ବାହାରିଲେ ଶ୍ରଦ୍ଧାଞଳି
ଭୁବନେଶ୍ୱର, ୧୮/୧୨(ଏସଏସନିଉଜ) ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ମୁହାଁମୁହିଁ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସ୍ରୁ ବାହାରିଥିଲେ ଶ୍ରଦ୍ଧାଞ୍ଜଳି । ଇଡି ଯାହା ପଚାରିଲେ ତଥ୍ୟ ଦେଲି ବୋଲି କହି ଚାଲିଯାଇଥିଲେ ଶ୍ରଦ୍ଧାଞ୍ଜଳି ।
Browsing category
ଭୁବନେଶ୍ୱର, ୧୮/୧୨(ଏସଏସନିଉଜ) ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ମୁହାଁମୁହିଁ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସ୍ରୁ ବାହାରିଥିଲେ ଶ୍ରଦ୍ଧାଞ୍ଜଳି । ଇଡି ଯାହା ପଚାରିଲେ ତଥ୍ୟ ଦେଲି ବୋଲି କହି ଚାଲିଯାଇଥିଲେ ଶ୍ରଦ୍ଧାଞ୍ଜଳି ।
କଟକ, ୧୮/୧୨(ଏସଏସନିଉଜ) ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନନ୍ଦନକାନନଥାନା ଅଧିନସ୍ଥ ପଦାସାହି ଘରୁ ଉଦ୍ଧାର ହୋଇଛି ।ଗତକାଲି ବିଳମ୍ଭିତରାତିରେ ଏହି ଘଟଣା ଘଟିଥିବାବେଳେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ ।ସେ ବାରଙ୍ଗଥାନାରୁ ଗତକାଲିରାତି ସାଢେ୧୦ରେ ଆସି ଘରେ ପହଁଚିଥିଲେ ।ଏହାପରେ ନିଜ ରୁମରେ କବାଟ ଦେଇ ଶୋଇଥିଲେ ।ବିଳମ୍ଭିତ ରାତିପର୍ଯ୍ୟନ୍ତ ଅଶୋକ ଖାଇବାକୁ ନଆସିବାରୁ ତାଙ୍କ ପତ୍ନୀ କବାଟ ବାଡେଇବା ପରେମଧ୍ୟ କବାଟ ଖୋଲିନଥିଲେ ।ପରେ ପରିବାରର ଅନ୍ୟସଦସ୍ୟମାନଙ୍କୁ ଡାକି […]
ଆସିକା, ୧୮/୧୨(ଏସଏସନିଉଜ) ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ଥାନା ପୋଲିସ ।ପିତଳ ହସ୍ପିଟାଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଶେରଗଡ଼ ବ୍ଲକ ପିତଳ ଗାଁର ବୋଲି ଜଣାପଡିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।
ଦେବଗଡ଼, ୧୮/୧୨(ଏସଏସନିଉଜ) ଧାନ ଖଳାରେ ଚାଷୀଙ୍କୁ ଦଳି ମାରିଲା ହାତୀ ।ରିଆମାଳ ଫରେଷ୍ଟ ରେଞ୍ଜ ଚିରୁଗୁଣିକୁଦର ଗାଁରେ ହାତୀ ଆକ୍ରମଣରେ ଚାଷୀ ମୃତ। ଅମଳ ହୋଇଥିବା ଧାନକୁ ସୁରକ୍ଷା ଦେବା ନେଇ ଚାଷୀଜଣଙ୍କ ରାତିରେ ଧାନଖଳାରେ ଥିବାବେଳେ ହାତୀଆସିଥିଲା ।ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବାବେଳେ ହାତୀଟି ତାଙ୍କୁ ଦଳିମାରିଦେଇଥିଲା
