାଯାଇଛି।ଗଛର ଗୋଟିଏ ଡାଳକୁ […]

ଓଲଟିଲା ଡଙ୍ଗା

ଢେଙ୍କାନାଳ , ୩୧ା୧୨(ଏସଏସନିଉଜ)ପର୍ଜଙ୍ଗଥାନା ଅନ୍ତର୍ଗତ ରୋଡ଼ଗାଁରେ ଶୁକ୍ରବାର ଦିନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳି ୧୫ରୁ ଅଧିକ ଖେଳାଳି ଏକ ଡଙ୍ଗାରେ ବ୍ରାହ୍ମଣୀ ନଦୀ ପାର୍ ହୋଇ ନିଜ ଗାଁକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା ସ୍ୱଭାଗ୍ୟବଶତ କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ହଠାତ ଡଙ୍ଗାଟି ଓଲଟିପଡିଥିଲା । ସମସ୍ତ ଖେଳାଳି ପହଁରି ପହଁରି କୂଳକୁ ଚାଲି ଆସିବାରୁ ଏକ ବଡ଼ଧରଣର ଅଘଟଣରୁ ସମସ୍ତେ ବର୍ତିଯାଇଥିଲେ ।

ଜଙ୍ଗଲରେ ଏଏନଏମଙ୍କୁ ଦୁଷ୍କର୍ମ ଅଭିଯୋଗ

କୁଚିଣ୍ଡ. ୩୧ା୧୨(ଏସଏସନିଉଜ)ହାଡିପାଲିପଞ୍ଚାୟତ ପାନପାଲିଜଙ୍ଗଲରେ ଜଣେ ଏଏନଏମଙ୍କୁ ଦୁଷ୍କର୍ମ ହୋଇଥିବା କୁଚିଣ୍ଡାଥାନାରେ ଅଭିଯୋଗ ହୋଇଛି।ହାଡିପାଲି ପଞ୍ଚାୟତର ଜଣେ ଯୁବକ ଏଏନ୍ଏମ ସହିତ ଫାଶିମାଲ ଆସି ଫେରିବାବେଳେ ରାତି ହୋଇଯାଇଥିଲା। ବାଟରେ ପାନପାଲି ଜଙ୍ଗଲ ନିକଟ ନିଛାଟିଆ ରାସ୍ତାରେ ଯୁବକ ଜଣକ  ଏଏନଏମଙ୍କୁ  ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଖବର ପାଇ କୁଚିଣ୍ଡା ପୁଲିସ ଏଏନଏମଙ୍କୁ  ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରାଇବାସହ ଏକମାମଲା ରୁଜୁକରି ତଦନ୍ତଆରମ୍ଭ କରିଛି ।

ଗଛରେ ପିଟି ହେଲା ତୀର୍ଥଯାତ୍ରୀ ବସ

ବୌଦ୍ଧ, ୩୧ା୧୨(ଏସଏସନିଉଜ) ପୁରୀରୁ ଜଗା ଦର୍ଶନସାରି ନୃସିଂହନାଥ ଅଭିମୁଖେ ଯାଉଥିବାବେଳେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ହରେକୃଷ୍ଣପୁର ନିକଟରେ ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ ବସ ରାସ୍ତା କଡରେଥିବା ଏକ ଗଛରେ ପିଟି ହୋଇଯାଇଥିଲା । ୪୦ ଜଣ ଯାତ୍ରୀଅଳ୍ପକେ ବର୍ତ୍ତି ଯାଇଥିବାବେଳେ୬ଜଣ ଗୁରୁତର ଆହତହୋଇ ବୌଦ୍ଧ ମେଡିକାଲରେ ଚିକିସ୍‌ିତ ହେଉଛନ୍ତି । ସମସ୍ତ ତୀର୍ଥଯାତ୍ରୀ ଛତିଶଗଡ଼ର ରାୟପୁର ଅଞ୍ଚଳର ବୋଲି ଜଣାଯାଇଛି।

ନକଲି ଔଷଧ ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୩୧ା୧୨(ଏସଏସନିଉଜ)ରାଜ୍ୟରେ ଖୁବଶୀଘ୍ର ନକଲି ଔଷଧ ଉପରେ ଲାଗିବାକୁଯାଉଛି ଅଙ୍କୁଶ ।ରାଜ୍ୟବ୍ୟାପୀ ଯାଞ୍ଚ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାକ୍ସ ଫୋର୍ସ ।ପାଞ୍ଚ ଜଣିଆ ଟାସ୍କଫୋର୍ସ ଅଚାନକ ଚଢାଉ କରିବେ ଏବଂ ଔଷଧର ଯାଞ୍ଚ ଓ ସଂରକ୍ଷଣ କାର‌୍ୟ୍ୟର ଅନୁଧ୍ୟାନ କରିବେ ।ରାଜ୍ୟର ଏକାଧିକ ଔଷଧ ଦୋକାନରେ ନକଲି ଔଷଧ ଜବତ ପରେ ଅଚାନକ ଚଢାଉ କରିବାକୁ ନିଆଗଲା ନିଷ୍ପତି ।

