Browsing category

ଅପରାଧ

ନଷ୍ଟହେଲା ଗଞ୍ଜେଇ

ବାଲିଗୁଡା,୨୧ା୧୨(ଏସଏସନିଉଜ) ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମପଂଚାୟତ ର ପୁଷାଙ୍ଗିଆ,ପାଲୁଙ୍କିଆ ଓ ଜକିକିଆ ଅଞ୍ଚଳର ୧୪୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ ହୋଇଛି ।ଏହି ବାଲିଗୁଡ଼ାଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବାକୁ ଗତ ନଭେମ୍ବର ମାସରୁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।  

ଓଲଟିଲା ୨ସ୍କୁଲ ବସ୍

ଭୁବନେଶ୍ୱର,,୨୧ା୧୨(ଏସଏସନିଉଜ) ଦୁଇଟି ସ୍କୁଲବସ ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ବେଳେଓଲଟି ପଡି ୧୦ଜଣଙ୍କ ମୃତ୍ୟୁ ହବାସହ ଅନେକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଣିପୁରର ନୋନି ଜିଲ୍ଲାରେ ଘଟିଛି । ଷ୍ଟଡିଟୁର୍ ପାଇଁ ଦୁଇଟି ବସ୍ ଛାତ୍ରଛାତ୍ରୀ ଯାଉଥିବାବେଳେ ପାହାଡିଆଜିଲ୍ଲାର ଲୋଙ୍ଗସାଇଅଞ୍ଚଳରେ ହଠାତ୍ ବସ୍ ଦୁଇଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତମାନଙ୍କୁ ଉଦ୍ଧାର କରି ଇମ୍ଫାଲ ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛିାସେପଟେ ଏହି ଦୁର୍ଘଟଣା ନେଇ […]

କୋଟିପତି ସରପଞ୍ଚଙ୍କ ଘରେ ଆୟକର ବିଭାଗ

ଭଦ୍ରକ,୨୧ା୨୨(ଏସଏସନିଉଜ) ଆୟକରବିଭାଗ ପକ୍ଷରୁ ତିହିଡିବ୍ଲକ ଗୁଆମାଳପଞ୍ଚାୟତର ପୂର୍ବତନ ବିଜେଡି କୋଟିପତି ସରପଞ୍ଚଙ୍କ ବାସଭବନ ଓ ଦୋକାନ ଘରେ ଚଢ଼ାଉ ଜାରିରହିଛି। ପୂର୍ବତନ ସରପଞ୍ଚଙ୍କ ଡାହାଣୀଗଡ଼ିଆସ୍ଥିତ ବାସଭବନ ଓ ବାଇପାସସ୍ଥିତ ସୁନା ଦୋକାନରେ ଆୟକରବିଭାଗ ପକ୍ଷରୁ ଆଜିସକାଳୁ ଚଢ଼ାଉ କରାଯାଇଛି।  

ବିଜ୍ଞାପନ ହୋର୍ଡିଂରୁ ୪ ଘଣ୍ଟାପରେ ଉଦ୍ଧାରହେଲେ ମୁକ୍ତିକାନ୍ତ ବିଶ୍ବାଳ

ଭୁବନେଶ୍ୱର, ୨୧ା୨୨(ଏସଏସନିଉଜ)ଶିଶୁଭବନ ଛକରେଥିବା ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢି ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ସୁରକ୍ଷିତଭାବେ ତାଙ୍କୁ ଉଦ୍ଧାର କରାଯାଇଛି । ୪ ଘଣ୍ଟାକାଳ ଉଦ୍ୟମ କରି ଶେଷରେ ଅଗ୍ନିଶମବାହିନୀତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ରାଜଧାନୀ ଚିକିତ୍ସାଳୟ ପଠାଇଛିା ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ରାଉରକେଲାରୁ ଚାଲିଚାଲି ଭୁବନେଶ୍ୱର ଆସି ନିରାଶହେବାରୁ ଏହାର ପ୍ରତିବାଦରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତ ଅଭିନବ ପ୍ରତିବାଦ ସ୍ୱରୁପ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ଏପରିକି ହାତରେ […]

୧୨ଘଣ୍ଟିଆ ବିନିକା ବନ୍ଦ

ଭୁବନେଶ୍ୱର,୨୧।୧୨(ଏସଏସ ନିଉଜ)ସ୍ୱାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବିନିକା ବନ୍ଦ ପାଳନ କରାଯାଉଛି। ପ୍ରସ୍ତାବିତ OPTCLର ବିଦ୍ୟୁତ ଟାୱାର ହଟାଇବା ଦାବିରେ ଏହି ବନ୍ଦ ପାଳନ ହେଉଛି। ଟାୱାର ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେବା ଅଭିଯୋଗ ହୋଇଛି। ବିଭିନ୍ନ ସ୍ଥାନରେ ପିକେଟିଂ ସହ ସହରର ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିବାର ଦେଖିବାକୁ ମିଳିଛି।

ଭିଜିଲାନ୍ସ ଜାଲରେ ରେଞ୍ଜ ଅଫିସର୍

ଭୁବନେଶ୍ୱର,୨୧।୧୨(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଛନ୍ତି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ କେଶବଙ୍କ ଘରେ ଓ ଅଫିସ୍‌ରେ ରେଡ୍ ଚାଲିଛି। କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ।

