Browsing category

ଅପରାଧ

ଆଖିବୁଜିଲା ଶାକାହାରୀକୁମ୍ଭୀର

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)କେରଳର କାସରଗୋଡ୍ ଜିଲ୍ଲାରେ ଅବସ୍ଥିତ ଶ୍ରୀଅନନ୍ତ ପଦ୍ମନାଭସ୍ୱାମୀ ମନ୍ଦିରରେ ଥିବା ଶାକାହାରୀକୁମ୍ଭୀର ବାବିୟା ମୃତ୍ୟୁବରଣ କରିଛି । ମନ୍ଦିର ପୋଖରୀରେଥିବା ଏହି ଏକମାତ୍ରକୁମ୍ଭୀର ନିର୍ବିଘ୍ନରେ ମନ୍ଦିରର ବିଭିର୍ଣସ୍ଥାନକୁ ଅବାଧରେ ଯାତାୟତ କରିବା ସହ ପୋଖରୀରେ ଥିବା ମାଛକୁ ଖାଉନଥିଲା ।ଏହାସହ କୈାଣସି ଲୋକଙ୍କୁ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି କ୍ଷତି କରିନାହିଁ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି ।

ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ) ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାନେଇ ମୁଖ୍ୟବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ କଲେ ସୁପାରିଶ ।ନଭେମ୍ବର୯ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ତମ ମୁଖ୍ୟବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।ତାଙ୍କରକାର୍ଯ୍ୟକାଳ ୨ବର୍ଷରୁ ଅଧିକରହିବ ।ସେପଟେ କେନ୍ଦ୍ରସରକାରଙ୍କ ତରଫରୁ ଏନେଇ ଜଷ୍ଟିସଚନ୍ଦ୍ରଚୁଡଙ୍କ ମତ ମଗାଯାଇଥିବାବେଳେ ଏନେଇ କେନ୍ଦ୍ରସରକାରଙ୍କୁ ସକରାତ୍ମକ ଚିଠି ଲେଖିଛନ୍ତି ଜଷ୍ଟିସ ଚନ୍ଦ୍ରଚୁଡ ।

ସସ୍‌ପେଣ୍ଡ ହେଲେ କଣ୍ଟାବାଂଜି SDPO

ବଲାଙ୍ଗିର,୧୧/୧୦(ଏସଏସନିଉଜ) କଣ୍ଟାବାଂଜି SDPO ହୃଷିକେଶ ମେହେରଙ୍କୁ ସସ୍‌ପେଣ୍ଡ କଲା ରାଜ୍ୟ ଗୃହ ବିଭାଗାଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜେଇ ଟଙ୍କା ହଡ଼ପ ଅଭିଯୋଗ ଥିଲା ।ଅଭିଯୋଗ ପରେ ପ୍ରାଥମିକ ସ୍ତରରେ SDPOବଦଳି କରାଯାଇଥିଲା ।ପରେ SPଙ୍କ ଚୂଡ଼ାନ୍ତ ରିପୋର୍ଟ ଅଧାରରେ SDPOଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ ।

ଆଜି ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର୍

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇପାରନ୍ତି । ଗତକାଲି ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ ।ଅନ୍ୟ ପଟେ ଅର୍ଚ୍ଚନା ନାଗ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ସ୍ମୃତି ପଟ୍ଟନାୟକ । କହିଲେଏହି ମାମଲାରେ ବଡ଼ବଡ଼ ନେତା, ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ରାକେଟ ପଛରେ ସରକାରୀଦଳ ପ୍ରତ୍ୟକ୍ଷଭାବେ ସଂପୃକ୍ତ ରହିଛି । ତଦନ୍ତରେ ପୁଲିସ ବିଫଳ ହୋଇଥିବାବେଳେ ସଂପୃକ୍ତ ବ୍ୟକ୍ତିଙ୍କ […]

ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ରାତିତମାମ ଶିକ୍ଷକନିଯୁକ୍ତି ଦୁର୍ନୀତି ବିଷୟରେ ଜେରା କରିବା ପରେ କେନ୍ଦ୍ରୀୟ ଏଜେନ୍‌ସି ତୃଣମୂଳ କଂଗ୍ରେସ’ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି।ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ପରେ ମାଣିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦ୍ବିତୀୟ ହାଇ-ପ୍ରୋଫାଇଲ୍ ତୃଣମୂଳ କଂଗ୍ରେସ ବିଧାୟକ।

ଚିକିତ୍ସା ଅଭାବରୁ ଶିଶୁ ମୃତ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ) ଚିକିତ୍ସା ଅଭାବରୁ ୨ ବର୍ଷର ଶିଶୁପୁତ୍ରଟିର ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।ଡାକ୍ତର ନଥାଇ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ଉତ୍ୟକ୍ତହୋଇ ମୃତଦେହ ରଖି ଗ୍ରାମବାସୀ ଓ ପରିବାର ଲୋକ ପ୍ରତିବାଦ ଜଣାଇଛନ୍ତି। ଏହି ଘଟଣା ଗଜପତି ଗୋଷାଣୀବ୍ଳକ ଅନ୍ତର୍ଗତ ଗୁରାଣ୍ଡିଗ୍ରାମରେ ଘଟିଛି । ଜ୍ୱରରେ ଆକ୍ରାନ୍ତ ଗୁରୁଣ୍ଡି ଗାଁର ଶିଶୁ କାଲି ମେଡିକାଲ ଆସିଥିଲୋଔଷଧ ସେବନ ପରେ ଅଧିକ ଅସୁସ୍ଥ […]

ମହିଳାଙ୍କୁ ବୀଭତ୍ସ ହତ୍ୟା !

ବାଲୁଗାଁ,୧୦/୧୦(ଏସଏସ ନିଉଜ)ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି।ବାଣପୁର ଥାନା ପଙ୍କାଳଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ୨ ଦେଢ଼ଶୁର ଓ ଜଣେ ଦିଅର ମିଶି ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୁ ଭିଡ଼ି ନେଇ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।ହତ୍ୟାପରେ ୩ ଅଭିଯୁକ୍ତ ଫେରାର୍ ହୋଇଯାଇ ଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଛି।

ବାର୍‌ହା ଫାଶରେ ଚାଷୀମୃତ

ବଲାଙ୍ଗିର,୧୦/୧୦(ଏସଏସ ନିଉଜ)ବାର୍‌ହା ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ଚାଷୀର ମୃତ ହୋଇଛି। ଦେଓଗାଁ ଥାନା କୋରୁଆଝର ଗାଁର ଜଣେ ଚାଷୀର ମୃତୁ ହୋଇଛି।ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସାଇଥିଲେ ୨ ଚାଷୀ।ବିଦ୍ୟୁତ ଚାର୍ଜିତ ଫାଶରେ ପଡ଼ି ପଡ଼ୋଶୀ ଘର ଚାଷୀର ମୃତ୍ୟୁ ହୋଇଛି।ପରିବାର ପକ୍ଷରୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ ହୋଇଛି।

କଳିଙ୍ଗଷ୍ଟାଡିୟମରେ କଡା ସୁରକ୍ଷା

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)FIFA ଫୁଟବଲ୍ ବିଶ୍ବକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ।କଳିଙ୍ଗ ଷ୍ଟାଡିୟମର ସମୀକ୍ଷା କଲେ ପୋଲିସ କମିଶନର ଓ ଡିସିପି ।୬ ଅତିରିକ୍ତ DCP, ୧୪ ଏସିପି, ୩୦ ଇନିସପେକ୍ଟର ରହିବେ । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ମୁଲାୟମସିଂ ଯାଦବଙ୍କ ପରଲୋକ

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି।ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥୁଲେ ମୁଲାୟମ ସିଂ ଯାଦବ।୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।ସକାଳ ୮ଟା ୧୬ରେ ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ପରଲୋକ।ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ ମୁଲାୟମ ସିଂ ଯାଦବ।