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଛି ନିଆଁ

ଭଦ୍ରକ,୩୦।୧୨(ଏସ ଏସ ନିଉଜ)କେନ୍ଦୁଆପଦା ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଛି।ଫଳରେ ୮ରୁ ୧୦ ବଗିରେ ନିଆଁ ଲାଗିଥିବାର ଜଣାପଡିଛି।ଖବର ପାଇ ନିଆଁଲିଭାଇବାକୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛି।

ଅଜଣା ଗାଡ଼ି ଧକ୍କାରେ ୩ ମୃତ

କେନ୍ଦ୍ରାପଡ଼ା,୩୦ା୧୨(ଏସଏସନିଉଜ) ଅଜଣାଗାଡ଼ି ଧକ୍କାରେ ଅଟୋଚାଳକ ସମେତ ୩ଜଣଙ୍କର ମୃତ୍ୟୁଘଟିଛି ।ସଦରଥାନା ଚାନ୍ଦବାଲିରାସ୍ତା ଜାମଧର ନିକଟରେ ଏହି ମର୍ମନ୍ତୁଦଦୁର୍ଘଟଣା ଘଟିଛି ।କଟକରୁ ଚାନ୍ଦବାଲି ଆସୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା ।୩ ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ସଦରଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।  

ପରଲୋକରେ ବ୍ରାଜିଲର ମହାନ ଫୁଟବଲ ଖେଳାଳିପେଲେ

କେନ୍ଦ୍ରାପଡ଼ା,୩୦ା୧୨(ଏସଏସନିଉଜ) ବିଶ୍ୱଫୁଟବଲର ମହାନକିମ୍ବଦନ୍ତୀ ତଥା ବ୍ରାଜିଲରଷ୍ଟାର ଖେଳାଳି ପେଲେଙ୍କ ପରଲୋକ ହୋଇଛି। ଗୁରୁବାର ବିଳମ୍ବିତ ରାତି ତଥା ବ୍ରାଜିଲ ସମୟ ରାତି ୩.୨୭ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।ଦୁଇବର୍ଷ ଧରି କ୍ୟାନସର ଭଳି ଭୟଙ୍କର ରୋଗରେ ପୀଡ଼ିତ ଥିବା ପେଲେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥର ତାଙ୍କୁ ଡାକ୍ତରମାନେ ଆଉ ରକ୍ଷା କରିପାରି ନାହାନ୍ତି। ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚିରନିଦ୍ରାରେ […]

ମୁକ୍ତାକାଶ କାରାଶ୍ରମରେ କଏଦୀ ସଂଖ୍ୟା ହ୍ରାସ

ମେଣ୍ଢାଶାଳ,୨୭ା୧୨(ଏସଏସନିଉଜ)ଯାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶକାରାଶ୍ରମ ପରିସରରେ ଏବେ କଏଦୀସଂଖ୍ୟାହ୍ରାସପାଇଁ ୨୮ରେ ପହଁଚିଛି ।କିଛିଦିନପୁର୍ବେକରାଶ୍ରମରେ ୩୪ଜଣ କଏଦୀଥିଲେ ।ଜଣେ କଏଦୀ ବେଲରେ ଚାଲିଯିବାପରେ ଏମାନଙ୍କ ସଂଖ୍ୟାହ୍ରାସପାଇ ୩୩ରେ ପହଁଚିଥିଲା ।ଏହାମଧ୍ୟରେୁ ଦୁଇଜଣ କଏଦୀ ନବୀନପାତ୍ର ଓ ଜୁବୁଲ ଟିପୋ ଫେରାର ହୋଇଯାଇଥିଲେ ।ସେହିଦିନ ସମ୍ନଲପୁରରୁ ଆସିଥିବା ବାସୁଦେବ ସାହା, ବଲାଙ୍ଗିରିରୁଆସିଥିବା ସୁରେନ୍ଦ୍ରସା ଓ ବାରିପଦାରୁ ଆସିଥିବା ବ୍ରଜକିଶୋରମହନ୍ତ ନାମକ କଏଦୀ ଜେଲପରିସରରେ ନିଶାସେବନ କରୁଥିବାର ଜଣାପଡିବାପରେ ସେମାନଙ୍କୁ ଆସିଥିବା ଜେଲକୁ ପୁନର୍ବାର ପ୍ରତ୍ୟାବର୍ତନ କରାଯାଇଥିଲା ।ଯାହାଫଳରେ କଏଦୀସଂଖ୍ୟା ହ୍ରାସପାଇ ଏବେମାତ୍ର […]