ନାବାଳିକାଙ୍କୁ ଦୁଷ୍କର୍ମଅଭିଯୋଗରେ ୪ ଗିରଫ

ସମ୍ବଲପୁର, ୨୫ା୧୨(ଏସଏସନିଉଜ)ଜଣେ ୧୪ ବର୍ଷର ନାବାଳିକା ମାମୁଁଘରକୁ ଯାଉଥିବାବେଳେ ବାଟରୁ ପ୍ରଲୋଭନ ଦେଖାଇ ଅପହରଣ କରି ୨ଦିନରଖିବାପରେ ଗାଁରେ ନେଇ ଛାଡିଥିଲେ ୪ଜଣ ଯୁବକ ।ପରିବାରଲୋକ ଦୁଷ୍କର୍ମର ଶିକାର ନାବାଳିକା ଜଣକ ହୋଇଥିବା ଜାଣିବାପରେ ଡିସେମ୍ବର ୨୨ତାରିଖରେ ମହୁଲପାଲିଥାନାରେ ଅଭିଯୋଗ କରିଥିଲେ।ପୋଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ କରିବାସହ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଅଇଁଲାପସିର ରାଜିନ୍ଦ୍ର ଭତ୍ରା, ବିକ୍ରମ ପଟେଲ୍, ଖୁଟମୁଣ୍ଡାର ଆକାଶ ମୁଣ୍ଡା ଓ ଦୀପକ ମରେଇଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଛି।

 

Comments (0)
Add Comment