Browsing category

ଅପରାଧ

ପିପିଲି ବଜାରରେ ଫୁଟିଲା ଗୁଳି

  ପିପିଲି,୨୪/୧୦(ଏସଏସନିଉଜ)ପିପିଲି ବଜାରରେ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ତାଙ୍କ ଜଙ୍ଘରେ ଗୁଳି ବାଜିଥିବାର ଜଣାପଡିଛି।ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା !

ପୁରୀ,୨୪/୧୦(ଏସଏସ ନିଉଜ) କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଏସ୍ସିଏସ୍ ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ଆତ୍ମହତ୍ୟା ସନ୍ଦେହ କରାଯାଉଥିବାବେଳେ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଖୋଲାମେଲାରେ ଟ୍ରାନ୍ସଫର୍ମର

କଟକ,୨୪/୧୦(ଏସଏସ ନିଉଦୀର୍ଘ ବର୍ଷ ଧରି କଟକ ସଦର ବ୍ଲକ ନିକଟରେ ଖୋଲା ମେଲା ଅବସ୍ଥାରେ ଟ୍ରାନ୍ସଫର୍ମର ପଡିରହିଛି । ବୁଲା ଗୋରୁ ଗାଇ ଭିତରକୁ ପଶୁଛନ୍ତି । ଅଘଟଣ ଘଟିଲେ ଦାଇକିଏ ରହିବ । ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ କୁହନ୍ତି।

ରାଜଧାନୀରେ ଅଗ୍ନିକାଣ୍ଡ

ଭୁବନେଶ୍ବର,୨୩/୧୦(ଏସ ଏସ ନିଉଜ) ଜଗମରା ସ୍ଥିତ ଫିଟନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି।ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି଼ ପାଉଁଶ ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଦମକଳ ବାହିନୀ ଦ୍ଵାରା ନିଆଁକୁ ଆୟତ୍ତକୁ ନେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଅବକାରୀବିଭାଗ ହାତରେ ଧରାପଡିଲା ୩୯୦କେଜିଭାଙ୍ଗ

ବାରଙ୍ଗ, ୨୩/୧୦ (ଏସଏସନିଉଜ)କଟକ ଅବକାରୀବିଭାଗ ତରଫରୁ ରବିବାରଦିନ ବାରଙ୍ଗରେ ଦୁଇଟି ସ୍ଥାନରେ ଚଢାଉ କରି ଦୁଇଜଣ ଯୁବକ ଗିରଫ କରିବା ସହିତ ୩୯୦ କେଜି ଭାଙ୍ଗ ଜବତ କରିଛନ୍ତି । ରବିବାର ସକାଳେ ଅବକାରୀବିଭାଗ ସୁପରିଟେଣ୍ଡ ଦେବାଶିଷ ପଟେଲ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଗୋଟିଏଦଳ ବାରଙ୍ଗଅଂଚଳର ନାରାଜ ମାର୍ଥପୁର ରେଲ ଷ୍ଟେସନ ଓ ତ୍ରିଶୂଳିଆ ସୁବାସ ସେତୁ ନିକଟରେ ଏକସମୟରେ ଚଢଉ କରିଥିଲେ ।ଚଢଉ କରି ଚାଉଳିଆଗଞ୍ଜ ଥାନା ଅଧିନ ଗାନ୍ଧୀପଲ୍ଲୀ ଅଂଚଳର ରଞ୍ଜିତ ମଲ୍ଲିକ ଓ […]

ଭିଜିଲାନ୍ସ ଜାଲରେ IIC

ବାଲିଗୁଡ଼ା,୨୩/୧୦(ଏସଏସନିଉଜ) ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନାIIC ଧୀରଜ ଲେଙ୍କା ।IIC ଗାଡ଼ିରୁ ୧ଲକ୍ଷ୮୦ହଜାର ଟଙ୍କା ଜବତ ହୋଇଛି ।ଗାଡିରେ କୋଟଗଡ଼ରୁ ଖଜୁରିପଦା ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ।

