Browsing category

ଅପରାଧ

ସକାଳେ ଆୟକର ବିଭାଗ ଓ ସନ୍ଧ୍ୟାରେ ଜିଏସଟି ରେଡ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ‌ଆଜି ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ କରିଛି। ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରିଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ସଶସ୍ତ୍ର ଉଜଚୠ ଉପସ୍ଥିତିରେ ଚଢ଼ାଉ କରିଛି କେନ୍ଦ୍ରୀୟ ଟିମ୍ । ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍ ।ପଦ୍ମପୁରରେ ଥିବା […]

ଦମ୍ପତିଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

ଉଦଳା,୨୮/୧୧(ଏସଏସନିଉଜ)ପେଟ୍ରୋଲଢାଳି ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ । ଏହାଫଳରେ ସ୍ୱାମୀଓସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଦଳାଥାନା କଳିଅଳମ ପଞ୍ଚାୟତ ନୂଆସାହିରେ ଦଂପତିଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।ରାତିରେ ଶୋଇଥିଲାବେଳେ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଗାଁର ୨ଜଣବ୍ୟକ୍ତି ।ଏହି କାଣ୍ଡ କରିବାପରେ ଫେରାର ହୋଇଯାଇଛନ୍ତି । ଅନ୍ୟଘରେ ଶୋଇଥିବା ୪ ଝିଅ ସୁରକ୍ଷିତ ଥିବାର ଜଣାପଡିଛିା ତେବେ ନିଆଁ ଲଗାଇବାର ପକୃତ କାରଣ ଜଣାପଡିନାହିଁ ।  

ବିଚାରପତିଙ୍କୁ ଛୁରା ଦେଖାଇଲେ ଯୁବକ

ବ୍ରହ୍ମପୁର,୨୮/୧୧(ଏସଏସନିଉଜ) ବିଚାରପତିଙ୍କୁ ଛୁରା ଦେଖାଇ ଜଣେ ଯୁବକ ଅଟକ ଅଛନ୍ତି । ଶୁଣାଣି ଚାଲିଥିବା ବେଳେ ଝଊଔଗଙ୍କୁ ଛୁରା ଦେଖାଇଥିଲେ ଯୁବକ । ଏକମାମଲାର ଶୁଣାଣି ଚାଲିଥିବାବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଘଟଣାପରେ ବୈଦ୍ୟନାଥପୁରଥାନାରେ ଅଭିଯୁକ୍ତ ଯୁବକ ଅଟକ ଥିବାର ଜଣାପଡିଛି ।

କଲେଜ ଛାତ୍ରୀଙ୍କୁ ଧକ୍କାଦେଲା ବାଲିବୋଝେଇ ଟ୍ରକ

କଟକ ,୨୫/୧୧(ଏସଏସନିଉଜ) ଶୁକ୍ରବାରଦିନ ତନିଟା ସମୟରେ ଖଲର୍ଦା ବଜାର ଉପରେ ବାଲିବୋଝେଇ ହାଇୱା ଜଣେ କଲେଜଛାତ୍ରୀଙ୍କୁ ଧକ୍କାଦେଇଛି ।ନନ୍ଦନକାନନଥାନାଅର୍ନ୍ତଗତ ବାଲିପଡା ଗ୍ରାମର ଶୁଭଲକ୍ଷ୍ମୀ ପଢୀଆରୀ ନାମକ ଛାତ୍ରୀ ଗୋବିନ୍ଦପୁର କଲେଜରେ ପଢୁଥିଲେ ।ଆଜି ତାଙ୍କ ସ୍କୁଟି ନଂ ଓଡି-୦୫-ବିସି-୯୩୯୦ ଯୋଗେ ଘରକୁ ଫେରୁଥିବାବେଳେ ଗୋବିନ୍ଦପୁରଥାନା ଅନ୍ତର୍ଗତ ସିମଳଦା ବାଲିଘାଟରୁ ବାଲି ବୋଝେଇକରି ପ୍ରତାପନଗରୀ ଅଭିମୁଖେ ଆସୁଥିବା ଓଡ୧୮ଏଫ-୨୦୦୨ନମ୍ବର ହାଇୱାଟି ଖଲର୍ଦ୍ଧା ବଜାର ଉପରେ ସ୍କୁଟିକୁ ପଛପଟରୁ ଧକ୍କାଦେଇଥିଲା ।ଫଳରେ ଛାତ୍ରୀ ଜଣଙ୍କୁ ଗୁରୁତର ଅହତ ହୋଇଥିବାବେଳେ ସ୍ଥାନୀୟ […]

