Browsing category

ଅପରାଧ

ନାଳରୁ ମିଳିଲା ନବଜାତକର ମୃତଦେହ

ବଲାଙ୍ଗିର,୨୨/୧୦(ଏସ ଏସ ନିଉଜ)ଭୀମଭୋଇ ମେଡିକାଲ କଲେଜର MCH ବିଲ୍ଡିଂ ପଛପଟ ନାଳରୁଏକ ମୃତ ଶିଶୁକନ୍ୟା ଉଦ୍ଧାର ହୋଇଛି।ନାଳ ଭିତରେ ଏକ ବ୍ୟାଗରେ ଭର୍ତ୍ତି ହୋଇ ପଡ଼ିଥିଲା ନବଜାତ ମୃତ ଶିଶୁକନ୍ୟା । ଖବରପାଇ ପୁଲିସ୍ ଓ ମେଡିକାଲ କର୍ତ୍ତୃପକ୍ଷ ଘଟଣାର ଖୋଳତାଡ଼ କରୁଛନ୍ତି ।

ପିଅନ ହାତରେ ଡାକ୍ତରଖାନା

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକା ପ୍ରାଣୀଚିକିତ୍ସାଳୟରେ ସମସ୍ତ ଭିତ୍ତିଭୂମି ଥିବାବେଳେ ଡାକ୍ତର ପଦବୀ ଖାଲି ପଡ଼ିଛି ।ଏହାଅଧିନରେ ମେଣ୍ଢାଶାଳ, ଦାରୁଠେଙ୍ଗ, ଅନ୍ଧାରୁଆ ଓ ମଳିପଡାଆଦି ୪ଟିଗାଁରେ ୪ଟି ଉପକେନ୍ଦ୍ର ମଧ୍ୟ ରହିଛି । କିନ୍ତୁ ହେଡକ୍ୱାଟର ଡାକ୍ତରଖାନା ହୋଇଥରଲେ ମଧ୍ୟ ଏଠାରେ ଦୀର୍ଘ ୧ବର୍ଷହେବ ଡାକ୍ତର ପଦବୀ ଖାଲି ପଡିଛି ।ଯାହାଫଳରେ ଅଂଚଳବାସୀ ପ୍ରାଣୀଚିକିସ୍‌।ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି । ଏଠାରେ ପ୍ରାଣୀଚିକିସ୍‌କ ନଥିବାରୁ ଚିକିସ୍‌।ଳୟଟି ଏକପ୍ରକାର ଅବ୍ୟବସ୍ଥା ସହ ଅପରିସ୍କାର ହୋଇ ପଡିରହିଛି । ଦୁଇଜଣ ଅସ୍ଥାୟୀ କର୍ମଚାରୀ ଜଗୁଆଳି […]

ରୋଗୀସେବା ଯୋଗାଇବାକୁ ଆସି ଚୋରୀକଲେ

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକାଥାନା ଅଧୀନସ୍ତ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିବା ଜଣେ ପାରାଲିସିସ ରୋଗୀକୁ ନର୍ସିଂ ସେବା ଯୋଗାଇଦେବାକୁ ଆସି ଘରୁ ସୁନାକାନଫୁଲ ଏବଂ ୫ହଜାରେଟଙ୍କା ଚୋରୀକରି ଚମ୍ପଟ ମାରିଥିବାବେଳେ ଶୁକ୍ରବାରଦିନ ପୋଲିସ ହାତରେ ଧରାପଡିଛନ୍ତି ଅରୁଣ କୁମାର ମହାନ୍ତି ।ତାଙ୍କଠାରୁ ପୋଲିସ ୨ହଲ ସୁନାକାନର ଓ ନଗଦ ୨୫୫୦ଟଙ୍କା ଜବତ କରି କୋର୍ଟଚାଲଣ କରିଛି । ପ୍ରକାଶଯେ,ବ୍ରଜେଶ୍ୱରୀ ବାରିକ ଏବଂ ତାଙ୍କସ୍ୱାମୀ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିଲେ ।ସ୍ୱାମୀ ଜଣେ ପାରାଲେସିସ ରୋଗୀ ହୋଇଥିବାରୁ ଦେଖାଶୁଣା ପାଇଁ ସେ […]

