Browsing category

ଅପରାଧ

ବିଷପାନ କଲେ ଛାତ୍ର

ଭଦ୍ରକ,୧୦/୯(ଏସ ଏସ ନିଉଜ) ଆଇଟିଆଇରେ ପଢୁ ଥିବା ତିହିଡ଼ି ନନ୍ଦପୁରରେ ଜଣେ ଛାତ୍ର ବିଷପାନ କରିଛନ୍ତି। ଗତକାଲି କଲେଜରୁ ଫେରି ଘରେ ବିଷ ପିଇଥିବା ସୂଚନା ମିଳିଛି। ତାଙ୍କୁ ପ୍ରଥମେ ତିହିଡ଼ି ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତିହିଡ଼ିର ଏକ ଘରୋଇ ଆଇଟିଆଇ କଲେଜରେ ପଢୁଥିଲେ। ତେବେ ବିଷପାନର କାରଣ ଅସ୍ପଷ୍ଟ ରହିଛି।

ପୋଲିସ ହାବୁଡରେ ପଡିଲେ ଦେଶୀମଦ ଚୋରା ଚାଲାଣକାରୀ

ବାରଙ୍ଗ,୮/୯(ଏସଏସନିଉଜ)ଦେଶୀମଦ ଚୋରା ଚାଲାଣ ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ପୃଥକ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ଗିରଫ ଦୁଇଜଣ ହେଲେ ବାଙ୍କୀଥାନା ରାମଚଣ୍ଡୀଗ୍ରାମର ରାହୁଲ ସାହୁ(୨୪) ଓ ଚନ୍ଦକାଥାନା ଦାରୁଠେଙ୍ଗଗ୍ରାମର ରାକେଶ ସାହୁ(୩୨)। ପ୍ରକାଶଯେ, ଗତବୁଧବାର ରାହୁଲ ଆଠଗଡ଼ପଟୁ ବାରଙ୍ଗଅଭିମୁଖେ ଦେଶୀମଦ ନେଇ ଆସୁଥିବା ସମୟରେ ପୋଲିସ ତାକୁ ଗିରଫକରିଛି। ପୋଲିସ ତାନିକଟରୁ ଗୋଟିଏଅଖାରେ ୪ଟି ବ୍ଲାଡରରେ ଥିବା ୮୦ଲିଟର ଦେଶୀମଦ ଜବତକରିବା ସହ ମୋବାଇଲଫୋନ ଏବଂ ଏକସ୍କୁଟିଗାଡ଼ି (ଓଡି-୦୫-ବିସି- ୯୫୦୮)କୁ ଜବତ କରିଛି।ସେହିପରି […]

କୋଟିଏ ୩୦ ଲକ୍ଷର ବ୍ରାଉନ୍‌ସୁଗାର ଜବତ

ବାଲେଶ୍ୱର,୮/୯(ଏସଏସନିଉଜ)ବାଲେଶ୍ୱରରୁ ପୁଣି ୧ କୋଟି ୩୦ ଲକ୍ଷର ବ୍ରାଉନ୍‌ସୁଗାର ଜବତ ହୋଇଛି ।୧୩୮୦ ଗ୍ରାମ୍ର ବ୍ରାଉନ୍‌ସୁଗାର ଜବତ କଲା ଏସ୍ଟିଏଫ୍ ଓ ବାଲେଶ୍ୱର ପୋଲିସ ।ଅରଡ଼ବଜାର ରେଲୱେ ଲେଭଲ୍ କ୍ରସିଂ ପାଖରୁ ଚଢ଼ାଉ କରି ଜବତ କରିଛି ।ଚଢ଼ାଉ ବେଳେ ନିଶା ମାଫିଆ ସେକ୍ ରଫିକ୍ ଓରଫ୍ ରୁଗାକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛି ।

