Browsing category

ଅପରାଧ

ଗିରଫ ହେଲେ ସର୍ଦ୍ଦାର

କଣ୍ଟାବାଞ୍ଜି,୨୩/୧୧(ଏସଏସନିଉଜ) ବଙ୍ଗୋମୁଣ୍ଡା ଗୋଲେଇଛକରୁ ୨୫ ଦାଦନଶ୍ରମିକକୁ ଉଦ୍ଧାର କରିଛି ପୋଲିସ । କୈାଣସିସୁତ୍ରରୁ ଖବରପାଇ ପୋଲିସ ଚଢଉ କରି ଦାଦନଶ୍ରମିକକଙ୍କୁ ଉଦ୍ଧାର କରିବାସହ ଜଣେ ସର୍ଦ୍ଦାର ଗିରଫ କରିଛି । ଅନ୍ୟଜଣେ ଫେରାର ହୋଇଯାଇଥିବାବେଳେ ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୮ ପୁରୁଷ , ୧୧ ମହିଳା ଏବଂ ୬ ନାବାଳକ ଅଛନ୍ତି। କଣ୍ଟାବାଞ୍ଜିଷ୍ଟେସନରୁ ହାଇଦ୍ରାବାଦ ଚାଲଣବେଳେ ଧରାପଡିଛନ୍ତି ।  

ଝାରପଡ଼ାଅଞ୍ଚଳରେ ବୋମାମାଡ଼

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ଝାରପଡ଼ାଅଞ୍ଚଳରେ ବୋମାମାଡ଼ ହୋଇଥିବାର ଜଣାପଡିଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବାର ସନ୍ଦେହ କରାଯାଉଛି । ଘରନିର୍ମାଣ ବାବଦ ଟଙ୍କା ମାଗିବାକୁ ଆସିଥିବା ବେଳେ ବୋମାମାଡ଼ ହୋଇଛି । କ୍ଷୟକ୍ଷତିର ସୂଚନା ମିଳିନଥିବାବେଳେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ବନ୍ଧାହେଲେ ବୋର୍ଡ କର୍ମଚାରୀ

କଟକ,୨୩/୧୧(ଏସଏସ ନିଉଜ)OTET ନକଲିି ସାର୍ଟିଫିକେଟ କରି ବନ୍ଧାହେଲେ ବୋର୍ଡ କର୍ମଚାରୀ।ବୋର୍ଡ କର୍ମଚାରୀ ଭ୍ରମରବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ।ନକଲି ସାର୍ଟିଫିକେଟ କରି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।ବୋର୍ଡରେ ଜଣେ ବ୍ୟକ୍ତି ସାର୍ଟିଫିକେଟ ଦେବାବେଳେ ନକଲି ଜଣାପଡିଥିଲା।

ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟପରିଜା

ଭୁବନେଶ୍ୱର,୨୩/୧୧(ଏସ ଏସନିଉଜ)ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟ ପରିଜା ।କହିଲେ- କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଛନ୍ତି।ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ।

ବାଇକକୁ ଧକ୍କାଦେଲା ବସ

ସୁବର୍ଣ୍ଣପୁର,୨୩/୧୧(ଏସଏସ ନିଉଜ) କଳାପଥର ଛକ ନିକଟରେ ବାଇକକୁ ଧକ୍କା ଦେଲା ବସ।ଦୁର୍ଘଟଣାରେ ସ୍ତ୍ରୀ ମୃତୁବରଣ କରିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ସୋନପୁରରେ ଥିବା ଏକ ମନ୍ଦିରକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ମହିମାପୀଠରେ ଜବରଦଖଲ ଉଚ୍ଛେଦ

ଢେଙ୍କାନାଳ,୨୨/୧୧(ଏସଏସ ନିଉଜ) ଯୋରନ୍ଦା ମହିମା ପୀଠରେ ଜବରଦଖଲ ଉଚ୍ଛେଦ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢ଼ା , କୌପୁନି ସମାଜର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଉଛି। ଉପଜିଲ୍ଲାପାଳ ସ୍ୱତନ୍ତ୍ର ମାଜିଷ୍ଟ୍ରେଟେଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେରଖି ୪ପ୍ଲାଟନଫୋର୍ସ ମୁତୟନ କରାଯାଇଛି। ୨ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି।

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା !

ବାରଙ୍ଗ,୨୨/୧୧(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ପାଇକରାପୁର ପାହାଡ଼ତଳୁ ମଙ୍ଗଳବାର ସକାଳୁ ଏକ ମୃତଦେହକୁ ଢାବ କରିଛି ପୋଲିସ । ମୃତ ଯୁବକ ହେଉଛନ୍ତି ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁର ବଂଶିଧର ବେହେରାାସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ । ଗତକାଲି କେତେକ ଲୋକ ସେଠାରେ ଭୋଜି କରୁଥିଲେ। ‌ ସେମାନେ ବଂଶୀଧରଙ୍କୁ ପିଟିବାସହ ପଥରରେ ଛେଚି ମାରି ଦେଇଥିବା କୁହାଯାଉଛି। ଖବରପାଇ ଚନ୍ଦକାଥାନାପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ପ୍ରାଥମିକ ଅନୁସନ୍ଧାନରୁ ପୂର୍ବ ଶତ୍ରୁତାକୁ ନେଇ […]

ଭିଜିଲାନ୍ସ ଜାଲରେ ଫରେଷ୍ଟର ଓ ଗାର୍ଡ

ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ)ଜବତ ଗାଡି ଓ ଖଟକୁ ମୁକ୍ତ କରିବାପାଇଁ ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଫରେଷ୍ଟର ଓ ଗାର୍ଡ । ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନାମ ଫିରଦୋଷ କୋପିଆ ସିନାପାଲି ରେଞ୍ଜ, ଖରିଆର ଡିଭିଜନର ଅଟନ୍ତି । ନୂଆପଡାର ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କ ଜବତଗାଡି ଓ ଖଟକୁ ମୁକ୍ତ କରିବାପାଇଁ ୨୮ହଜାରେଟଙ୍କା ଲାଞ୍ଚନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ଶ୍ୱଶୁରଘରେ ସ୍ତ୍ରୀକୁ ହତ୍ୟା !

ଉଦଳା,୨୨/୧୧(ଏସଏସନିଉଜ) ଶ୍ୱଶୁରଘରେ ସ୍ତ୍ରୀକୁ କଇଁଚିରେଭୁସି ନୃଶଂସହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।ଖୁଣ୍ଟାଥାନା ହିଞ୍ଜିଳିଗଡ଼ଇାଗାଁରେ ପାରିବାରିକକଳହରୁ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀକୁ ଅଟକରଖି ଖୁଣ୍ଟାଥାନାପୋଲିସର ତଦନ୍ତ ଆରମ୍ଭ କରିଛି ।

ଖଣ୍ଡା ଓ ଫାର୍ସାରେ ପକାଇଲେ ଚୋଟ!

ଭୁବନେଶ୍ୱର,୨୨/୧୧(ଏସଏସନିଉଜ) ପାନଦୋକାନରେ ୨୦ରୁ ଅଧିକ ଯୁବକ ପଶି ୩ଭାଇକୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ।ଏହିଭଳି ଘଟଣା ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଗତକାଲି ରାତିରେ ଘଟିଛି। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ୩ଭାଇ ପ୍ରଣବ ସେନାପତି , ପ୍ରଦୋଷ ସେନାପତି ଓ ପ୍ରବୀଣ ସେନାପତିଙ୍କୁ ପୋଲିସ ଉଦ୍ଧାର କରି ଚିକିସ୍‌। ପାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପ୍ରଣବଙ୍କ କହିବାନୁଯାୟୀ ୨ଦିନ ପୂର୍ବେ ଗାଁର କିଛି ଯୁବକଙ୍କସହ ତାଙ୍କପରିବାରର ଗଣ୍ଡଗୋଳ ହୋଇଥିବାବେଳେ ଏହା ଥାନାରେ ସମାଧାନ ହୋଇଥିଲା। […]