ବଲାଙ୍ଗିର, ୧୮/୧୨(ଏସଏସନିଉଜ) ହତ୍ୟା ଅଭିଯୋଗରେ ଭୀମଭୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି ।ଯୁବକଙ୍କ ଶରୀରରେ କଟାଦାଗ ଦେଖି ହତ୍ୟା ଅଭିଯୋଗ କରିଛନ୍ତି ପରିବାରଲୋକ ।କାଲି ଖଡ଼ଙ୍ଗ ନଦୀ ଗୁଦ୍ଗୁଦା ଜଳପ୍ରପାତରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା ।ଯୁବକ ଜଣଙ୍କ ଫର୍ଣ୍ଣିଚର ଦୋକାନରେ କାମ କରୁଥିବାବେଳେ କାଲି ପିକନିକ୍ ଆସିଥିଲେ ।ଗାଧୋଇବାବେଳେ ବୁଡ଼ି ମୃତ୍ୟୁ ହୋଇଥିବା ଫର୍ଣ୍ଣିଚର ମାଲିକମାନେ କହିଥିଲେ ।
ବାଙ୍କୀ, ୧୭ା୧୨ (ଏସଏସନିଉଜ)ଆଉ ଦିନକେଇଟା ପରେ ବର୍ଷଜକର ପରିଶ୍ରମର ଫଳସ୍ୱରୁପ ପାଚେଲାଧାନ ଅମଳ କରିଥାନ୍ତେ ।ହେଲେ ହାତୀପଲ୍ଲଆସି ସବୁଉଜାଡିଦେଇଛନ୍ତି ।ଯାହାଫଳରେ ଚାଷୀମାନଙ୍କର ଆର୍ଥିକମେରୁଦଣ୍ଡ ଦୁର୍ବଳ ହୋଇଯାଇଛି ।ଏହିଭଳିଏକ ଚିତ୍ର ଚନ୍ଦକା- ଡମପଡା ଅଭୟାରଣ୍ୟର ଉତର ପାର୍ଶ୍ବରେ ଥିବା ବାଙ୍କି-ଡମପଡା ବ୍ଲକର ବାଁଆର ଓ ରାମଚଣ୍ଡିରେ ପୁଣି ଦେଖିବାକୁ ମିଳିଛି । । ଚାଷୀ ପାଚିଲାଧାନ କାଟିଆଣି ବାଡ଼ିରେ ଗଦାଇ କରିରଖିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଚାରିଟିକିଆ ହାତୀପଲ୍ଲ ଆସି ଧାନଗଦାରୁ ଧାନଖାଇ ଦଳି ନଷ୍ଟକରି ଫୋପାଡ଼ି […]
ବାରଙ୍ଗ,୧୭/୧୨(ଡିଏନଏ)ପ୍ରାଣୀଉଦ୍ୟାନ ନନ୍ଦନକାନନ ଅଧିକ ରାଜସ୍ୱପାଇବା ଆଶାରେ ଘରୋଇ କରଣକୁ ଗୁରୁତ୍ୱ ଦେଉଥିବା ଏହାକୁ ନେଉଥିବା ଠିକାଦାରମାନଙ୍କ ପ୍ରତି କୋହଳମନୋଭାବ ପୋଷଣ କରୁଥିବାରୁ ବିବାଦ ମଧ୍ୟକୁ ଟାଣି ହେଉଛି ।ଶନିବାରଦିନ ପୁଣି ଏକ ବିବାଦ ମଧ୍ୟରେ ଫସିଛି ନନ୍ଦନକାନନ ।ଘରୋଇକରଣରେ ନେଇ ବ୍ୟବସାୟ କରୁଥିବା ସଂସ୍ଥାର ବେଟାରୀଗାଡି ଧକ୍କାରେ ଜଣେ ଠିକାଦାର ଆହତ ହୋଇ ଘରୋଇଡାକ୍ତରଖାନାରେ ଚିକିସ୍ିତ ହେଉଛନ୍ତି । ପ୍ରକାସ ଯେ,ନନ୍ଦନକାନନରେ ଠିକାଦାରୀକାମ କରୁଥିବା ରଘୁନାଥପୁର ଗାଁର ରତ୍ନାକରପରିଡା ନାମକ ୬୨ବର୍ଷିୟ ବ୍ୟକ୍ତି ରାଜସ୍ୱବିଭାଗ ରେଞରଙ୍କୁ ମିଳିଥିବା […]
