Browsing category

ଅପରାଧ

୧୬ ଦାଦନ ଉଦ୍ଧାର

ଭୁବନେଶ୍ୱର,୧୪/୧୦(ଏସଏସ ନିଉଜ)କଣ୍ଟାବାଞ୍ଜିରୁ ତୁରେଇ କେଲା ପୋଲିସ ଦ୍ୱାରା ୧୬ ଦାଦନ ଉଦ୍ଧାର। ତେଲେଙ୍ଗାନା ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୩ ମହିଳା, ୩ ଶିଶୁ ଅଛନ୍ତି। ସମସ୍ତ ଉଦ୍ଧାର ଦାଦନ ଲାଠୋର ଓ ତୁଷୁରା ଥାନା ଅଞ୍ଚଳର। କଣ୍ଟାବାଞ୍ଜି ପୋଲିସ କାଲି ୨୭ ଦାଦନଙ୍କୁ ଉଦ୍ଧାର କରିଥିଲା।

ରାସ୍ତା ଅବରୋଧକଲେ ଗ୍ରାମବାସୀ

ବାରଙ୍ଗ,୧୩/୧୦(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ରୋକଟଗ୍ରାମର ବୁଡୁନଇରେ ବୁଧବାରଠାରୁ ନିଖୋଜ ହୋଇଥିବା ଯୁବକର ପତାନମିଳିବା ଘଟଣାରେ ଉତ୍ୟକ୍ତ ହୋଇ୍ ଗ୍ରାମବାସୀ ମାନେ ଗୁରୁବାରଦିନ ଗାଁମୁଣ୍ଡରେ ରାସ୍ତାରୋକ କରିଥିଲେ ।ଫଳରେ ୩ଘଂଟାଧରି ଏହିରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା ।ଖବରପାଇ ମଂଚେଶ୍ୱରଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଗ୍ରାମବାସୀମାନଙ୍କୁ ବୁଝାସୁଜା କରିବା ସହ ଶୁକ୍ରବାରଦିନ ସକାଳୁ ସ୍ୱତନ୍ତ୍ରଭାବେ ଦୁଇଟି ଟିମ ଦ୍ୱାରା ଖୋଜାଖୋଜି କରିବାର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଉଠିଥିଲା । ପ୍ରକାସ ଯେ,ବୁଧବାରଦିନ ରୋକଟଗ୍ରାମର୪୫ବର୍ଷୀୟ ରଞ୍ଜନବେଜ ନାମକ ଜଣେ ଯୁବକ […]

ଦେଶୀମଦ ସହ କାର ଜବତ

ବାରଙ୍ଗ,୧୩/୧୦(ଏସଏସନିଉଜ) ବାରଙ୍ଗଥାନା ପୋଲିସ ବୁଧବାରରାତିରେ ପେଟ୍ରୋଲିଂବେଳେ ବଙ୍ଗାଳିସାହି ନିକଟରେ ଏକ ମଦବୋଝେଇ କାରସହ ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ବାରଙ୍ଗଥାନାପୋଲିସ ପେଟ୍ରୋଲିଂ କରୁଥିବାବେଳେ ବିଶେଷସୁତ୍ରୁ ଖବରପାଇ ଦ୍ରୁତଗତିରେ ଆଠଗଡରୁ ଭୁବନେଶ୍ୱରପଟକୁ ଆସୁଥିବା ଓଆର୦୧-୪୦୦୭ନଂ ମାରୁତିୱାଗନର କାରକୁ ଥାନାଅଧିକାରୀ ଆକାଶ ଚନ୍ଦ୍ର ରାଣାନେତୃତ୍ବରେ ଏକ ଦଳ ରୋକିଥିଲେ । କୈାଶଳକ୍ରମେ ଭରତପୁରଥାନା ଅଧିନ ପାତ୍ରପଡା ଫୁଲେଶ୍ଵରୀ ବସ୍ତିର ମିଥୁନ ବାରିକ ନାମକ କାରଚାଳକ ଖସିପଳାଇଯାଉଥିବାବେଳେ ପୋଲିସ ତାକୁ ଧରିବା ସହ କାର ଭିତରୁ ୧୦ଟି ପ୍ଲାଷ୍ଟିକଜାତରକିନରେ […]

ବିପୁଳ ପରିମାଣର ଗୁଟଖା ଜବତ

ବ୍ରହ୍ମପୁର,୧୩/୧୦(ଏସ ଏସ ନିଉଜ)ବିପୁଳ ପରିମାଣର ଗୁଟଖା ଜବତ କଲା ଗୋଳନ୍ଥରା ଥାନା ପୁଲିସ।ବ୍ରହ୍ମପୁର ଉପକଣ୍ଠ ଅଟୋନଗର ଅଞ୍ଚଳରେ ଦିର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଏକ ବଡଧରଣର ନକଲି ଗୁଟଖାକାରଖାନା ଉପରେ ଗୋଳନ୍ଥରାଥାନା ପୁଲିସ ଚଢାଉ କରିଛି। ବିପୁଳ ପରିମାଣର ସାମଗ୍ରୀ ସହ ଅନେକ ସରଞ୍ଜାମ ମଧ୍ୟ ଜବତ କରିଥିବା ଜଣାପଡିଛି।

