Browsing category

ଅପରାଧ

ଏସିଡ ମାଡ଼

କଟକ,୮ ୧୦(ଏସଏସନିଉଜ)ପୂର୍ବ ଶତ୍ରୁତାରୁ ବାଲୁବଜାର ଅଞ୍ଚଳରେ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଛି।୨୨ ବର୍ଷୀୟ ଯୁବକଙ୍କୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏସିଡ୍ ଫିଙ୍ଗି ଚମ୍ପଟ୍ ହୋଇଛି।ଆହତ ଯୁବକ ଜଣଙ୍କ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏସିଡ୍ ଫିଙ୍ଗିଥିବା ବ୍ୟକ୍ତି ଜଣଙ୍କ ଚାନ୍ଦିନିଚୌକ ଅଞ୍ଚଳର ସୂଚନା ମିଳିଛି।

ଘରଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର,୮/୧୦(ଏସଏସ ନିଉଜ) ନିଜଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗାଁଲୋକଙ୍କ ଠାରୁ ଖବରପାଇ ଉଦ୍ଧାର କରିଛି ପୋଲିସ୍। ହତ୍ୟାସନ୍ଦେହରେ ମୃତମହିଳାଙ୍କ ପୁଅ ଥାନାରେ ଅଟକ ରହିଛନ୍ତି। ତାରାସିଂଥାନା ଅନ୍ତର୍ଗତ ଗଜାପଦର ଗାଁରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି।

କୁକୁଡ଼ା ଦେକାନରେ ବାର୍‌ହା ମାଂସ

ଢେଙ୍କାନାଳ ,୭/୧୦(ଏସଏସନିଉଜ)କୁକୁଡ଼ା ଦେକାନରେ ବାର୍‌ହା ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦଧିସିଙ୍ଗା ଗ୍ରାମର ଚିନ୍ମୟ ନାୟକ ନାମକ ଯୁବକକୁ ଷଡଙ୍ଗୀ ରେଞ୍ଜ ଫରେଷ୍ଟ ଗିରଫ କରିଛି ।ଜୋରନ୍ଦା ଫରେଷ୍ଟ ସେକ୍ସନ ଅଧିନ ଦଧିସିଙ୍ଗା ଗ୍ରାମରେ ଥିବା ଚିକେନ ଦୋକାନରେ ଜଙ୍ଗଲୀ ବାର୍‌ହା କଟା ହୋଇ ବିକ୍ରି କରାଯାଉଥିବାର କୈାଣସିସୁତ୍ରରୁ ଖବରପାଇ ବନବିଭଗ କର୍ମଚାରୀମାନେ ଚଢଉ କରିଥିଲେ ।ଘଟଣାସ୍ଥଳରୁ ଦେଢ଼ କେଜିର କଟା ମାଂସ ଜବତ କରିବାସହ ଦୋକାନ ମାଲିକ ଚିନ୍ମୟ ନାୟକକୁ ଗିରଫ କରି କୋର୍ଟ ଚାଲାଣ […]

ବ୍ୟବସାୟୀଙ୍କ ଘରୁ ସୁନାଅଳଙ୍କାର,୭ଲକ୍ଷଟଙ୍କା ଲୁଟ

ଢେଙ୍କାନାଳ ,୭/୧୦(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ପରଜଙ୍ଗଥାନା ସାଦନପଡ଼ାର ବିନୟକୁମାରସାହୁ ନାମକ ବ୍ୟବସାୟୀଙ୍କ ଘରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୭ ଲକ୍ଷ ଟଙ୍କା ଓ ୧୫ ଲକ୍ଷର ସୁନା ଅଳଙ୍କାର ଲୁଟି ନେଇଥିବାର ଜଣାପଡିଛି ।ମାରଣାସ୍ତ୍ର ଦେଖଇ ପରିବାରଲୋକଙ୍କୁ ଗୋଟିଏ ଘରେ ରଖି ଲୁଟିଛନ୍ତି ଦୁର୍ବୃତ୍ତ । ପରଜଙ୍ଗ ଥାନାରେ ଅଭିଯୋଗ ହେବା ପରେ ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାଡ ପକ୍ଷରୁ ତଦନ୍ତ ଜାରି ରଖିଚି ପୋଲିସ ।  

