Browsing category

ଅପରାଧ

ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର

ଭୁବନେଶ୍ୱର,୨୦/୧୨(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଲେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାଁନ୍ତରା। ଇଡ୍‌କଲ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା, ନୟାଗଡ଼ରେ ଚାଲିଛି ରେଡ୍।

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତୁ

ଭୁବନେଶ୍ୱର,୨୦/୧୨(ଏସଏସ ନିଉଜ)ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତୁବରଣ କରିଛନ୍ତି।ସୋପିଆନ୍ ମୁଞ୍ଝ୍ ମାର୍ଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ମୃତ ୩ ଆତଙ୍କବାଦୀ ।ଏମାନେ ଲସ୍କର ଏ ତୋଇବା ସଂଗଠନର ବୋଲି ସୂଚନା ମିଳିଛି ।ଆଉକିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ ଚାଲିଥିବାର ଜଣାପଡିଛି ।

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ, ୧୯ା୧୨(ଏସଏସନିଉଜ) ତମାଣ୍ଡୋ ମିନି ଷ୍ଟାଡିୟମରେ ଖେଳାଯାଉଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଢେଙ୍କାନାଳର ପପୁଲାର ସ୍ପୋଟିଂ ବିଜୟୀ ହୋଇଛି । ଦଳ ୬-୫ସଡନଡେଥ ଗୋଲରେ ଗଣ୍ଡରପୁରର ୟୁନାଇଟେଡ ୟୁଥ କ୍ଲବକୁ ପରାସ୍ତକରି ସେମି ଫାଇନାଲ ପର‌୍ୟ୍ୟାୟକୁ ଉନ୍ନିତ ହୋଇଛି । ଗଣ୍ଡରପୁର ଦଳର ରାଜା ନାୟକ ଖେଳର ୪ମିନିଟରେ ଏକ ଦର୍ଶନୀୟ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିବା ବେଳେ ଖେଳର ୫୦ମିନିଟରେ ବିପକ୍ଷ ଢେଙ୍କାନାଳ […]

ଧକ୍କାଦେଲା ହାଇୱା

ବାଲିଗୁଡା,୧୯/୧୨(ଏସଏସନିଉଜ)କନ୍ଧମାଳଜିଲ୍ଲା ବାଲିଗୁଡ଼ାଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଛି ।ମୃତକ ଦ୍ୱୟହେଲେ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ ଓ ଅଚ୍ୟୁତାନନ୍ଦ ନାୟକ ।ରବିବାର ରାତି ୧୦ଟାରେ ରାକେଶ ଓ ଅଚ୍ୟୁତାନନ୍ଦ ମହାସିଙ୍ଗି ଆଡୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ସୁରୁବାଲି ଗାଁ ନିକଟ ବୁଲାଣି ରାସ୍ତାରେ ଏକ ହାଇୱା ଆସି ଆଗପଟରୁ ଧକ୍କା ଦେଇଥିଲା । ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ଖବରପାଇ ପୋଲିସ […]

ଇଡକୋ ପକ୍ଷରୁ ନିର୍ମାଣାଧୀନ ପ୍ରକଳ୍ପକୁ ବନ୍ଦ କଲେଗ୍ରାମବାସୀ

ବାରଙ୍ଗ,୧୯/୧୨(ଏସଏସନିଉଜ)ବାରଙ୍ଗତହସିଲ ଅନ୍ତର୍ଗତ ଗୋବିନ୍ଦପୁର ମୁଣ୍ଡଳୀ ରାସ୍ତାକଡ ମୁଣ୍ଡଳୀମୌଜାରେ ୮୩୧ଏକର ପରିମିତ ଜାଗାରେ ସୋମବାରଦିନ ଇଡିକୋ ପକ୍ଷରୁ ଆରମ୍ଭ କରାଯାଉଥିବା ପାଚେରୀ କାମକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।ଇଡକୋ ପକ୍ଷରୁ କାମ ଆରମ୍ଭ କରାଯାଉଥିବାର ଖବର ପାଇ ମୁଣ୍ଡଳୀ, ମାର୍ଥାପୁର, ନରାଜ,ତଳଗଡ଼ଗାଁର ଶତାଧିକ ଗ୍ରାମବାସୀମାନେ ଏକତ୍ରିତ ହୋଇ ଆସି ପ୍ରତିବାଦ କରିଥିଲେ।ଗ୍ରାମବାସୀମାନଙ୍କର ଜମିକୁ ଟାଟାକମ୍ପାନୀ ୨୦୦୬ ମସିହାରେ ନେଇଥିବାବେଳେ କୈାଣସି ପ୍ରକଳ୍ପ ନକରି ପଳାଇଯାଇଥିଲା ।ଏବେ ଗ୍ରାମାବାସୀ ମାନେ ଏହି ଜାଗାକୁ ଚାଷବାସ କରିବା କାର୍ଯ୍ୟରେ ବ୍ୟବହାର କରୁଛନ୍ତି […]

ପିଲା ନେବ ପିଲା!

