Browsing category

ଅପରାଧ

ଗଛରେ ପିଟିହୋଇ ଚାଲିଗଲା ଜୀବନ

ଭଞ୍ଜନଗର,୪/୧୦(ଏସଏସନିଉ)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବ୍ରହ୍ମପୁର-ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ନିକଟ ପୋଲ ଫେକ୍ଟ୍ରି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁବରଣ କରିଛି । ମୃତକ ହେଲେ ମୁଜାଗଡ଼ ଗ୍ରାମର ଭଞ୍ଜ ସେଠୀ (୩୭) ।ଖବରପାଇ ପୋଲିସ ଘଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଏସ୍କର୍ଟ ସର୍ଭିସ ନାମରେ ସାଇବର ଠକେଇ

ଡେଲାଙ୍ଗ,୪/୧୦(ଏସଏସନିଉଜ)ଇଂଟରନେଟରେ ବିଜ୍ଞାପନଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରିଛି ।ଗିରଫହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି ।ସେମାନେ ହେଲେ ଡେଲାଙ୍ଗର ସୁଶାନ୍ତକୁମାର ପାତ୍ର ,ଯିଏକି ଏହି ଘଟଣାର ମାଷ୍ଟରମାଇଣ୍ଡ ସିଏ ସୁନ୍ଦର ପଦାରେ ରହୁଥିଲେ ।ତାଙ୍କ ସହିତ ଉପମନ୍ୟୁବରାଳ,ସସ୍ମିତାଜେନା,ଜଗନ୍ନାଥପ୍ରଧାନ ଓ ସଦା ଶିବସେଠୀ ।ପୋଲିସ ସେମାନଙ୍କ ୨୦ଟିବ୍ୟାଙ୍କ ଆକାଉଂଟ ଅଚଳ କରିଥିବା ବେଳେ ୨୦ଲକ୍ଷଟଙ୍କା ଫ୍ରିିଜ କରିଛି ।ଏହାସହ ଅଭିଯୁକ୍ତମାନଙ୍କଠାରୁ ୮୬ହଜାରେ୫ଶହ, ,୨୩ ଏଟିଏମକାର୍ଡ,ଓ ୧୧ମୋବାଇଲଫୋନ ,୭୦ସିମକାର୍ଡଜବତ କରିଛିି । ପ୍ରକାସ ଯେ, […]

ଜଙ୍ଗଲରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ରାୟଗଡ଼ା,୪/୧୦(ଏସଏସ ନିଉଜ)ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା କାମାରି ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣଙ୍କ ଡିମିରିଗୁଡ଼ା ପଞ୍ଚାୟତ କାମାରି ଗାଁର ଆସକୁଲି ମାଝି ବୋଲି ଜଣାପଡିଛି।ମହିଳା ଜଣଙ୍କ ସେପ୍ଟେମ୍ବର ୨୪ ତାରିଖରୁ ନିଖୋଜ ଥିଲେ।ବହୁ ଖୋଜା ଖୋଜି ପରେ ନିରାଶ ହେବାରୁ ପରିବାର ଲୋକେ ଅକ୍ଟୋବର ୧ ରେ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ମୃତ୍ୟୁର କାରଣ ଅସ୍ପଷ୍ଟ […]

ବସ ଚଳାଚଳ ବନ୍ଦ

ଭଦ୍ରକ,୪/୧୦(ଏସଏସ ନିଉଜ)ଜିଲ୍ଲା ବସ୍ ସିଣ୍ଡିକେଟ୍ ପକ୍ଷରୁ ଭଦ୍ରକ ଜିଲ୍ଲାରୁ ଆଜି ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ବସ୍ ଚଳାଚଳ ବନ୍ଦ ହୋଇଛି। ବଟି ଆଦାୟ, ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବନ୍ଦ ନିଷ୍ପତ୍ତି ନିଆଯାଇଛି।ଗନ୍ତବ୍ୟସ୍ଥଳକୁ ଯାଇ ନପାରି ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

