ରୋଗୀସେବା ଯୋଗାଇବାକୁ ଆସି ଚୋରୀକଲେ
ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକାଥାନା ଅଧୀନସ୍ତ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିବା ଜଣେ ପାରାଲିସିସ ରୋଗୀକୁ ନର୍ସିଂ ସେବା ଯୋଗାଇଦେବାକୁ ଆସି ଘରୁ ସୁନାକାନଫୁଲ ଏବଂ ୫ହଜାରେଟଙ୍କା ଚୋରୀକରି ଚମ୍ପଟ ମାରିଥିବାବେଳେ ଶୁକ୍ରବାରଦିନ ପୋଲିସ ହାତରେ ଧରାପଡିଛନ୍ତି ଅରୁଣ କୁମାର ମହାନ୍ତି ।ତାଙ୍କଠାରୁ ପୋଲିସ ୨ହଲ ସୁନାକାନର ଓ ନଗଦ ୨୫୫୦ଟଙ୍କା ଜବତ କରି କୋର୍ଟଚାଲଣ କରିଛି । ପ୍ରକାଶଯେ,ବ୍ରଜେଶ୍ୱରୀ ବାରିକ ଏବଂ ତାଙ୍କସ୍ୱାମୀ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିଲେ ।ସ୍ୱାମୀ ଜଣେ ପାରାଲେସିସ ରୋଗୀ ହୋଇଥିବାରୁ ଦେଖାଶୁଣା ପାଇଁ ସେ […]