Browsing category

ଅପରାଧ

ଇଡ DMଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ୱର,୨୦/୧୨(ଏସଏସନିଉଜ) ଇଡକଲ DMଙ୍କ ଗୟା ସାଁତରାଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଟେରାହୋଇଯାଇଛି। ଗୟା ସାଁତରାଙ୍କ ୧୬ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ। ୧୬ଟିରୁ ୪ଟି ଆକାଉଣ୍ଟ ଯାଞ୍ଚ ହେଉଥିବାବେଳେ୪ଟିରେ ରହିଛି ୩ କୋଟି। ଅନ୍ୟ ବ୍ୟାଙ୍କରେ ଥିବା ଆକାଉଣ୍ଟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ୟା ସାଁତରାଙ୍କ ୨ଟି ୪ ଚକିଆ ଓ ୪ଟି ୨ ଚକିଆ ଗାଡ଼ି ,ଗୋଟିଏ ହୁଣ୍ଡାଇ କ୍ରେଟା ଓ ଗୋଟିଏ ଗ୍ରାଣ୍ଡ ଆଇ ଟେନ୍ ଗାଡ଼ି ଠାବହୋଇଛି। […]

୮ ଲକ୍ଷ ପୋଛିନେଲେ ସାଇବରଠକ

କେନ୍ଦ୍ରାପଡା଼, ୨୦/୧୨(ଏସଏସନିଉଜ)କେନ୍ଦ୍ରାପଡା଼ରେ ଅବସରପ୍ରାପ୍ତ କର୍ମଚାରୀଙ୍କ ୮ ଲକ୍ଷ ପୋଛିନେଲେ ସାଇବର ଠକ। ଏସବିଆଇରେ ଥିବା ୨ଟି ଫିକ୍ସଡ୍ ଡିପୋଜିଟରୁ  ୮ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗହୋଇଛି। ଠକେଇର ଶିକାର ହୋଇଛନ୍ତି ପାଟକୁରା ଥାନା ନୂଆଶାସନ ଗାଁର ପ୍ରହ୍ଲାଦ ଦାସ। ଏନେଇ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ପ୍ରହ୍ଲାଦ ।୨ ମାସ ତଳେ ଲୋନ ଆପରୁ କଲ୍ ଆସିଥିଲା , ହେଲେ ଓଟିପି ଦେଇନଥିଲେ। କାଲି ଫିକ୍ସଡ୍ ଡିପୋଜିଟରୁ ସୁଧ ନ ଆସିବାରୁ ବ୍ୟାଙ୍କ ଆସି ଚେକ୍ କରିଥିଲେ […]

କ୍ରାଇମ୍ ସିନ୍ ରିକ୍ରିଏସନ

ନୟାଗଡ଼,୨୦।୧୨(ଏସଏସ ନିଉଜ) ସପ୍ତମଶ୍ରେଣୀ ଛାତ୍ର ଅମ୍ରିତ ଅପହରଣ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ନେଇ କୁରାଳ ଗାଁରେ କ୍ରାଇମ୍ ସିନ୍ ରିକ୍ରିଏସନ କରାଯାଇଛି। ଅପହରଣ ପରେ ଅମ୍ରିତଙ୍କୁ ରଖିଥିବା ପଣ୍ଡିତସାହି ଘରକୁ ଅଭିଯୁକ୍ତଙ୍କୁ ନେଇଥିଲା ପୋଲିସ । ପଣ୍ଡିତସାହି ଘର କୂଅରୁ ଅମ୍ରିତଙ୍କ ସ୍କୁଲ ବ୍ୟାଗ ଓ ଗୋଦାମ ଘରୁ ଜ୍ୟାକେଟ ମିଳିଲା।

ହତ୍ୟା ଅଭିଯୋଗ ଆଣିଲେ ଗୋବିନ୍ଦଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୦।୧୨(ଏସଏସ ନିଉଜ)ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମୃତ୍ୟୁ ଘଟଣା ନେଇ ଥାନାରେ ପତ୍ନୀ ସୁଷମାଙ୍କ ଏତଲା କରିଛନ୍ତି । ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସେ କେବେ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ।ତାଙ୍କ ପତ୍ନୀଙ୍କ ବିସ୍ପୋରକ ବୟାନ ପରେ ଚର୍ଚ୍ଚା ଜୋର ଧରିଛି।