ଓଲଟିଲା ପିକଅପଭ୍ୟାନ

ଭୁବନେଶ୍ୱର,୪/୧୦(ଏସଏସ ନିଉଜ)ଭୁବନେଶ୍ୱର ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଉପରେ ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ଯାନଟି ଓଲଟିପଡିଛି।

ରାସ୍ତାରେ ବସିଲେ ଗ୍ରାମବାସୀ

ଖୁଣ୍ଟୁଣୀ,୩/୧୦(ଏସଏସନିଉଜ)ରବିବାର ଦିହିପହର ସମୟରେ ଯାତ୍ରୀବାହୀ ବସ ଧକ୍କାରେ ସାଇକେଲ ଆରୋହୀ କପୁରସିଂ ଗ୍ରାମର ଅରକ୍ଷିତ ରାଉତ(୫୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁଘଟିଛି ।ଏହି ଦୁର୍ଘଟଣା ଗୁରୁଡ଼ିଝାଟିଆଥାନା ଅଧୀନସ୍ଥ ୫୫ନଂ ଜାତୀୟ ରାଜପଥର କପୁରସିଂ କ୍ଳବନିକଟରେ ଘଟିଛି ।ଘଟଣା ପରେ ମୃତକଙ୍କ ପରିବାରଲୋକଙ୍କୁ ସମର୍ଥନ ଜଣାଇ ଗ୍ରାମବାସୀମାନେ କ୍ଷତିପୁରଣ ଦାବୀରେ ଅରକ୍ଷିତର ଶବକୁ ରାସ୍ତା ଉପରେ ରଖି ଦୀର୍ଘ ତିନିଘଣ୍ଟା କାଳ ଜାତୀୟରାଜପଥକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାଇବା ପରେ ସାଢେ୩ଟା ରାସ୍ତା […]

ପ୍ରେମିକ ସାଙ୍ଗରେ ମିଶିଲା ମା

ଭୁବନେଶ୍ୱର,୩/୧୦(ଏସଏସ ନିଉଜ)କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡ଼ିପୁର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ବାହାରେ ରହୁଥିବା ବେଳେ ପ୍ରେମିକ ସାଙ୍ଗରେ ମିଶି ମା ଦୁଇବର୍ଷର ଶିଶୁ ପୁତ୍ରକୁ କଚାଡି ମାରିଥିବାର ଜଣାପଡିଛି।

ପୂଜା ମଣ୍ଡପରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୩/୧୦(ଏସଏସ ନିଉଜ)ଉତ୍ତରପ୍ରଦେଶର ଭଦୋହିସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୪ଜଣ ଆହତ ହୋଇଥିବା ସୂଚନା ମିଳିଛି।ଏଥିରେ ୧୦ ଓ ୧୨ ବର୍ଷର ଦୁଇଜଣ ପିଲା ଓ ଜଣେ ୪୫ ବର୍ଷୀୟ ମହିଳାଙ୍କ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ରବିବାର ରାତି ସାଢ଼େ୯ଟା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ମା’ଙ୍କ ଆରତି ଚାଲିଥିଲା।

ଏଟିଏମ୍‌ରୁ ଲୁଟ୍

ଢେଙ୍କାନାଳ,୩/୧୦(ଏସଏସ ନିଉଜ)ଗଁଦିଆ ଥାନା ବରପଦା ଛକରେ ଏସବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି।ପଛ କାନ୍ଥ ଭାଙ୍ଗି ଏଟିଏମ୍‌ରୁ ଟଙ୍କା ଲୁଟ ହୋଇ ଥିବା ସନ୍ଦେହ କରାଯାଇଛି।କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ମଧ୍ୟାହ୍ନଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ବରଗଡ଼,୩୦/୯(ଏସ ଏସ ନିଉଜ)ସୋହେଲା ବ୍ଲକ ବ୍ରାହ୍ମଣ ଡିହି ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଥିବାର ଜଣାପଡିଛି। ଭାତ ଏବଂ ସୋୟାବିନ୍ ତରକାରୀ ଖାଇବା ପରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।ସମସ୍ତଙ୍କୁ ସୋହେଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।