Browsing category

ଅପରାଧ

ହାତୀପାଇଁ ମାଡ଼

ବଣାଇ,୭/୧୦(ଏସଏସ ନିଉଜ) ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ବନ କର୍ମଚାରୀଙ୍କୁ ପିଟିଛନ୍ତି।ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି।ଡେଙ୍ଗେଇଢିପା ଗାଁ ଲୋକଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ ହୋଇଛନ୍ତି।ହାତୀକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନେବାକୁ ଗ୍ରାମବାସୀଙ୍କ ଦାବି କରୁଛନ୍ତି।

ଜଳିଗଲା ମାଛଧରା ବୋଟ

ଚାନ୍ଦବାଲି,୬/୧୦(ଏସଏସ ନିଉଜ) ଧାମରା ଅବଦୁଲ କଲାମ ଦ୍ୱୀପ ନିକଟରେ ଜଳିଗଲା ବୋଟ୍।ମାଛ ଧରୁଥିବା ବେଳେ ଜଳିଗଲା ବୋଟ୍ ।ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ।ଆଉ ଗୋଟିଏ ବୋଟ୍ ଦ୍ୱାରା ସୁରକ୍ଷିତରେ ଉଦ୍ଧାର ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ନଦୀରେ ଭାସି ୮ମୃତ

ଭୁବନେଶ୍ୱର,୬/୧୦(ଏସଏସ ନିଉଜ)ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ଜଣ ମୃତୁବରଣ କରିଛନ୍ତି।ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ୍ ନଦୀରେ ଭାସି ୮ ମୃତୁବରଣ କରିଛନ୍ତି। ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ମାଡ଼ି ଆସିଥିଲା ବନ୍ୟା ପାଣି। ଅନେକ ନିଖୋଜ ଆଶଙ୍କା ଥିବାବେଳେ NDRF ପକ୍ଷରୁ ଉଦ୍ଧାର କାମ ଜାରି ରହିଛି।

ରାବଣପୋଡି ବେଳେ ଅଘଟଣ

ଭୁବନେଶ୍ୱର,୫/୧୦(ଏସଏସ ନିଉଜ)ହରିୟାଣାରେ ବଡ଼ ଅଘଟଣ ଘଟିଛି।ରାବଣ ପୋଡ଼ି ବେଳେ ଲୋକଙ୍କ ଉପରେ ପଡ଼ିଛି ଜଳନ୍ତା କୁଶପୁତ୍ତଳିକା ।ଏହାଦ୍ୱାରା ଜଣ କ୍ଷୟକ୍ଷତି ଘଟିଛି ଜଣାପଡିନାହିଁ।

୫୦ ଫୁଟ୍ ତଳକୁ ଖସିଲା ଟ୍ରକ

କୋଇଡା,୫/୧୦(ଏସଏସ ନିଉଜ)୫୦ ଫୁଟ୍ ତଳକୁ ଖସିଲା ଟ୍ରକ।ଯାହାଫଳରେ ଚାଳକ ଓ ହେଲପର ମୃତୁବରଣ କରିଛନ୍ତି। । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କାଲଟାଫାଣ୍ଡି ଅଞ୍ଚଳରେ । ଭାରସାମ୍ୟ ହରାଇ ଟ୍ରକଟି ପୋଲତଳକୁ ଖସିପଡିଥିବାର ସୂଚନା ମିଳିଛି ।ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି । ମୃତକଙ୍କ ପରିଚୟ ଅସ୍ପଷ୍ଟ ।

ଭାସିଗଲେ ୪,ନିଖୋଜ ଜଣେ

ବ୍ରହ୍ମପୁର,୫/୧୦(ଏସଏସ ନିଉଜ)କୁକୁଡ଼ାଖଣ୍ଡି ଅଞ୍ଚଳର ୪ ଯୁବକ ଗୋପାଳପୁର ବେଳାଭୂମିରେ ଗାଧଉଥିବା ବେଳେ ଭାସିଯାଇଛନ୍ତି।ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିବାର ଜଣାପଡିଛି।

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୫/୧୦(ଏସଏସ ନିଉଜ)ସେନାହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।ଫଳରେ ପାଇଲଟ୍ ମୃତୁବରଣ କରିଛି। ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ନିକଟରେ ହୋଇଛି ।ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ବିଦ୍ୟୁତ ଆଘାତରେ ୩ମୃତ

ବୌଦ୍ଧ,୫/୧୦(ଏସଏସନିଉଜ)ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ଜଣ ମୃତୁବାରଣ କରିଛନ୍ତି। ମାଆ , ପୁଅ ଓ ଦିଅରଙ୍କ ମୃତ୍ୟୁଲୁଗା ଶୁଖାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ମହିଳା। ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରେ ପୁଅ ଓ ଦିଅରଙ୍କ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଟକ,୫/୧୦(ଏସଏସ ନିଉଜ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ଵରର ଲୁଣା ନଦୀ ପୋଲ ଉପରେ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ଜଣେ ମୃତୁବରଣ କରିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ କମଳପୁର ଗ୍ରାମର ମହେନ୍ଦ୍ର ଜେନା। ଗତକାଲି ବିଳମ୍ବିତ ରାତିରେ ତରତଆଡୁ ଆସୁଥିବା ଏକ ମହିନ୍ଦ୍ରା ଥର ଗାଡ଼ିଟି (WB02 AS 0955) ରାସ୍ତା କଡ଼ରେ ବହୁଦିନ ଧରି ରହିଥିବା ଏକ ଜେସିବିକୁ ପଛଆଡ଼ୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୩ ଜଣ ଗୁରୁତର ଆହତ […]

ଧରାପଡିଲା ବ୍ରାଉନସୁଗାର

ବୈଶିଙ୍ଗା,୪/୧୦(ଏସଏସନିଉଜ)ବାରିପଦାରୁ କଟକ ପଠାଇଥାନ୍ତେ ବ୍ରାଉନ୍‌ସୁଗାର, କିନ୍ତୁ ପୁଲିସ ହାତରେ ଧରାପଡ଼ିଲେ ୩ ବେପାରୀ। ୨୦ହଜାର ଟଙ୍କାର ୧୧ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ। ବ୍ରାଉନସୁଗାର ଧରିବାନେଇ ପୋଲିସ ସୁଚନା ଦେଇଛି ।