ପ୍ରଶାସନକୁ ଗ୍ରାମବାସୀଙ୍କ ବିରୋଧ

ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ବିଝଂଗିରି ଗ୍ରାମରେ ଥିବା ଏକ ସରକାରୀଜାଗାକୁ ଜବରଦଖଲ ମୁକ୍ତ କରିବାକୁ ଆସି ଶୁକ୍ରବାରଦିନ ପ୍ରଶାସନକୁ ଖାଲି ହାତରେ ଫେରିବାକୁ ପଡିଛି ।ଗ୍ରାମବାସୀମାନେ ବିରୋଧ କରିବାରୁ ବାଧ୍ୟ ହୋଇ ପ୍ରଶାସନ ଫେରିଯାଇଛି ।ଏହି ଗ୍ରାମରେ ଶବରପ୍ରଧାନ ନାମକ ବୟକ୍ତି ସରକାରିଜାଗାକୁ ଦଖଲରେ ରଖିଥିବାନେଇ ସେହିଗ୍ରାମର ଅନ୍ୟଜଣେ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଟଣୀତହସିଲଦାର, ଛତାବର ଆରଆଇ ,ଯୋନ-୫ଏସିପି ରମେଶ ଚନ୍ଦ୍ରବିଶୋଇ ,ମେଣ୍ଢାଶାଳ ଫାଣ୍ଡିଅଧିକାରୀ ମାନଗୋବିନ୍ଦ ନାୟକ ସଦଳବଳେ ୧ପ୍ଲାଟୁନ […]

କାନଧରି ଆଣ୍ଠେଇଲେ

ଭୁବନେଶ୍ୱର,୨୫/୧୧(ଏସ ଏସନିଉଜ) ବିଧାନସଭା ଆଗରେ କାନଧରି ଆଣ୍ଠେଇ ଆନ୍ଦୋଳନ କରିଛନ୍ତି lମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଏହିଭଳି ଅଭିନବ ଆନ୍ଦୋଳନ ହୋଇଛି lମୃତ କର୍ମଚାରୀଙ୍କ ସ୍ଥାନରେ ଚାକିରିରେ ଥଇଥାନ ଦାବିରେ ଆନ୍ଦୋଳନ କରିଛନ୍ତି।୪ଦିନ କାଳ ଧାରଣାରେ ବସିବା ପରେ କାନଧରି ଆଣ୍ଠେଇକରି କରିଛନ୍ତି ପ୍ରତିବାଦ ।

ଗାଈଗୋରୁକୁ ରାସ୍ତାରେ ଛାଡୁଥିଲେ ସାବଧାନ!

ଭୁବନେଶ୍ୱର,୨୫/୧୧(ଏସଏସ ନିଉଜ)ଗାଈଗୋରୁଙ୍କ ସହ ପୋଷା ଜୀବଙ୍କୁ ରାସ୍ତାରେ ଛାଡ଼ିଲେ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତବାନୀ ଦେଇଛି ବିଏମସି । ଭୁବନେଶ୍ୱରରେ ଗୃହପାଳିତ ଜନ୍ତୁଙ୍କ ଯୋଗୁଁ ଦୁର୍ଘଟଣାର ସଂଖ୍ୟା ବଢ଼ୁଥିବା ବିଏମସି ପକ୍ଷରୁ ଏଭଳି ପଦକ୍ଷପ ନିଆଯାଉଛି ।ମାଲିକମାନେ ସଚେତନ ନହେଲେ ଗାଈ ଗୋରୁଙ୍କୁ ଉଠାଇନେଇ ଜାମୁକୋଳି ଏବଂ ଜଟଣୀ କିମ୍ବା ପୁରୀ ଗୋବିନ୍ଦ ଗୋସେବାଶ୍ରମକୁ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଶ୍ୱଶୁର ଘରେ ହାଣିଲା ଜ୍ୱାଇଁ

