କଙ୍କଣାଗାଁରେ ଗୁଳିକାଣ୍ଡ
କାମାକ୍ଷାନଗର,୧୬/୧୦(ଏସ ଏସ ନିଉଜ) ରେଙ୍ଗାଳି ବାମପାର୍ଶ୍ୱ କେନାଲ ନିକଟ କଙ୍କଣା ଗାଁରେ ଗୁଳିକାଣ୍ଡ ଘଟିଛି।ଗୁଳିମାଡ଼ରେ କାନପୁର ଗାଁର ମୀନକେତନ ଦଳେଇ ନାମକ ଯୁବକ ମୃତୁ ହୋଇଥିବାର ଜଣାପଡିଛି।ଯୁବକ ଜଣଙ୍କ ଟାଟା ମାଇନ୍ସରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।
Browsing category
କାମାକ୍ଷାନଗର,୧୬/୧୦(ଏସ ଏସ ନିଉଜ) ରେଙ୍ଗାଳି ବାମପାର୍ଶ୍ୱ କେନାଲ ନିକଟ କଙ୍କଣା ଗାଁରେ ଗୁଳିକାଣ୍ଡ ଘଟିଛି।ଗୁଳିମାଡ଼ରେ କାନପୁର ଗାଁର ମୀନକେତନ ଦଳେଇ ନାମକ ଯୁବକ ମୃତୁ ହୋଇଥିବାର ଜଣାପଡିଛି।ଯୁବକ ଜଣଙ୍କ ଟାଟା ମାଇନ୍ସରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।
ଯାଜପୁର,୧୬/୧୦(ଏସଏସ ନିଉଜ)ଯାଜପୁର ଜିଲ୍ଲା ବୈରୀ ଥାନା ଭଟିଆ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ବିରଜା ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ପୁଲିସ ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
କଟକ,୧୬/୧୦(ଏସଏସ ନିଉଜ)ବାଣଦୋକାନ ଖୋଲିବା ନେଇ କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି। ବିନା ଲାଇସେନ୍ସରେ ବାଣ ଦୋକାନ ଖୋଲି ହେବନି କହିଲେ ଡିସିପି।କଟକରେ ବାଣ ଦୋକାନ ଖୋଲିବାକୁ ଆବେଦନ କରିବାକୁ ପଡ଼ିବ।
ଭୁବନେଶ୍ୱର,୧୬/୧୦(ଏସ ଏସ ନିଉଜ)ବିକ୍ରି ପାଇଁ ଡିଲ୍ ବେଳେ ଝାରସୁଗୁଡ଼ା-କୁଚିଣ୍ଡା ରାସ୍ତାର କୋଲାବିରାରୁ ଜବତ ହୋଇଛି ୩ଟି କଲରାପତରିଆ ବାଘଛାଲ ।ବିଶ୍ବସ୍ତ ସୂତ୍ରରୁ ଖବରପାଇ ଚଢ଼ାଉ କଲା କ୍ରାଇମବ୍ରାଞ୍ଚ STF।ଝାରସୁଗୁଡ଼ା ଓ ସମ୍ବଲପୁର ପୋଲିସର ମିଳିତ ଚଢ଼ାଉ ହୋଇଛି।ଏଥିରେ ଗିରଫ ହୋଇଥିବା ୩ଜଣ ମାଫିଆ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡିଛି।
ଖୋର୍ଦ୍ଧା,୧୬/୧୦(ଏସଏସ ନିଉଜ)ଟାଙ୍ଗୀ ଅଞ୍ଚଳରେ ପାଗଳାମାଙ୍କଡ଼ କାମୁଡ଼ାରେ ୧୦ଜଣ ଆହତ ହୋଇଛନ୍ତି। ନନ୍ଦନକାନନର ଏକ ଟିମ୍ ଓ ବନବିଭାଗଦ୍ୱାରା ଟ୍ରାଙ୍କୁଲାଇଜ୍ ଉଦ୍ୟମ ଆରମ୍ଭ ହୋଇଛି।୨ଟି ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ।
କଟକ,୧୬/୧୦(ଏସଏସ ନିଉଜ) ସାଲେପୁରରୁ କ୍ୟାବିନ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ନେମାଳଥାନା ବନ୍ଧକାଟିଆ-ସହଦେବପୁର ପୋଲ ପାଖ କ୍ୟାବିନ ତଳୁ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନି।