ଗାଡିଚୋରକୁ ଧରିଲା ପୋଲିସ

ଭୁବନେଶ୍ୱର,୨୦।୧୧(ଏସଏସ ନିଉଜ)ରଙ୍ଗକାମକରୁଥିବା ବ୍ୟକ୍ତି ଜଣଙ୍କ ନାଗେଶ୍ଵର ଟାଙ୍ଗୀ ଅଞ୍ଚଳରେ ଥିବା ଜଣେ ଆଡଭୋକେଟଙ୍କ ଘର ସମୁଖରେ ନିଜ ଟିଭିଏସ ଆପାଚେ ବାଇକକୁ ପାର୍କିଂ କରି ଭିତରକୁ ରଙ୍ଗ କରିବାକୁ ଯାଇଥିଲେ।ଏହିସମୟରେ ଜଣେ ଆସି ଉକ୍ତ ବାଇକକୁ ସେଠାରୁ ଚୋରୀ କରି ନେଇଯାଇଥିଲେ । ବାହାରେ ଗାଡି ଷ୍ଟାର୍ଟ ହେବା ଶବ୍ଦ ଶୁଣି ଗାଡିମାଲିକ ବାହାରକୁ ଆସି ନିଜ ଗାଡିଟିକୁ ଜଣେ ଚୋରୀ କରି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଏ ଘଟଣା ନେଇ […]

କାଞ୍ଜିପାଣି ଘାଟିରେ ଦୁର୍ଘଟଣା

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)କାଞ୍ଜିପାଣି ଘାଟିରେ ସଡ଼କ ଦୁର୍ଘଟଣା ଘଟିଛି ।ଏଥିରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତର ଡ୍ରାଇଭର ହେଲେ ମହାରାଷ୍ଟ୍ର ବାନ୍ଦ୍ରା ଜିଲ୍ଲା ଲାନୁର ଥାନା ପମ୍ପଲୁର ଗାଁର ସନ୍ତୋଷ ମୋରି । ସୋମବାର ବିଳମ୍ବିତ ରାତିରେ କେନ୍ଦୁଝର ଆଡୁ ସନ୍ତୋଷ ମୋରି ଏକ ୧୬ ଚକିଆ ଟ୍ରକନେଇ ବମ୍ବେ ଅଭିମୁଖେ ଯାଉଥିବାବେଳେ ୪୯ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଯାଇଥିଲା।ଏହିସମୟରେ ସାମ୍ନା ପଟୁ ଆସୁଥିବା ଏକ ୧୦ […]

ଧରାହେଲେ ମୋବସ୍ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)ମୋବସରେ ଲୁଟ କରୁଥିବା ଏକ ଲୁଟେରାଗ୍ୟାଙ୍ଗକୁ କମିସିନେରେଟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ପୋଲିସ ୭ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ କରିଛି ।ଏମାନେ ବସରେ ଯାଇ ଭିଡ ସୃଷ୍ଟିକରି ସେହି ମଉକାରେ ଲୋକଙ୍କ ଠାରୁ ଲୁଟ୍ କରିଥାନ୍ତି ।ଏସର୍ମ୍ପକରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା ।

ସିବିଆଇ ତଦନ୍ତ ଦାବିକଲେ କଳାହାଣ୍ଡିସାଂସଦ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ) କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ।ସେକହିଛନ୍ତି ମମିତାହତ୍ୟାରେ ସଂପୃକ୍ତ ବଡ଼ବଡ଼ିଆଙ୍କ ମୁଖା ଖୋଲିବା ଭୟ ଥିଲା , ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବହୁ ଲୋକଙ୍କ ନାଁ ଆସିଥିଲା , ମୁଖା ଖୋଲିବା ଭୟରେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛିାଏହାସହ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟାରେ ସିବିଆଇ ତଦନ୍ତ ଦାବି କରଛନ୍ତି […]

ଚାଲିଗଲା ଗୋବିନ୍ଦସାହୁଙ୍କ ଜୀବନ

ଭୁବନେଶ୍ୱର,୨୦/୧୨(ଏସଏସ ନିଉଜ) ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମାଲ ରେ ସଜା କାଟୁଥିବା ଗୋବିନ୍ଦ ସାହୁଙ୍କ ମୃତଦେହ କଣ୍ଟାବାଞ୍ଜି ଜେଲ୍ ଭିତରୁ ମିଳିଛି ।ଆଜି କୋର୍ଟରେ ହାଜର ହୋଇ ଥାନ୍ତେ ଗୋବିନ୍ଦ।ହେଲେ ତାପୂର୍ବରୁ ସେ ନିଜର ଜୀବନ ନେଇ ଯାଇଛନ୍ତି । ତେବେ କିଭଳି ଜେଲ୍‌ ଭିତରେ ସେ ଏପରି କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।ଜେଲ ଭିତରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ […]

ଆମ୍ବଗଛରେ ଝୁଲନ୍ତା ମୃତଦେହ

ବାଲିପାଟଣା,୨୦/୧୨(ଏସଏସ ନିଉଜ) ମଠ ପରିସରରେ ଆମ୍ବଗଛରେ ଝୁଲି ପଡ଼ିଲେ ଯୁବକ।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ ଯୁବକଙ୍କ ନାମ ସୁକାନ୍ତ ବେହେରା (୨୮) । କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତରଡ଼ପଡା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।