ଭୁଲ ମାଗିବାପରେ ଛାଡିଲେ ଗ୍ରାମବାସୀ

ପ୍ରକାସ ଯେ,ଜଣେ ଠିକାଦାର ନନ୍ଦନକାନନରେ ଥିବା ହାତୀ ଓ ହରିଣଜାତୀୟ ପ୍ରାଣିମାନଙ୍କ ଖାଇବାପାଇଁ ବରଡାଳ ଯୋଗାଇଦେବାକୁ ଟେଣ୍ଡର ନେଇଛନ୍ତି ।ସେ ନିଜଦାୟିତ୍ୱରେ ନନ୍ଦନକାନନରେ ବରଡାଳ ପହଁଚାଇବାକୁ ନନ୍ଦନ କାନନ ସହ ଚୁକ୍ତି ମଧ୍ୟ କରିଛନ୍ତି ।ଶୁକ୍ରବାରଦିନ ଠିକାଦାର କିଛି କର୍ମଚାରୀଙ୍କୁ ବର ଡାଳ ଆଣିବାପାଇଁ ନରାଜଗାଁମୁଣ୍ଡକୁ ପଠାଇଥିଲା ।ଓଆର୦୨-ବିକ୍ୟୁ- ୪୧୧୧ ନଂ ୪୦୭ ଗାଡିକୁ ନେଇ କର୍ମଚାରୀମାନେ ଯାଇଥିଲେ ।କେହିନଥିବାର ସୁଯୋଗ ରେ କର୍ମଚାରୀମାନେ ସେଠାରେ ଥିବା ଏକ ବରଗଛର ଡାଳକୁ କାଟି ଗାଡିରେ ଲଦିକରି ଯିବାପାଇଁ ବାହାରିଥିଲେ ।ଏହିସମୟରେ କିଛି ଗ୍ରାମ ବାସୀ ଖବରପାଇ ଘଟଣାସ୍ଥଳରେ ପହଁଚି କର୍ମଚାରୀ ମାନଙ୍କର ଏହି କାମକୁ ଦୃଢ ବିରୋଧ କରିଥିଲେ ।ଆମେ ଯେଉଁ ଗଛକୁ ପୁଜାକରୁଛୁ ତୁମେ କାହାକୁ ନଜଣାଇ କାହିଁକୁ ଡାଳ କାଟିଲ ବୋଲି ବିଭିର୍ଣ ପ୍ରଶ୍ନମାନ ପଚାରିଚାଲିଥିଲେ ।ଶେଷରେ ଗାଡିସହ କର୍ମଚାରୀଙ୍କୁ ଗୋଡିସାହିଫାଣ୍ଡିକୁ ହସ୍ତାନ୍ତରକରିବାକୁ ନିଷ୍ପତି ନେବାପରେ ଗାଡିଚାଳକ ସହ ଦୁଇ କର୍ମଚାରୀ ଗ୍ରାମବାସୀଙ୍କୁ ଭୁଲ ମାଗିବା ସହ ଏହି ଜାଗାରେ ଆଉ ଏପରି ବରଗଛ ଡାଳ କାଟିବୁନାହିଁ ବୋଲି ପ୍ରତିଶୃତିଦେବାପରେ ଗ୍ରାମବାସୀମାନେ ଗାଡିକୁ ଛାଡିଥିଲେ ।

 

 

 

Comments (0)
Add Comment