ଓଲଟିଲା କୋଇଲାବୋଝେଇ ଗାଡି

ବାରଙ୍ଗ,୨୦ା୧୨(ଏସଏସନିଉଜ)ସୋମବାର ବିଳମ୍ଭିତ ରାତିରେ ବାରଙ୍ଗଥାନା ଅଧିନସ୍ଥ ପାଟପୁରଗାଁ ମୁଣ୍ଡରେ ଦୁର୍ଘଟଣାଘଟି ଓଆର-୧୯ଏଫ-୩୬୯୭ନଂ ୪୦୭କୋଇଲାବୋଝେଇଗାଡିଟି ଓଲଟିପଡି କ୍ୟାବିନ ଓ ବଡି ଅଲଗାହୋଇଯାଇଛି । ଗାଡିଚାଳକ ଗୁରୁତରଆହତ ହୋଇଥିବାବେଳେ ଦ୍ରୁତଗତିରେ ଆଠଗଡରୁ ଗୋଡିସାହି ଫାଣ୍ଡିଦେଇ କୋଇଲାନେଇ ବାରଙ୍ଗ ଇଟାଭାଟିକୁ ଆସୁଥିବାବେଳେ ଭାରସମ୍ୟହରାଇ ଗାଡିଟି ରାସ୍ତାପାଶ୍ୱର୍ରେ ଥିବା ଇଲେକ୍ଟ୍ରିଖୁଂଟରେ ମାଡ ହୋଇଯାଇଥିଲା ।ଯାହାଫଳରେ ଗାଡଟି ଓଲଟିପଡି ବଡି ଓ କ୍ୟାବିନ ଦୁଇଟାଯାକ ସମ୍ପୁର୍ଣ ଅଲଗାହୋଇଯାଇଥିଲା । ଗୁରୁତରଆହତ ଅବସ୍ଥାରେ ଗାଡିଚାଳକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିସ୍ାପାଇଁ କଟକବଡମେଡିକାଲକୁ ପଠାଇଛନ୍ତି ।ଅନ୍ୟପଟେ […]

ସାମ୍ବାଦିକଙ୍କ ସଚ୍ଚୋଟତା

ବାରଙ୍ଗ,୨୦ା୧୨(ଏସଏସନିଉଜ) ବାରଙ୍ଗଅଂଚଳର”ସମାଜ’ ସାମ୍ବାଦିକ ଜଣେ ମହିଳା ବଙ୍ଗୀୟ ପର‌୍ୟ୍ୟଟକଙ୍କୁ ହଜିଯାଇଥିବା ଭ୍ୟାନିଟ ବ୍ୟାଗ ଫେରାର ସାଧୁତାର ପରିଚୟ ଦେଇଛନ୍ତି। କଲିକତା ବାବୁଘାଟ ଅଳଞ୍ଚର ସୁନଦା ଚାଟାର୍ଜୀ ଓ ତାଙ୍କ ସ୍ବାମୀ ଜି.ଚାଟାର୍ଜୀ ପରିବାର ସଦସ୍ୟଙ୍କ ସହିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ମଙ୍ଗଳବାରଦିନ ବୁଲିବାକୁ ଆସିଥିଲେ।ବୁଲାବୁଲି କରି ଘରକୁ ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟଛକ ଠାରେ ଥିବା ପିଙ୍କି ହୋଟେଲରେ ମଧ୍ୟାନ୍ନ ଭୋଜନ କରିଥିଲେ।ପରେ ମହିଳା ଜଣକ ହୋଟେଲ ପାଖରେ ଥିବା ଏକ ସ୍କୁଟି ଗାଡି ସିଟ୍ ଉପରେ ଭ୍ୟାନିଟ୍ ବ୍ୟାଗ […]

ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)ଡିଜିପିଙ୍କ ନିର୍ଦ୍ଦେଶପରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।  ଜେଲରେ କେମିତି ମଲା ଗୋବିନ୍ଦ ।ଏହି ଘଟଣାଉପରୁ ପରଦା ଉଠାଇବାପାଇଁ ତଦନ୍ତ କରିବ କ୍ରାଇମବ୍ରାଞ୍ଚା କ୍ରାଇମବ୍ରାଞ୍ଚର୧୦ ଜଣିଆ ଟିମ୍ ଦେବ ରିପୋର୍ଟାଅନ୍ୟପଟେଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାରୁ ଆସୁଛନ୍ତି ସ୍ପେଶାଲ ଟିମ୍। ବୁର୍ଲା ଭିମସାର FMT ବିଭାଗର ୨ ବିଶେଷଜ୍ଞ ଡାକ୍ତର ବଲାଙ୍ଗିର ଯାଉଛନ୍ତି। FMT ଜଣେ ପ୍ରଫେସର ଓ ଜଣେ ଆସୋସିଏଟ ପ୍ରଫେସର ଆସିଛନ୍ତି ।

ଦମ୍ପତିଙ୍କଠାରୁ ଲୁଟିଲେ୩ଲକ୍ଷ

ନୀଳଗିରି, ୨୦/୧୨(ଏସଏସନିଉଜ) ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ୩ଲକ୍ଷ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଭାଲୁକାଶୁଣି ଛକରେ ଲୁଟ୍ ହୋଇଛି। ବାଇକରେ  ୩ ଦୁର୍ବୃତ୍ତ ଆସି ଦମ୍ପତିଙ୍କଠାରୁ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତିାଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।