ହାଟଡିହି,୧୯/୧୨(ଏସଏସନିଉଜ) ଉତ୍କଟ ଅଭାବ ଯୋଗୁ ନିଜର ୩ମାସର ଶିଶୁକନ୍ୟାକୁ ଧରି ଜଣେ ଅସହାୟ ମା ବିକ୍ରି କରିବା ପାଇଁ ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମନୋହରପୁର ଗ୍ରାମର ସନ୍ତୋଷ ଦାସଙ୍କ ପତ୍ନୀ ମମତା। ୭ ମାସ ତଳେ ସ୍ବାମୀ ଓ ଶାଶୂ ଆରପାରିକି ଚାଲିଗଲେ । ଭିକମାଗି ଯାହା ଆଣୁଥିଲେ, ସେଇଥିରେ ଦୁଃଖକଷ୍ଟରେ ଚଳୁଥିଲେ ।କିନ୍ତୁ ଉଭୟ ଚଲିଯିବାପରେ ଦୁଃଖର ପାହଡକୁ ସାମ୍ନାକରିବାକୁ ପଡିଥିଲା ମମତାଙ୍କୁ । ୧୦ ବର୍ଷର ବଡ଼ପୁଅକୁ ଘୁଷୁରି ଚରାଇବା ପାଇଁ […]

୫ ଦିନ ପରେ ଉଦ୍ଧାର ହେଲେ ନିଖୋଜ ଛାତ୍ର ଅମ୍ରିତ୍

ଓଡ଼ଗାଁ, ୧୯/୧୨(ଏସଏସନିଉଜ) ଶେଷରେ ନାବାଳକ ଅମ୍ରିତ ନିଜ ଗାଁ କୁରାଳରୁ ଉଦ୍ଧାର ହୋଇଛି । ଆଜି ଭୋର ସମୟରେ ଗାଁରେ ଦେଖି ଜଣେ ବ୍ୟକ୍ତି ତା ପରିବାର ସହ ଥାନାକୁ ଖବରଦେଇଥିଲେ ।ପରେ ପୋଲିସ ଆସି ଅମ୍ରିତକୁ ଉଦ୍ଧାର କରି ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରିଛନ୍ତି ।ଏତେଦିନ ଯାଏ କେଉଁଠି ଥିଲେ ତାହା ଜଣାପଡିନାହିଁ । କୁରାଳଗ୍ରାମର ପୂର୍ଣ୍ଣଚନ୍ଦ୍ରପାତ୍ରଙ୍କ ୧୨ବର୍ଷର ପୁଅ ଅମ୍ରିତ ସପ୍ତମଶ୍ରେଣୀରେ ପାଠପଢୁଥିବାବେଳେ ଗତ ୧୫ତାରିଖ ଗୁରୁବାର ରାତିରେ ଟ୍ୟୁସନ୍କୁ ଯାଇ ଆଉ ଫେରିନଥିଲେ । […]

ଜମି ପାଇଁ ଫୁଟିଲା ଗୁଳି

ନୟାଗଡ, ୧୯/୧୨(ଏସଏସନିଉଜ) ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦଗାଁରେ ଜମିଜମା ବିବାଦକୁନେଇ ଗୋଟିଏପରିବାର ଅନ୍ୟ ଏକ ପରିବାର ଉପରେ ଗୁଳିମାଡକରିଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତରଆହତ ହୋଇଛନ୍ତି ।ଗୁରୁତରଆହତମାନଙ୍କୁ ଚିକିସ୍‌।ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଖବରପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଗ୍ୟାସ ଟାଙ୍କିରୁ ନିଆଁଲାଗି ଜଳିଗଲା ୨ବଖରାଘର

ବାରଙ୍ଗ,୧୮।୧୨(ଏସଏସନିଉଜ)ଗୋଡିସାହିଫାଣ୍ଡି ଅଧିନସ୍ଥ ବିଦ୍ୟାଧରପୁରଗ୍ରାମର ପ୍ରଧାନ ସାହିରେ ଗ୍ୟାସଟାଙ୍କିରୁ ନିଆଁଲାଗି ୨ବଖରା ଚାଳଘର ପୋଡିଯାଇଛି। ପ୍ରକାଶଯେ, ରବିବାରଦିନ ବିଦ୍ୟାଧରପୁର ଗ୍ରାମର ପ୍ରଧାନ ସାହିର ସୁରେଶ ପ୍ରଧାନଙ୍କ ରୋଷେଇ ଘରେ ଗ୍ୟାସଟାଙ୍କି ପରିବର୍ତନ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ସୁରେସ ଗ୍ୟାସ ଟାଙ୍କିକୁ ରୋଷେଇଘରୁ ବାହାରକୁ ଆଣିବାସମୟରେ ନିଆଁଟି ଭୟଙ୍କ ରୂପନେଇ ରୋଷେଇ ଘରକୁ ଲାଗିଥିବା ଅନ୍ୟଏକଚାଳଘରକୁ ବ୍ୟାପିଯାଇଥିଲା । ଫଳରେ ନିଆଁଲାଗି ଚାଳଘର ଦୁଇଟି ସଂପୂର୍ଣ୍ଣଜଳି ପାଉଁଶ ହୋଇଯାଇଥିଲା। ଖବରପାଇ ବାରଙ୍ଗରୁଦମକଳ ଆସି ଏକ ଘଂଟାକାଳ […]

ପୁଲିସହାତରେ ୪ କୁଖ୍ୟାତ ଡକାୟତ

ତାଳଚେର, ୧୮/୧୨(ଏସଏସନିଉଜ) ୪ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ତାଳଚେର ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ୫ଟି ବୋମା, ୨ ମାଉଜର ଓ ମାରଣାସ୍ତ୍ର ସହ ବାଇକ ଜବତ ହୋଇଛି । ଏମାନଙ୍କ ନାଁରେ ଭିନ୍ନ ଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।