ଜେଲରେ ଭେଟାଭେଟି

ଭୁବନେଶ୍ୱର,୨୩/୧୦(ଏସଏସନିଉଜ)ଝାରପଡା ଜେଲରେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନୂଆ ଠିକଣା ପାଲିଟିଛି ଅନ୍ଧାରୀ କୋଠରୀ ।ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ମଧ୍ୟରେ ଜେଲରେ ଭେଟାଭେଟି ହୋଇଁଛନ୍ତି ।ଜେଲ୍ ପରିସରରେ ଥିବା କାର‌୍ୟ୍ୟାଳୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି ।ଜେଲ ଅଧିକ୍ଷକ ଓ ଫିମେଲ ୱାର୍ଡରଙ୍କ ଉପସ୍ଥିତିରେ ବାର୍ତ୍ତାଳାପ ହୋଇଥିବାର ଜଣାପଡିଛି ।

ଆର୍ତ୍ତକବିରାଜ ରୋଡରେ ଗୁଳିମାଡ

ବାଲେଶ୍ୱର,୨୩/୧୦(ଏସଏସନିଉଜ)ଗତକାଲିବିଳମ୍ବିତ ରାତିରେ ଆର୍ତ୍ତକବିରାଜ ରୋଡରେ ଗୁଳିକାଣ୍ଡ ହୋଇଛି । ଗୁଳିମାଡ଼ରେ କମଲଦାସ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ଗୁଳି ମାରିଥିବା ଯୁବକ ଜଣଙ୍କ ଘଟଣାପରେ ଫେରାର ହୋଇଯାଇଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ନାଳରୁ ମିଳିଲା ନବଜାତକର ମୃତଦେହ

ବଲାଙ୍ଗିର,୨୨/୧୦(ଏସ ଏସ ନିଉଜ)ଭୀମଭୋଇ ମେଡିକାଲ କଲେଜର MCH ବିଲ୍ଡିଂ ପଛପଟ ନାଳରୁଏକ ମୃତ ଶିଶୁକନ୍ୟା ଉଦ୍ଧାର ହୋଇଛି।ନାଳ ଭିତରେ ଏକ ବ୍ୟାଗରେ ଭର୍ତ୍ତି ହୋଇ ପଡ଼ିଥିଲା ନବଜାତ ମୃତ ଶିଶୁକନ୍ୟା । ଖବରପାଇ ପୁଲିସ୍ ଓ ମେଡିକାଲ କର୍ତ୍ତୃପକ୍ଷ ଘଟଣାର ଖୋଳତାଡ଼ କରୁଛନ୍ତି ।

ପିଅନ ହାତରେ ଡାକ୍ତରଖାନା

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକା ପ୍ରାଣୀଚିକିତ୍ସାଳୟରେ ସମସ୍ତ ଭିତ୍ତିଭୂମି ଥିବାବେଳେ ଡାକ୍ତର ପଦବୀ ଖାଲି ପଡ଼ିଛି ।ଏହାଅଧିନରେ ମେଣ୍ଢାଶାଳ, ଦାରୁଠେଙ୍ଗ, ଅନ୍ଧାରୁଆ ଓ ମଳିପଡାଆଦି ୪ଟିଗାଁରେ ୪ଟି ଉପକେନ୍ଦ୍ର ମଧ୍ୟ ରହିଛି । କିନ୍ତୁ ହେଡକ୍ୱାଟର ଡାକ୍ତରଖାନା ହୋଇଥରଲେ ମଧ୍ୟ ଏଠାରେ ଦୀର୍ଘ ୧ବର୍ଷହେବ ଡାକ୍ତର ପଦବୀ ଖାଲି ପଡିଛି ।ଯାହାଫଳରେ ଅଂଚଳବାସୀ ପ୍ରାଣୀଚିକିସ୍‌।ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି । ଏଠାରେ ପ୍ରାଣୀଚିକିସ୍‌କ ନଥିବାରୁ ଚିକିସ୍‌।ଳୟଟି ଏକପ୍ରକାର ଅବ୍ୟବସ୍ଥା ସହ ଅପରିସ୍କାର ହୋଇ ପଡିରହିଛି । ଦୁଇଜଣ ଅସ୍ଥାୟୀ କର୍ମଚାରୀ ଜଗୁଆଳି […]