ରାତି ୮ଟାରୁ ୧୦ଟା ଯାଏଁ ଫୁଟିବ ବାଣ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଦୀପାବଳିରେ ଭୁବନେଶ୍ବରରେ ରାତି ୮ଟାରୁ ୧୦ଟା ଯାଏଁ ଫୁଟିବ ବାଣ ।୧୨୫ ଡେସିବଲ୍‌ରୁ କମ ଶବ୍ଦ କରୁଥିବା ବାଣକୁ ଅନୁମତି ।ବେଆଇନ ବାଣ କାରବାର ଉପରେ ନଜର ରଖିବ ପୁଲିସ ।ନିୟମ ନ ମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନେବ ପୁଲିସ ।

ଅଟୋକୁ ମୁହାଁମୁହିଁ ପିଟିଲା ଟିପ୍ପର

କଟକ,୨୧/୧୦(ଏସ ଏସ ନିଉଜ)ଅଟୋକୁ ମୁହାଁମୁହିଁ ପିଟିଲା ଟିପ୍ପର। ଅଟୋ ଚାଳକ ମୃତବରଣ କରିଛି।ସିଡିଏ ସେକ୍ଟର-୧୧ରେ ଦୁର୍ଘଟଣା ଘଟିଛି। ମୃତ ଅଟୋ ଚାଳକ ଖାନନଗର ଅଞ୍ଚଳର ହୋଇଥିବାବେଳେ ଦୁର୍ଘଟଣା ଘଟାଇବା ପରେ ଚମ୍ପଟ ଟିପ୍ପରକୁ ଚୌଦ୍ୱାର ପୁଲିସ ଧରିବାସହ ଡ୍ରାଇଭରକୁ ଅଟକ ରଖିଛି ।

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିମି ଦୂରରେ ଦୁର୍ଘଟଣା ଘଟିଛି । ସିଙ୍ଗିଙ୍ଗ ଗାଁ ପାଖରେ ହେଲିକପ୍ଟର ଦୁର୍ଘଟଣା । ଘଟଣାସ୍ଥଳକୁ ଯାଇଛନ୍ତି ଉଦ୍ଧାରକାରୀ ଦଳ । ହେଲିକପ୍ଟର ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ବାଣଫୁଟି ଜଣେମୃତ ,୩ଗୁରୁତର

ତାଳଚେର,୨୧/୧୦(ଏସଏସ ନିଉଜ)ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ଜଣେ ମୃତୁବରଣ କରିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।ଖମାରଥାନା ଇଞ୍ଚୁଡ଼ି ପଞ୍ଚାୟତ ସାଆନ୍ତା ଗାଁରେ ଏହି ଅଘଟଣ ଘଟିଛି।ଗୁରୁତର ଆହତ ୩ ଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆନ୍ଦୋଳନ କଲେ ବହିଷ୍କାର!

କଟକ,୨୧/୧୦(ଏସଏସ ନିଉଜ)ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡା ନିୟମ । ଆନ୍ଦୋଳନ କଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ । ବିକ୍ଷୋଭ କିମ୍ବା ଗେଟ ସାମ୍ନା ରାସ୍ତାରେ ଧାରଣା ମନା । ନିୟମ ନମାନିଲେ ବିଶ୍ଵବିଦ୍ୟାଳୟରୁ ହେବେ ବାସନ୍ଦ ବୋଲି ଜଣାପଡିଛି।

ଜଗବନ୍ଧୁଙ୍କୁ ଟେକି ନେଲା ପୋଲିସ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଜଗବନ୍ଧୁଙ୍କୁ ଟେକି ନେଲା ପୋଲିସ ଟିମ୍ ।ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ମୁଖ୍ୟ କାର୍ପଟଦାର।ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୋଲିସ ଉଠାଇନେଇଥିବା ସୂଚନା ମିଳିଛି ।

ଘରପଛପଟୁ ମିଳିଲାଙ୍କ ମୃତଦେହ

କୁଚିଣ୍ଡା,୨୦/୧୦(ଏସଏସ ନିଉଜ) ଘର ପଛପଟ ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଜମନକିରା ଥାନା ବଡ଼ମାଳ ରାଉତପଡ଼ାରେ ମାଟି ତଳୁ ମିଳିଲା ମୃତଦେହ। ମହିଳା ଜଣଙ୍କ ଗତ ୨ମାସ ହେଲା ନିଖୋଜ ଥିଲେ। ୨ଦିନ ହେଲା ମହିଳାଙ୍କ ସ୍ୱାମୀକୁ ପୋଲିସ ପଚରାଉଚରା କରୁଥିଲା। ସ୍ତ୍ରୀକୁ ମାରି ପୋତି ଦେଇଥିବା ମାନିବା ପରେ ମୃତଦେହ ଉଦ୍ଧାର କରିଛି ପୋଲିସ।