ଭିଜିଲାନ୍ସ ଜାଲରେ ଫରେଷ୍ଟର ଓ ଗାର୍ଡ

ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ)ଜବତ ଗାଡି ଓ ଖଟକୁ ମୁକ୍ତ କରିବାପାଇଁ ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଫରେଷ୍ଟର ଓ ଗାର୍ଡ । ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନାମ ଫିରଦୋଷ କୋପିଆ ସିନାପାଲି ରେଞ୍ଜ, ଖରିଆର ଡିଭିଜନର ଅଟନ୍ତି । ନୂଆପଡାର ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କ ଜବତଗାଡି ଓ ଖଟକୁ ମୁକ୍ତ କରିବାପାଇଁ ୨୮ହଜାରେଟଙ୍କା ଲାଞ୍ଚନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

Comments (0)
Add Comment