ଏସ୍ପି ଅଫିସ୍ ପାଖ ଦୋକାନରୁ ଚୋରି
ଭଦ୍ରକ,୨୦/୧୧(ଏସଏସ ନିଉଜ)ଭଦ୍ରକ ଏସ୍ପି ଅଫିସ୍ ନିକଟରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଛି। ଦୋକାନ ପଛପଟ ସ୍କାଏ ଲାଇଟ୍ ଭାଙ୍ଗି ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ୩/୪ ଦିନ ହେବ ଦୋକାନ ଦୁଇଟି ବନ୍ଦ ଥିଲା ।କାଲି ଖୋଲିବା ପରେ ଜଣାପଡ଼ିଲା ଚୋରି ହୋଇଛି ।
Browsing category
ଭଦ୍ରକ,୨୦/୧୧(ଏସଏସ ନିଉଜ)ଭଦ୍ରକ ଏସ୍ପି ଅଫିସ୍ ନିକଟରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଛି। ଦୋକାନ ପଛପଟ ସ୍କାଏ ଲାଇଟ୍ ଭାଙ୍ଗି ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ୩/୪ ଦିନ ହେବ ଦୋକାନ ଦୁଇଟି ବନ୍ଦ ଥିଲା ।କାଲି ଖୋଲିବା ପରେ ଜଣାପଡ଼ିଲା ଚୋରି ହୋଇଛି ।
ଭୁବନେଶ୍ୱର,୨୦/୧୧(ଏସଏସ ନିଉଜ)ଭୁବନେଶ୍ୱର ଇଡ଼ି ଅଫିସ ପରିସରରେ ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍।କାଲି ଜବତ ପରେ ଏଣ୍ଡେଭର କାରକୁ ନେଇ ଇଡ଼ିର ଖୋଳତାଡ଼ ଆରମ୍ଭ କରିଛି।ଅର୍ଚ୍ଚନା ନାଗଙ୍କ କାର୍ ନମ୍ବର ପ୍ଲେଟ୍ ଗାଡ଼ି ଭିତରୁ ଠାବ ହୋଇଛି।ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏଣ୍ଡେଭର ଜବତ କରିଥିଲା ଇଡ଼ି।କାଲି ଜବତ ବେଳେ ଗାଡ଼ିର ଆଗ ଓ ପଛପଟ ନମ୍ବର ପ୍ଲେଟ୍ ନଥିଲା।
ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ଅପରାହ୍ନରେ ବୁଲା ଜଙ୍ଗଲୀ ମାଙ୍କଡ କାମୁଡାରେ ଜଣେ ମହିଳା ବଙ୍ଗୀୟପର୍ୟ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଆହତ ମହିଳା ଜଣକ ଓ୍ବେଷ୍ଟବେଙ୍ଗଲ ଅଞ୍ଚଳର ମୀନା ଚାଟାର୍ଜୀ (୫୧)।ସେ ପରିବାରଙ୍କ ସହିତ ଆଜି ନନ୍ଦନକାନନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିସାରି ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ଏକ ବୁଲା ପାତିମାଙ୍କଡ ତାଙ୍କ ପାଖକୁ ଦୈାଡିଯାଇଥିଲା।ସେ ପାଟିକରିବାରୁ ମାଙ୍କଡ ତାର ଭ୍ୟାନିଟ ବ୍ୟାଗକୁ ଛଡାଇବାକୁ ଚେଷ୍ଟାକରିଥିଲା।ଏହି ସମୟରେ ପାତି ମାଙ୍କଡ ତାର ପଛପଟ କାନ୍ଦକୁ କାମୁଡି […]
ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)୧୯ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।ଆଗାମୀ ୩ ଦିନରେ ଲଘୁଚାପ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ଆକଳନ କରାଯାଇଛି।ଏହାର ପ୍ରଭାବରେ ୨୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ।
ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)ହିରୋଇନ୍ ଜବତ ମାମଲରେ ଇଡ଼ିର ତଦନ୍ତ ଆରମ୍ଭ ହୋଇଛି। ୧୧କୋଟି ହିରୋଇନ୍ ଜବତ ମାମଲାରେ ଇଡ଼ିର ତଦନ୍ତ ଆରମ୍ଭ କରିଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।ମାଷ୍ଟରମାଇଣ୍ଡ ଡ୍ରଗ ମାଫିଆ ଆୟୁବ ଖାନର ନେଟୱର୍କର ଖୋଳତାଡ଼ ହେବ। ଖୁବ୍ ଶୀଘ୍ର ମାଷ୍ଟର ମାଇଣ୍ଡ ଆୟୁବ ଖାନକୁ ରିମାଣ୍ଡରେ ଆଣିବ ଇଡ଼ି। ଓଡ଼ିଶା , କଲିକତା , ୟୁପି , ଝାଡ଼ଖଣ୍ଡରେ କାରବାର କରୁଥିଲା ଆୟୁବ ।
ବଲାଙ୍ଗିର,୧୮/୧୧(ଏସଏସ ନିଉଜ)୧୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ସେକ୍ସନ ଅଫିସର।ବେଲପଡ଼ା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ ଧରାପଡ଼ିଲେ।ଜମି ମୁ୍ୟଟେସନ ପାଇଁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।
ଆସିକା,୧୭/୧୧(ଏସ ଏସ ନିଉଜ) ସ୍କୁଲ ନେବା ଆଣିବା ବେଳେ ୪ ବର୍ଷର ଛାତ୍ରୀକୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ବାନ୍ଧିଛି ଆସିକା ପୋଲିସ। ସ୍କୁଲରୁ ଘରକୁ ଆଣିବା ବେଳେ ରାସ୍ତାରେ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଘରେ ଛାତ୍ରୀଟି ମାକୁ ଜଣାଇବା ପରେ ଏତଲା କରିଥିଲେ ପରିବାରଲୋକ। ଏତଲା ଅନୁସାରେ ଅଭିଯୁକ୍ତ ୪୦ ବର୍ଷର ଅଟୋ ଡ୍ରାଇଭର ଗିରଫ କରିଛି ପୋଲିସ ।
ଢେଙ୍କାନାଳ,୧୫/୧୧(ଏସଏସନିଉଜ) କଙ୍କଡାହାଡ଼ବ୍ଳକ ଡଙ୍ଗାପାଳ କସ୍ତୁରବାଗାନ୍ଧୀ ବାଳିକାବିଦ୍ୟାଳୟର ଷଷ୍ଠ ଶ୍ରେଣୀରଛାତ୍ରୀ ଲଷ୍ମୀ ମୁଣ୍ଡାଙ୍କର(୧୨) କାମାକ୍ଷାନଗରମେଡ଼ିକାଲରେ ମୃତ୍ୟୁହୋଇଛି।ଲଷ୍ମୀ ଛାତ୍ରୀନିବାସରେ ରହିଥିବାବେଳେ ସକାଳେ ଅସୁସ୍ଥହେବାରୁ ତାଙ୍କୁ ମେଡ଼ିକାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କଙ୍କଡାହାଡ଼ବ୍ଲକ ଶିକ୍ଷାଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭକରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡିନାହିଁ ।
ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଉଦଳା ଜଡଝଝର ସହକାରୀନିର୍ବାହୀଯନ୍ତ୍ରୀ ରବିନାରାୟଣପଣ୍ଡାଙ୍କ ସରକାରୀଘରୁ ଆଉ ୨ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନସ । ବର୍ତ୍ତମାନସୁଦ୍ଧା ପ୍ରାୟ ୨୯ଲକ୍ଷ ନଗଦଟଙ୍କା ଜବତ କରିଥିବାର ସୁଚନା ମିଳିଛି । ରବିନାରାୟଣଙ୍କର ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ, ୧୨ଟିପ୍ଲଟ ଠାବ ହୋଇଥିବାବେଳେ ଏହାବାଦ ୧କିଲୋଗ୍ରାମ ସୁନା ସମେତ ୧.୨ କୋଟିର ବ୍ୟାଙ୍କ ଜମା ଥିବା ଜଣାପଡିଛି ।
ଭୁବନେଶ୍ୱର,୧୩/୧୧(ଏସଏସନିଉଜ) ଏୟାରସୋ ବେଳେ ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା ହୋଇଛି । ଆମେରିକାର ଡଲାସ ସହରରେ ଏହି ଦୁର୍ଘଟଣା ଘଟିଛି ।ଧକ୍କା ହେବାପରେ ଜଳିଯାଇଛି ୨ ବିମାନ ।ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି ।ଦ୍ଵିତୀୟବିଶ୍ଵଯୁଦ୍ଧ ସ୍ମରଣରେ ଟେକ୍ସାସର ଡାଲ୍ଲାସରେ ଏକ ଏୟାରଶୋର ଆୟୋଜନ ବେଳେ ଦୁର୍ଘଟଣା ଘଟିଥିଲା ।