ରାସ୍ତା ଅବରୋଧକଲେ ଗ୍ରାମବାସୀ

ଦୁଇଦିନ ହେବ ବୁଡୁନଇରେ ନିଖୋଜ ଯୁବକ

ବାରଙ୍ଗ,୧୩/୧୦(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ରୋକଟଗ୍ରାମର ବୁଡୁନଇରେ ବୁଧବାରଠାରୁ ନିଖୋଜ ହୋଇଥିବା ଯୁବକର ପତାନମିଳିବା ଘଟଣାରେ ଉତ୍ୟକ୍ତ ହୋଇ୍ ଗ୍ରାମବାସୀ ମାନେ ଗୁରୁବାରଦିନ ଗାଁମୁଣ୍ଡରେ ରାସ୍ତାରୋକ କରିଥିଲେ ।ଫଳରେ ୩ଘଂଟାଧରି ଏହିରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା ।ଖବରପାଇ ମଂଚେଶ୍ୱରଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଗ୍ରାମବାସୀମାନଙ୍କୁ ବୁଝାସୁଜା କରିବା ସହ ଶୁକ୍ରବାରଦିନ ସକାଳୁ ସ୍ୱତନ୍ତ୍ରଭାବେ ଦୁଇଟି ଟିମ ଦ୍ୱାରା ଖୋଜାଖୋଜି କରିବାର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଉଠିଥିଲା ।
ପ୍ରକାସ ଯେ,ବୁଧବାରଦିନ ରୋକଟଗ୍ରାମର୪୫ବର୍ଷୀୟ ରଞ୍ଜନବେଜ ନାମକ ଜଣେ ଯୁବକ ପୁଅସହ ବୁଡୁନଈରେ ଗାଧୋଉଥିଲେ । ଏହିସମୟରେ ଏକମୂର୍ତ୍ତିର କାଠଖଡପା ଭାସି ଯାଉଥିବାର ଦେଖି ଏହାକୁ ଆଣିବାପାଇଁ ରଞ୍ଜନ ନଈ ମଧ୍ୟକୁ ପଶିଯାଇଥିଲେ ।କିନ୍ତୁ ପାଣିରେ ବୁଡିଯାଇଥିଲେ ।କୂଳରେ ଥିବା ତାଙ୍କ ପୁଅ ଏହା ଦେଖି ଘର ଲୋକଙ୍କୁ ଡାକ ପକାଇଥିଲା । ରଞ୍ଜନଙ୍କ ସାନଭାଇ ଓ ଗ୍ରାମର କିଛିଯୁବକ ରଞ୍ଜନକୁ ଖୋଜାଖୋଜି କରି ପାଇନଥିଲେ । ଖବରପାଇ ପୁଲିସ, ଅଗ୍ନିଶମ ବିଭାଗ ପହଞ୍ଚି ପାଣିରେବୁଡି ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ରଞ୍ଜନଙ୍କୁ ପାଇନଥିଲେ । ପରେ ଓଡ୍ରାଫ ଦଳ ଆସି ବହୁ ଖୋଜାଖୋଜି କରିଥିବାବେଳେ ରାତି ହୋଇଯିବାରୁ ଖୋଜାଖୋଜି ବନ୍ଦ କରିଥିଲେ ।ଗୁରୁବାର ସକାଳେ ଓଡ୍ରାଫ ଦଳ ଆସି ସନ୍ଦେହ କରାଯାଉଥିବା ସ୍ଥାନ ପାଖରେ ଥିବା ଦଳ ଓ ବିଭିର୍ଣ ଗଛକୁ କାଟି ସଫାକରିଥିଲେ ମଧ୍ୟ ଖୋଜାଖୋଜି କରିନଥିଲେ ।ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ଅପରାହ୍ନ୩ଟା ପାଖାପାଖି ରୋକଟ ଗାଁମୁଣ୍ଡରେ ରାସ୍ତାରୋକ କରିଥିଲେ ।ଦୁଇଦିନ ହେବ ନିଖୋଜ ଯୁବକର ପତାପାଇପାରିନଥିବା ଓ ପ୍ରଶାସନର ଅସହଯୋଗ ଦର୍ଶାଇ ରାସ୍ତାରେ ବସିଥିଲେ ।ଯାହାଫଳରେ ସେହିରାସ୍ତାରେ ଯାଉଥିବା ଗାଡିମଟର ଗୁଡିକ ଅଟକିରହିଥିଲା ।ବିଶେଷକରି ନନ୍ଦନକାନନରୁ ପୁରୀଯାଉଥିବା ଯାତ୍ରିବାହୀ କାରଗୁଡିକ ହଇରାଣ ହୋଇଥିଲେ ।ଖବରପାଇ ମଂଚେଶ୍ୱରଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିବା ସହ ଶୁକ୍ରବାରଦିନ ସକାଳୁ ଓଡ୍ରାଫ୍ଟ ଓ ଏନଡିଆରଏଫର ଟିମ ଦ୍ୱାରା ଖୋଜାଖୋଜି ଆରମ୍ବ ହେବାର ପ୍ରତିଶୃତି ଦେବାପରେ ରାସ୍ତାରୁ ଗ୍ରାମବାସୀମାନେ ଉଠିଥିଲେ ।ଏହାପରେ ଗାଡିମଟର ସ୍ୱାଭାବିକଭାବେ ଯାତା୍‌ୟତ କରିପାରିଥିଲା ।(ଶଶିକାନ୍ତନାୟକଙ୍କରିପୋର୍ଟ)

 

Comments (0)
Add Comment