ଜଙ୍ଗଲରୁ ବାବା ଗିରଫ
କାମାକ୍ଷାନଗର,୨୧/୯(ଏସ ଏସ ନିଉଜ) ଜଙ୍ଗଲରେ ବେଆଇନ୍ ଆଶ୍ରମ ସିଲ୍ ସହ ବାବା ଗିରଫ ହୋଇଛନ୍ତି। ମୁକ୍ତାପଶି ଫରେଷ୍ଟ ସେକ୍ସନ ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ବେଆଇନ୍ ଆଶ୍ରମ ସିଲ୍ ସହ ବାବାଙ୍କୁ ଗିରଫ କରିଛି ବନବିଭାଗ ।
Browsing category
କାମାକ୍ଷାନଗର,୨୧/୯(ଏସ ଏସ ନିଉଜ) ଜଙ୍ଗଲରେ ବେଆଇନ୍ ଆଶ୍ରମ ସିଲ୍ ସହ ବାବା ଗିରଫ ହୋଇଛନ୍ତି। ମୁକ୍ତାପଶି ଫରେଷ୍ଟ ସେକ୍ସନ ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ବେଆଇନ୍ ଆଶ୍ରମ ସିଲ୍ ସହ ବାବାଙ୍କୁ ଗିରଫ କରିଛି ବନବିଭାଗ ।
ସୁନ୍ଦରଗଡ଼,୨୧/୯(ଏସ ଏସ ନିଉଜ)ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହିଉଛି।ଟାଙ୍ଗରପାଲି ଅତିରିକ୍ତ ତହସି ଲଦାର କୁଳମଣି ପଟେଲଙ୍କ ଘରେ ରେଡ୍ ହୋଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ ହୋଇଛି।ଡୁମାବାହାଲ , ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ଯାଜପୁର,୨୦/୯(ଏସଏସ ନିଉଜ)ଏନ୍ଏଚ୍ ୧୬ ସାହାପୁର ନିକଟରେ ଓଲଟିପଡିଛି ଟୁରିଷ୍ଟ ବସ୍ । ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।ଏହାଫଳରେ ୧୯ଜଣ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆହତମାନେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୟୁପିରୁ ୮୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ରାଜଧାନୀରେ ଅଭାବ ନୀୟ ଘଟଣା ଘଟିଛି। ବଡ଼ ଭାଇ ମାଡ଼ରେ ସାନ ଭାଇ ମୃତୁବାରଣ କରିଛି।ନୟାପଲ୍ଲୀ ଥାନା ନୂଆସାହି ଅଞ୍ଚଳରେ ଘଟିଛି ଅଘଟଣ ଘଟିଛି।ସାନ ଭାଇକୁ ପାଠ ପଢ଼ିବାକୁ ତାଗିଦ କରି ବଡ଼ ଭାଇ ପିଟିିଥିଲେ ।ସାନ ଭାଇର ମୃତ୍ୟୁ ଘଟିବାରୁ ବଡ଼ ଭାଇ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି।ଫଳରେ ହତ୍ୟା ଅଭିଜିଗରେ ଉଚ୍ଚ ଶିକ୍ଷିତ MBA ପଢ଼ୁଆ ବଡ଼ ଭାଇ ଗିରଫ ହୋଇଛି।
ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଗିରଫ ହେଲା ଜୋମାଟୋ ଡେଲିଭରି ବଏ ।ମହିଳାଙ୍କୁ ଜୋର୍ ଜବରଦସ୍ତି କିସ୍ କରିବାକୁ ଉଦ୍ୟମ କରିବା ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜୋମାଟୋ ଡେଲିଭରି ବଏକୁ ଗିରଫ କରିଛି ପୋଲିସ୍ ।ଏହି ଯୁବକ ଜଣକ ୧୯ ବର୍ଷୀୟ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ମାମଲା ରେ ଗିରଫ ହୋଇଛନ୍ତି। ଏହି ଘଟଣାଟି ପୁଣେର ୟେୱେଲ ବାଡ଼ି ଅଞ୍ଚଳରେ ଏହି ଘଟଣା ଘଟିଛି ।
ଭଦ୍ରକ,୨୦/୯(ଏସଏସ ନିଉଜ)ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି।ବନ୍ତ ଛକରେ ଦୋକାନୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।୫ ପ୍ଲାଟୁନ୍ ଫୋର୍ସ, ୨ ଅଫିସର, ୨ ଜଣ ତହସିଲଦାର ଉପସ୍ଥିତ ଅଛନ୍ତି।
ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ ଚାଲିଛି।ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ।ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଚାଲିଛି ଚଢ଼ାଉ।
ପୁରୀ,୨୦/୯(ଏସଏସନିଉଜ)ବାଗେଡ଼ିଆ ଧର୍ମଶାଳାକୁ ଅକ୍ତିଆରକୁ ନେଲା ପ୍ରଶାସନ।ସିଂହଦ୍ୱାର ସମ୍ମୁଖ ବାଗେଡ଼ିଆ ଧର୍ମଶାଳାର ସବୁ ରୁମ୍ ସିଲ୍ ହୋଇଛି।ତହସିଲଦାରଙ୍କ ଉପସ୍ଥିତିରେ ସବୁ ରୁମ୍କୁ ସିଲ୍ କରିଛି ପ୍ରଶାସନ।ପୂର୍ବରୁ ଏହି ଧର୍ମଶାଳାର ଗୋଟିଏ ଅଂଶରେ ସିଂହଦ୍ୱାର ଥାନା ଚାଲିଛି।
ବାରିପଦା,୨୦/୯(ଏସଏସ ନିଉଜ)କୁଡ୍ମୀ ଜାତିକୁ ପୁନଃ ଜନଜାତି ମାନ୍ୟତା ଦାବିରେ ରେଳରୋକ କରିଛନ୍ତି ଲୋକ। ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନ୍ରେ ରେଳରୋକ ହୋଇଛି।ଫଳରେ ଅଧାରେ ଅଟକିଲା ବାଙ୍ଗିରି ପୋଷି-ଭୁବନେ ଶ୍ୱର ସୁପରଫାଷ୍ଟ ଟ୍ରେନ୍ ।ବାରିପଦା-ସାଲିମାର ଟ୍ରେନ୍ ମଧ୍ୟ ଅଧାରେ ଅଟକି ରହିଛି।
ମାଲକାନଗିରି,୨୦/୯(ଏସଏସ ନିଉଜ)ସେବାଶ୍ରମ ହଷ୍ଟେଲ ଚାଉଳ ବାହାରେ ବିକ୍ରି କରାଯିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ।ତଦନ୍ତ ଆଧାରରେ କୋରକୋଣ୍ଡା ମାରିବାଡ଼ା ସୁପରିଣ୍ଟେଣ୍ଡେଣ୍ଟ ସସ୍ପେଣ୍ତ ହୋଇଛନ୍ତି।ସହକାରୀ ଶିକ୍ଷକ ମଧ୍ୟ ସସ୍ପେଣ୍ତ ଓ ପ୍ରଧାନ ଶିକ୍ଷକଙ୍କ ପଦ ଅବନତି ଓ ବଦଳି ହୋଇଛି।