କେନ୍ଦୁଝର,୧୬/୧୦(ଏସଏସ ନିଉଜ)କେନାଲରେ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗାଁ ପାଖ କେନାଲରୁ ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଚାଇଲ୍ଡଲାଇନକୁ କଲ୍ କରିଥିଲେ।ଶିଶୁକୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
ବାରଙ୍ଗ,୧୫/୧୦(ଏସଏସନିୟୁଜ) କାଠଯୋଡି ନଦୀପଠାରେ ଚରୁଥିବା ଛେଳିକୁ ଧରାପଡିବାଭୟରେ ଛେଳିକୁ ଛାଡି ଯୁବକ ଜଣଙ୍କ ଫେରାର ହୋଇଯାଇଛନ୍ତି ।ତେବେ ଏହି ଯୁବକଜଣଙ୍କୁ ଧରିବାକୁ ଯାଇ ଅଗ୍ନିଶମବାହିନୀର କର୍ମଚାରୀମାନେ ନୟାନ୍ତ ହୋଇଛନ୍ତି ।କିନ୍ତୁ ଛେଳିଚୋର କୈାଶଳକ୍ରମେ ଫେରାର ହୋଇଯାଇଥିବାବେଳେ ମୃତ ଛେଳିକୁ ନେଇ ଅଗ୍ନିଶମବାହିନୀ ଫେରିଛି ।ଏହି ଘଟଣା ବାରଙ୍ଗଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାସ ଯେ, ବାରଙ୍ଗଥାନା ଅଧିନସ୍ଥ ବେଂଟକାରପଡାଗ୍ରାମର ପ୍ରଭାତିସ୍ୱାଇଁ ନାମକ ମହିଳା ଶନିବାର ଅପରାହ୍ନରେ କାଠଯୋଡିନଦୀପଠାରେ ଛେଳି ଚରାଉଥିଲେ ।ଏହି ସମୟରେ ବ୍ରାହ୍ମଣୀଗାଁଭୋଇସାହିର ଜଣେ […]
ଭୁବନେଶ୍ୱର,୧୪/୧୦(ଏସଏସ ନିଉଜ)କଣ୍ଟାବାଞ୍ଜିରୁ ତୁରେଇ କେଲା ପୋଲିସ ଦ୍ୱାରା ୧୬ ଦାଦନ ଉଦ୍ଧାର। ତେଲେଙ୍ଗାନା ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୩ ମହିଳା, ୩ ଶିଶୁ ଅଛନ୍ତି। ସମସ୍ତ ଉଦ୍ଧାର ଦାଦନ ଲାଠୋର ଓ ତୁଷୁରା ଥାନା ଅଞ୍ଚଳର। କଣ୍ଟାବାଞ୍ଜି ପୋଲିସ କାଲି ୨୭ ଦାଦନଙ୍କୁ ଉଦ୍ଧାର କରିଥିଲା।
ବାରଙ୍ଗ,୧୩/୧୦(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ରୋକଟଗ୍ରାମର ବୁଡୁନଇରେ ବୁଧବାରଠାରୁ ନିଖୋଜ ହୋଇଥିବା ଯୁବକର ପତାନମିଳିବା ଘଟଣାରେ ଉତ୍ୟକ୍ତ ହୋଇ୍ ଗ୍ରାମବାସୀ ମାନେ ଗୁରୁବାରଦିନ ଗାଁମୁଣ୍ଡରେ ରାସ୍ତାରୋକ କରିଥିଲେ ।ଫଳରେ ୩ଘଂଟାଧରି ଏହିରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା ।ଖବରପାଇ ମଂଚେଶ୍ୱରଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଗ୍ରାମବାସୀମାନଙ୍କୁ ବୁଝାସୁଜା କରିବା ସହ ଶୁକ୍ରବାରଦିନ ସକାଳୁ ସ୍ୱତନ୍ତ୍ରଭାବେ ଦୁଇଟି ଟିମ ଦ୍ୱାରା ଖୋଜାଖୋଜି କରିବାର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଉଠିଥିଲା । ପ୍ରକାସ ଯେ,ବୁଧବାରଦିନ ରୋକଟଗ୍ରାମର୪୫ବର୍ଷୀୟ ରଞ୍ଜନବେଜ ନାମକ ଜଣେ ଯୁବକ […]