Browsing category

ଅପରାଧ

ଦାଦାବଟି ରୋକିବାକୁ ହ୍ୱାଟ୍ସଆପ୍ ନଂ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଦାଦାବଟି ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା ଆରମ୍ଭ ହୋଇଛି।ହ୍ୱାଟ୍ସଆପ୍ ନଂ ୭୦୭୭୭ ୯୮୧୧୧ରେ ସୂଚନା ଦେବାକୁ ଡିସିପିଙ୍କ ପରାମର୍ଶ ଦେଇଛନ୍ତି।ଡ୍ରଗ୍ସ ବ୍ୟବହାର ଓ ଗଳିକନ୍ଦି ଅପରାଧ ନେଇ ଜଣାଇବାକୁ ବି କହିଲେ ଡିସିପି।

ଶିଶୁ ମୃତ୍ୟୁ ଘଟଣାରେ ଯାଞ୍ଚ ଆରମ୍ଭ

କେନ୍ଦୁଝର,୧୯/୯(ଏସ ଏସ ନିଉଜ)କେନ୍ଦୁଝର ହସ୍ପିଟାଲରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ଆରମ୍ଭ।କେନ୍ଦୁଝର ହସ୍ପିଟାଲ SNCUରେ ୨ ଜଣିଆ ଟିମ ପହଞ୍ଚି ଯାଞ୍ଚ କରୁଛି।ଶିଶୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଯାଞ୍ଚ କରାଯାଉଛି।

ପୁଣି ନକଲିଔଷଧ ଜବତ

କଟକ,୧୯/୯(ଏସଏସ ନିଉଜ) ନକଲି ଟେଲମା-୪୦ ଔଷଧ ଜବତ କଲା ପୋଲିସ।ଦୋଳ ମୁଣ୍ଡାଇ ମହତାବ ରୋଡ୍ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ଜବତ କରାଯାଇଛି।୧୩୫୦ ଷ୍ଟ୍ରିପ୍ ଔଷଧ ଜବତ କଲା ପୁରୀଘାଟ ଥାନା ପୋଲିସ।

ଷ୍ଟୁଲ୍ ରେ ବିଶ୍ଵକର୍ମା, ସିଂହାସନରେ ସାରଥୀଙ୍କ ଫଟୋ

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ବିଶ୍ଵକର୍ମା ଷ୍ଟୁଲ୍ଉପରେ ସିଂହାସନରେ ଓ ସାରଥୀଙ୍କ ଫଟୋ ସିଂହାସନରେ ରହିଛି। ଏ ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଦେଖିବାକୁ ମିଳିଛି।ଆଜିକୁ ଦୁଇ ଦିନ ହେବ ଏହି ଲେଦ୍ (ଓଲଡିଂ) ଦୋକାନରେ ପୂଜା ପାଉଛନ୍ତି ଉଭୟ ବିଶ୍ୱକର୍ମା ଓ ସାରଥୀ। ସବୁଠୁ ବଡ଼କଥା ହେଲା ବିଶ୍ଵକର୍ମାଙ୍କ ଛୋଟିଆ ମୂର୍ତ୍ତିଟି ଷ୍ଟୁଲ୍ ଉପରେ ଥୁଆ ହୋଇ ପୂଜା କରାଯାଉଥିବା ବେଳେ ଏକ ସିଂହାସନ ଉପରେ ସାରଥୀଙ୍କ ଏକ ବଡ଼ ଫଟୋ ସୁସଜ୍ଜିତ ହୋଇ ପୂଜା କରା ଯାଉଛି।ଏହି […]

କାଠଯୋଡ଼ି ବ୍ରିଜରୁ ଡେଇଁଲେ ମହିଳା

କଟକ,୧୮/୯(ଏସଏସନିଉଜ)କାଠଯୋଡ଼ି ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ।ସ୍ଥାନୀୟ ଲୋକଙ୍କ ଦ୍ୱାରା ମହିଳା ସୁରକ୍ଷିତ ଉଦ୍ଧାର ପରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।ମହିଳା ବାଦାମବାଡ଼ି ଶଙ୍କରପୁର ଅଞ୍ଚଳର, ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରାଗିଛି।

ରାମପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ

ଚାନ୍ଦବାଲି,୧୮/୯(ଏସଏସ ନିଉଜ) ରାମପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୧୦ଜଣ ଆହତ ହୋଇଛନ୍ତି । ରାସ୍ତା ନିର୍ମାଣ କାମକୁ ନେଇ ପୂର୍ବରୁ ଥିବା ବିବାଦରୁ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୩ଜଣ ମହିଳାଙ୍କ ସମେତ ୧୦ଜଣ ଆହତ ହୋଇଛନ୍ତି।ସେଥିମଧ୍ୟରୁ ଗୁରୁତର ୫ ଜଣଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।

୩ ଅବକାରୀ କର୍ମଚାରୀ ଅଟକ

କୋରାପୁଟ,୧୮/୯(ଏସଏସ ନିଉଜ) ପଟାଙ୍ଗୀ ପୋଲିସ ଦ୍ୱାରା ୩ ଅବକାରୀ କର୍ମଚାରୀ ଅଟକ ଅଛନ୍ତି। ଚୋରାଗଞ୍ଜେଇ ଚାଲାଣ ନେଇ ୩ ଅବକାରୀ କର୍ମଚାରୀଙ୍କୁ ଜେରା କରାଯାଇଛି । ଗତକାଲି ଆନ୍ଧ୍ର ଚାଲାଣବେଳେ ସୁଙ୍କିରୁ ଗଞ୍ଜେଇ ଜବତ କରିଥିଲା ପୋଲିସ ।ଏହି ଘଟଣାରେ ୩ ଅବକାରୀ କର୍ମଚାରୀ ସମେତ ୭ ଜଣ ଧରାପଡ଼ିଥିଲେ।

କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚାଞ୍ଚଲ୍ୟ

କେନ୍ଦୁଝର,୧୮/୯(ଏସଏସ ନିଉଜ)୧୮ ଦିନରେ ୧୩ଜଣ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଛି।ଗତ ୨୪ ଘଣ୍ଟାରେ ଗଲାଣି ୪ ଶିଶୁଙ୍କ ଜୀବନ।ଚିକିତ୍ସା ଅବହେଳା ନେଇ ମେଡିକାଲରେ ଉତ୍ତେଜନା ଦେଖଦେଇଛି।ସୂଚନା ଦେଲେ ADMO କିଶୋର ପୃଷ୍ଟି।

ପୋଖରୀକୂଳରେ ୩ନବଜାତଙ୍କ ମୃତଦେହ

ଢେଙ୍କାନାଳ,୧୬/୯(ଏସ ଏସ ନିଉଜ) ଇନ୍ଦିପୁର ଗାଁ ପୋଖରୀ କୂଳରେ ୩ ନବଜାତଙ୍କ ମୃତଦେହ ଠାବ ହୋଇଛି। ମୃତ ୩ ନବଜାତକୁ କିଏ ଓ କାହିଁକି ପକାଇଲା କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ମାଲକାନଗିରି OTETପରୀକ୍ଷା ବାତିଲ

ମାଲକାନଗିରି,୧୬/୯(ଏସଏସ ନିଉଜ) ମାଲକାନଗିରି ଜିଲ୍ଲାରେ OTET ପରୀକ୍ଷା ବାତିଲ ହୋଇଛି । ଜିଲ୍ଲାରେ ୩ କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା ।ପରୀକ୍ଷା ହଲ ବାହାରେ ପଡିଥିଲା ଓଟିଇଟି ପ୍ରଶ୍ନପତ୍ର । ଫଳରେ ପରୀକ୍ଷା ବାତିଲ କରିଛି ମାଲକାନଗିରି ପ୍ରଶାସନ।