ବାରଙ୍ଗ,୧୭/୧୨(ଏସଏସନିଉଜ)ଚନ୍ଦକା ଥାନା ଅଧିନସ୍ତ କାଟେଣି ଛକରେ ଥିବା ଏକ ଭେରାଇଟ ଦୋକାନରୁ ଗୁରୁବାର ରାତିରେ ଚୋରି କରିବାକୁ ଉଦ୍ୟମ କରି ଦୋକାନିମାନଙ୍କ ହାତରେ ଚୋର ଧରାପଡିଛି।ଗତ କିଛି ମାସ ଧରି କାଟେଣି ଛକରେ ଥିବା ଦୋକାନ ଗୁଡିକରୁ ଚୋରି ହେଉଥିବାରୁ ବ୍ୟବସାୟୀମାନଙ୍କ ପାଇଁ ଚିନ୍ତା ବଢି ଯାଇଥିଲା।ଯାହାଫଳରେ ପୋଲିସ ଉପରୁ ଭରସା ଉଠାଇଦେଇ ବ୍ୟବସାୟୀମାନେ ରାତିରେ ଦୋକାନ ଜଗିବା ଆରମ୍ଭ କରିଥିଲେ। ପ୍ରକାଶ ଯେ, ଚନ୍ଦକା ଥାନା ଅନ୍ତର୍ଗତ କାଟେଣି ଛକରେ ଥିବା ଅନେକ ଗୁଡିଏ ଦୋକାନରୁ […]
ବାରଙ୍ଗ,୧୭/୧୨(ଏସଏସନିଉଜ) ନନ୍ଦନକାନନ ବସଷ୍ଟାଣ୍ଡରେ ଥିବା ଏକ ଟୁରିଷ୍ଟ ବସରୁ ଥୁଆ ହୋଇଥିବା ମନିପର୍ସରୁ ସାଢେ୪ହାଜରେ ଟଙ୍କା ଚୋରି କରି ନେଇଯାଇଥିବା ଚୋରକୁ ପୋଲିସ ଧରିବାରେ ସକ୍ଷମ ହୋଇଛି।ଧରାପଡିଥିବା ଚୋର ହେଉଛି ନନ୍ଦନଜାନନ ବସଷ୍ଟାଣ୍ଡ ପଛପଟ ଟାଙ୍ଗିବସ୍ତିରେ ରହୁଥିବା ଖୋରଧା ଗୋଳବାଇ ଗ୍ରାମରଜୟକୃଷ୍ଣ ସାମନ୍ତରାୟ ଓରଫ ଦୁଖା ।ପୋଲିସ ୨୦୨/ ୨୨କେଶନମ୍ବର ରେ ଏକ ମକଦମା ରୁଜୁ କରି ଦୁଖାକୁ ଶନିବାରଦିନ କୋର୍ଟଚାଲଣ କରିଛି। ପ୍ରକାଶ ଯେ,ଶନିବାର ଦିନ ନନ୍ଦନକାନନ ବୁଲିବାକୁ ଆସିଥିବାପର୍ଯ୍ୟଟକ ତାଙ୍କ ଟୁରିଷ୍ଟ ବସକୁ ନନ୍ଦନକାନନ […]
ବଲାଙ୍ଗୀର,୧୭/୧୨(ଏସଏସ ନିଉଜ)ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଅଘଟଣ ଘଟିଛି। ସ୍କୁଲରେ ବାର୍ଷିକ କ୍ରୀଡ଼ା ଚାଲିଥିବାବେଳେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ବେକରେ ପଶିଯାଇଥିଲା ଜାଭେଲିନ୍। ଛାତ୍ରଜଣଙ୍କ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲକୁ ନିଆଯାଇ ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ଜାଭେଲିନ ବାହାର କରାଯାଇଥିଲା।ଏବେ ଆହତ ଛାତ୍ର ସଦାନନ୍ଦ ସୁସ୍ଥ ଥିବାର ଜଣାପଡିଛି।ସ୍କୁଲରେ ବାର୍ଷିକ ଖେଳ ପ୍ରତିଯୋଗିତା ଚାଲିଥିବା ବେଳେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଚାଲିଥିବା ବେଳ ନବମ ଶ୍ରେଣୀରେ ପଢ଼ୁଥିବା ସଦାନନ୍ଦ […]