ତୀର୍ଥଯାତ୍ରୀ ବସ୍‌କୁ ଧକାଦେଲା କଣ୍ଟେନର

ବାଲେଶ୍ୱର,୧୩/୧୦(ଏସଏସ ନିଉଜ) ଜଳେଶ୍ୱରଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି।ଆଜି ଭୋର ୫ଟା ସମୟରେ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରରୁ ୫୦ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଲକ୍ଷ୍ଣଣନାଥ ଟୋଲଗେଟ୍ ନିକଟରେ ଦ୍ରୁତଗତିରେ ଏକ କଣ୍ଟେନର ଆସି ବସ୍‌ର ପଛପଟୁ ଧକ୍କା ଦେଇ ଚାଳକ ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି। ପୁଲିସ ଗାଡ଼ିକୁ […]

ଫାଟିଲା ଗ୍ୟାସ୍ ସିଲିଣ୍ଡର

ଝାରସୁଗୁଡ଼ା,୧୩/୧୦(ଏସଏସ ନିଉଜ)ରୋଷେଇ ବେଳେ ଫାଟିଛି ଗ୍ୟାସ୍ ସିଲିଣ୍ଡର ।ବିସ୍ପୋରଣରେ ଆଜବେଷ୍ଟସ ଘର କ୍ଷତିଗ୍ରସ୍ତ ହୋଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ।ବ୍ରଜରାଜନଗର ଓରିଏଣ୍ଟ ଥାନା ଲମଟିବାହାଲରେ ଏହି ଅଘଟଣ ଘଟିଛି ।

କେନାଲରେ ବୁଡ଼ି ୩ ନିଖୋଜ

କଟକ,୧୩/୧୦(ଏସ ଏସ ନିଉଜ) ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ ନିଖୋଜ ହୋଇଛନ୍ତି। ଚୌଦ୍ୱାର ରୂପଯାତ୍ରା ଦେଖି ଫେରିବା ବେଳେ ଏ ଅଘଟଣ ଘଟିଛି। ସ୍ଥାନୀୟ ଯୁବକଙ୍କ ସହାୟତାରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ , ଅନ୍ୟ ତିନିଜଣ ଏବେବି ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ , ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପୋଖରୀହୁଡ଼ାରୁ ମିଳିଲା ଶିଶୁକନ୍ୟା

ବାରଙ୍ଗ,୧୨/୧୦ (ଏସଏସ ନିଉଜ) ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଗିରିଙ୍ଗାପୁଟ ଡାକ ପୋଖରୀ ରାସ୍ତାକଡ଼ରେ ବୁଧବାର ରାତିରେ ଏକ ନବଜାତକ ୪ଦିନର ଶିଶୁକନ୍ୟାକୁ ଉଦ୍ଧର କରାଯାଇଛି। ଗିରିଙ୍ଗାପୁଟ ଗାଁର ଗିତା ସ୍ୱାଇଁ ଓ ଜିତେନ୍ଦ୍ର ସ୍ୱାଇଁ ବୁଧବାର ରାତିରେ ଡାକ ପୋଖରୀକୁ ଶୌଚ ପାଇଁ ଯାଇଥିଲେ।ଏହି ସମୟରେ ଏକ ଛୋଟ ପିଲାର କାନ୍ଦିବା ଶୁଣି ଏହି ଦମ୍ପତି ଟର୍ଚ୍ଚ ମାରି କାନ୍ଦ ଆସୁଥିବା ସ୍ଥାନକୁ ଅନୁସରଣ କରି ଯାଇଥିଲେ।ସେଠାରେ ପହଂଚି ନବଜାତ ଶିଶୁକନ୍ୟା ଟି କାନ୍ଦୁଥିବାର ଦେଖି ଉଦ୍ଧାର […]

ହବିଷ୍ୟାଳିଙ୍କୁ ମାଡ!

ପୁରୀ,୧୨/୧୦(ଏସଏସନିଉଜ)ଶ୍ରୀମନ୍ଦିର ଭିତରେ ଜଣେ ହବିଷ୍ୟାଳିଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ଆସିଛି। ଶ୍ରୀମନ୍ଦିରଭିତରେ ଜଣେସେବାୟତ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ହବିଷ୍ୟାଳିଜଣଙ୍କ ବ୍ରହ୍ମଗିରିଅଞ୍ଚଳର ହୋଇଥିବା ବେଳେ ସେ ବୃନ୍ଦାବତୀନିବାସରେ ରହୁଥିଲେ। ମାଡ଼ ମାରିଥିବା ସେବାୟତ କିଏ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାର ଜଣାପଡିଛି ।

ଜଳିଗଲେ ବୃଦ୍ଧ

ଭଦ୍ରକ, ୧୨/୧୦(ଡିଏନଏ)ଚଳନ୍ତା କୋଇଲାବୋଝେଇ ଟ୍ରେନରୁ କୋଇଲାଚୋରୀ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଉମାକାନ୍ତ ପତି ନାମକ ବୃଦ୍ଧ । ଭଦ୍ରକ ବ୍ଲକ ଅନ୍ତର୍ଗତ ରମ୍ଭିଳା ଗ୍ରାମର ଏହି ବୃଦ୍ଧ ଜଣଙ୍କ କୋଇଲା ଟ୍ରେନରେ ଚଢି କୋଇଲା କାଢୁଥିଲେ ।ଏହି ସମୟରେ ଉପରେ ଯାଇଥିବା ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ତଳକୁ ଗଳି ପଡ଼ିଥିଲେ।ତାଙ୍କ ଶରୀରର ଅନେକ ଅଂଶ ପୋଡି ଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧୀନ ଥିବାବେଳେ ତାଙ୍କର […]