ସ୍କୁଲଛାତ୍ରକୁ କାରଦେଲା ଧକ୍କା

ବାରଙ୍ଗ, ୧/୧୨ (ଏସଏସନିଉଜ) ବାରଙ୍ଗଥାନା ଅର୍ନ୍ତଗତ ପାଟପୁର ପଟ୍ଟାପୋଲ ନିକଟରେ ଦ୍ରୁତଗାମୀ କାର ଧକ୍କାରେ ସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁବାର ଅପରାହ୍ନରେ ମୁଣ୍ଡମୁହାଣ ସରକାରୀ ହାଇସ୍କୁଲର ଅଷ୍ଟମଶ୍ରେଣୀର ଛାତ୍ର ତନ୍ମୟ ପରିଡା(୧୩) ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଭୁବନେଶ୍ବରରୁ ତାଳଚେର ଫେରୁଥିବା ଓଡି ୧୯ରୁ ୨୪୩୮ କାରଟି ପାଟପୁର ପଟ୍ଟାପୋଲ ନିକଟରେ ପଛ ପଟୁ ଧକ୍କା ଦେବାରୁ ତନ୍ମୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବାପା ଛେଉଣ୍ଡ ତନ୍ମୟର ଏପରି ଅବସ୍ଥା ବିଷୟରେ ଶୁଣି ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିରହିଥିଲା।ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇଥିବା କାରକୁ ରୋକିବା ସହ ସେଥିରେ ତନ୍ମୟକୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ପଠାଇଥିଲେ।(ଦିପକନାୟକଙ୍କରିପୋର୍ଟ)

Comments (0)
Add Comment