ଝାରସୁଗୁଡ଼ା,୨୩/୧୧୧(ଏସଏସନିଉଜ) ଶ୍ୱଶୁର ଘର ଆସି ଭୁଜାଲି ମାଡ଼ କରିଛି ଜ୍ୱାଇଁ। ଜ୍ୱାଇଁର ଭୁଜାଲି ମାଡ଼ରେ ଶାଶୁ , ଶ୍ୱଶୁର ଏବଂ ଶଳା ଗୁରୁତର ଆହତ ହୋଇଛନ୍ତି। ପାରିବାରିକ କଳହରୁ ପୁରୁଣାବସ୍ତିରେ ଜ୍ୱାଇଁ ଏଭଳି ଜଘନ୍ୟକାଣ୍ଡ ଘଟାଇଛି । ଚିକିତ୍ସାପରେ ଥାନରେ ପରିବାରଲୋକ ଅଭିଯୋଗ କରିବାପରେ ଜ୍ୱାଇଁ କୁ ଅଟକ ରଖିଛି ପୋଲିସ ।

ଶବରଖି ରାସ୍ତାରେ ବସିଲେ ଗ୍ରାମବାସୀ

ବିନିକା,୨୩/୧୧(ଏସଏସନିଉଜ) ଶିକ୍ଷକ ତାଗିଦ କରିବାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟାକରିଥିବାର ଅଭିଯୋଗ ଆସିଛି । ଘରେ ରସିରେ ଝୁଲିପଡ଼ିଲେ ଚେରୁପାଲି ହାଇସ୍କୁଲ୍‌ରେ ପଢ଼ୁଥିବା ଛାତ୍ର ।କ୍ଷତିପୂରଣ ଦାବିରେ ଚେରୁପାଲି ସ୍କୁଲପାଖରେ ଶବରଖି ରାସ୍ତାରୋକ କରିଛନ୍ତି ପରିବାରଲୋକ ସହ ଗ୍ରାମବାସୀ ।ଯାହାଫଳରେ ବଲାଙ୍ଗିର-ବରଗଡ଼ ମୁଖ୍ୟ ରାସ୍ତା ଯାତାୟତ ପ୍ରଭାବିତ ହୋଇଛି ।        

ଚାଲିଛି ପ୍ରସ୍ତୁତ

ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଗାଡ଼ିକୁ ଧରିବ ଇ-ଡିଟେକ୍ସନ । ଡକ୍ୟୁମେଣ୍ଟ ଅପଡେଟ୍ ନଥାଇ ଚାଲୁଥିବା ଯାନକୁ ଧରିବାକୁ ଯୋଜନା କରାଯିବାସହ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ ହେଉଥିବାର ପରିବହନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପଟେ ଡିସେମ୍ବର ୧ରୁ ଟ୍ରାନ୍ସପୋର୍ଟ କମିଶନରଙ୍କଅଫିସ ଆଗରେ ଧାରଣାର ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ୧୦ ଦଫା ଦାବି ନେଇ ଧାରଣାରେ ବସିବେ ରାଜ୍ୟର ବସ୍ ମାଲିକ ସଂଘ ବୋଲି ସଂଘର ସାଧାରଣସମ୍ପାଦକ ଦେବେନ୍ଦ୍ର ସାହୁ ସୁଚନା […]