ଯବାନ ଆହତ

ମାଲକାନଗିରି, ୭/୧୦(ଏସଏସନିଉଜ) ବିଏସଏଫ ଯବାନମାନେ କୋୟଲାବାଡି ଥାନା ଅନ୍ତର୍ଗତ ମରକନାର ଜଂଗଲ ନିକଟରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରତର ଆହତ ହୋଇଛନ୍ତି । ଜଣେ ଯବାନ ରୋଗାଗ୍ରସ୍ତ ହୋଇଥିବାରୁ ତାକୁ ତୁରନ୍ତ ମେଡିକାଲ ନେବା ନିମନ୍ତେ ଯବାନଙ୍କଦ୍ୱାରା ସର୍ଚ୍ଚ ଅପରେସନ କରାଯାଉଥିବାବେଳେ ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲାାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାରୁ ତୁରନ୍ତ ତାଙ୍କୁ ଚିକିସାପାଇଁ ମେଡିକାଲରେ ଭର୍ତିକରାଯାଇଛି ।

ଚାଉଳବୋଝେଇ ଟ୍ରକ ପାଇଁ ରାସ୍ତା ଜାମ

ଜଟଣୀ,୧୦/୭(ଏସଏସନିଉଜ)ସୀତାରାମଛକନିକଟରେ ଥିବା ରେଳବାଇଭୁତଳ ରସ୍ତାରେ ଓଆର୦୨-କେ-୪୧୮୮ନଂ ଚାଉଳବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହେବାରୁ ସାଧରଣଲୋକ ନାହିଁନଥିବା ହଇରାଣ ହେଇଛନ୍ତି ।ଟ୍ରକଟି ଭାରସମ୍ୟ ହରାଇ ନାଳ ମଧ୍ୟକୁ ଖସି ଯିବାରୁ ରାସ୍ତା ଜାମ ହୋଇଯାଇଥିଲା ।ଏଫସିଆ ରୁ ଟ୍ରକଟି ଚାଉଳ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା ।ତେବେ ଚାଉଳ ବୋଝେଇ ଟ୍ରକର କାଗଜପତ୍ର ବୈଧ ନଥିବାର ଜଣାପଡିନଥିବାବେଳେ କିଭଳି ପରିବହନ ପାଇଁ ଅନୁମତି ଦିଆଯାଉଛି ତାହାକୁ ନେଇ ସାଧାରଣରେ ଆଲୋଚନା ଯୋରଧରିଛି ।

ଲାଞ୍ଚନେଇ APO ଗିରଫ

ବଲାଙ୍ଗିର,୭/୧୦(ଏସଏସ ନିଉଜ) ଭିଜିଲାନ୍ସ ଜାଲରେ ମନରେଗା ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର।ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର ସୁଶାନ୍ତ ଦାସ।୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ।ଏକ ପୋଖରୀ ମରାମତି କାମର ବିଲ୍ କରାଇ ବାକୁ ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି।

ବନ୍ଧୁକମୁନରେ ଲୁଟିନେଲେ ୭ଲକ୍ଷ

କାମାକ୍ଷାନଗର,୭/୧୦(ଏସ ଏସ ₹ନିଉଜ) ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଛି।୭ଲକ୍ଷଟଙ୍କା ଓ ୧୫ ଲକ୍ଷର ସୁନାଅଳଙ୍କାର ଲୁଟି ନେଇଛନ୍ତି ୬ ଦୁର୍ବୃତ୍ତ।ପରଜଙ୍ଗ ଥାନା ସାଦନପଡ଼ାର ଜଣେ ବ୍ୟବସାୟୀଙ୍କ ଘରେପଶି ଲୁଟ୍ କରିଛନ୍ତି।ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କାଡ୍ ଓ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ହାତୀପାଇଁ ମାଡ଼

ବଣାଇ,୭/୧୦(ଏସଏସ ନିଉଜ) ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ବନ କର୍ମଚାରୀଙ୍କୁ ପିଟିଛନ୍ତି।ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି।ଡେଙ୍ଗେଇଢିପା ଗାଁ ଲୋକଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ ହୋଇଛନ୍ତି।ହାତୀକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନେବାକୁ ଗ୍ରାମବାସୀଙ୍କ ଦାବି କରୁଛନ୍ତି।

ଜଳିଗଲା ମାଛଧରା ବୋଟ

ଚାନ୍ଦବାଲି,୬/୧୦(ଏସଏସ ନିଉଜ) ଧାମରା ଅବଦୁଲ କଲାମ ଦ୍ୱୀପ ନିକଟରେ ଜଳିଗଲା ବୋଟ୍।ମାଛ ଧରୁଥିବା ବେଳେ ଜଳିଗଲା ବୋଟ୍ ।ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ।ଆଉ ଗୋଟିଏ ବୋଟ୍ ଦ୍ୱାରା ସୁରକ୍ଷିତରେ ଉଦ୍ଧାର ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।