ଗୋଠଛଡ଼ା ହାତୀର ଆତଙ୍କ

କାମାକ୍ଷାନଗର, ୨୫ା୧୨(ଏସଏସନିଉଜ) ଆଜି ଭୋର ସମୟରେ ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ କଲଦା ଗ୍ରାମରେ ଏକ ଗୋଠଛଡ଼ା ହାତୀ ଆକ୍ରମଣରେ ରମେଶ ଚନ୍ଦ୍ର ସାହୁ ନାମକ ଚାଷୀଙ୍କ ମୃତ୍ୟୁ ହୋଇଛି। ସେ ନିଜ ବାଇକରେ ପୋଖରୀକୁ ମାଛ ଦାନା ନେଇ ଯାଉଥିବା ବେଳେ, କଲଦା ଆମ୍ବପଳାସ ଟାସିରି ରାସ୍ତାରେ ଏକ ଗୋଠଛଡ଼ା ଦନ୍ତା ହାତୀ ସାମ୍ନା ପଟୁ ଆସି ଶୁଣ୍ଢରେ ଟେକି କଚାଡି ଦେବା ସହ ଛାତିରେ ମଡ଼ା ପକାଇ ଦେଇଥିଲା।ଖବରପାଇ ପରିବାରଲୋକ ତାଙ୍କୁ ଚିକିସ୍‌।ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲା ।

Comments (0)
Add Comment