ରୋପଓ୍ବେ ପାଇଁ ଚାଲିଛି ଗଛକଟା

ବାରଙ୍ଗ,୭/୯(ଏସଏସନିଉଜ)ନନ୍ଦନକାନନରେ ଚାଲିବ ରୋପୱେ ।ଏଥିପାଇଁ ଗତବର୍ଷ ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ପ୍ରାଣୀଉଦ୍ୟାନରେ ଆୟୋଜିତ ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମରେ ପୂର୍ବତନ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଁ ରୋପଓ୍ବେର ଭୂମିପୂଜନ କରିଥିଲେ ।ଏହାପରେ ଦୀର୍ଘ ୧୧ବର୍ଷଧରି ବନ୍ଦହୋଇ ପଡିରହିବା ରୋପଓ୍ବେ ଚାଲିବାର ପର୍ଯ୍ୟଟକମାନଙ୍କ ମନରେ ଆଶା ସଂଚାର ହୋଇଥିଲା ।ଏହାକୁ ଟେଣ୍ଡରରେ ନେଇଥିବା କଲିକତାର ଦାମୋଦର ରୋପଓ୍ବେ ଆଣ୍ଡ୍ ଇନ୍ଫ୍ରାଲିମିଟେଡ ସଂସ୍ଥା ରୋପଓ୍ବେ କାର୍ଯ୍ୟ ଆରମ୍ଭ କରିଥିଲେ। ଗତକିଛିଦିନ ହେବ ଏହି ସଂସ୍ଥାପକ୍ଷରୁ ରୋପୱେ କାର୍ଯ୍ୟ ଆରମ୍ଭ […]

ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର,୮/୯(ଏସ ଏସ ନିଉଜ) MKCG ମେଡିକାଲ ୱାର୍ଡର ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରେ ଛାତରୁ ଖସିଲା ସିଲିଂ।ପୂର୍ବରୁ ଏହି ମହଲାର ୟୁରୋଲଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା।

ବଜାରରେ ନକଲି ଔଷଧ ଅଭିଯୋଗ

କଟକ,୮/୯(ଏସ ଏସ ନିଉଜ)କଟକରେ ନକଲି ଔଷଧ ମିଳୁଥିବା ଆସିଲା ଅଭିଯୋଗ ।ଦାମୀବ୍ରାଣ୍ଡର ମେଡିସିନକୁ ନକଲ କରାଯାଇ ବଜାରକୁ ଛଡାଯାଉଥିବାର ହୋଇଛି ଅଭିଯୋଗ ।କଟକର ମାଣିକ ଘୋଷ ବଜାର, ବାଦାମବାଡି, ବାଙ୍କାବଜାର, ମଙ୍ଗଳବାଗ ସମେତ ୧୨ଟି ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି ।ଏହି ଔଷଧ ପାଟଣା, ବିହାର, ବେଙ୍ଗା ଲୁରୁରୁ କଟକ ଓ ଭୁବନେଶ୍ୱରକୁ ଛଡାଯାଇଛି ।କଟକ, ଭୁବନେ ଶ୍ୱର, ବାଲେ ଶ୍ୱର ସମେତ, ରାଜ୍ୟର ପ୍ରାୟ ୭ଟି ଅଞ୍ଚଳକୁ ଏହି ଔଷଧ […]

ଧରାପଡିଲା ଚମ୍ପଟମାରିଥିବା ବନ୍ଦୀ

ଭୁବନେଶ୍ୱର,୭/୯(ଏସଏସନିଉଜ)ସୋରଉପକାରାଗାରରୁ ଚମ୍ପଟ୍ ମାରିଥିବା ବିଚାରାଧୀନ ବନ୍ଦୀ ମୟୂରଭଞ୍ଜ ଶରତ ଅଞ୍ଚଳରୁ ଧରାପଡ଼ିଛି । ସେ ଗତ ୧ତାରିଖରେ ଚମ୍ପଟ୍ ମାରିଥିଲା । ଚମ୍ପଟ୍ ମାରିବା ଘଟଣାରେ ଜଣେ ସବ୍ ଜେଲରଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା ।

ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

କରଞ୍ଜିଆ, ୭/୯(ଏସଏସନିଉଜ) ଯଶୀପୁର ଥାନା କୁଦୁରବିସ୍ତା ନିକଟରେ ଅର୍ଦ୍ଧ ପ୍ରସବ ଅବସ୍ଥାରେ ମହିଳାଙ୍କ ମୃତଦେହ ଭାସୁଛି । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ତାହା ଜାଣିବାକୁ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଁଛି ।ଏହାହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।  

ଦାମୀ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ

ଭୁବନେଶ୍ୱର,୭/୯(ଏସଏସନିଉଜ)ଭୁବନେଶ୍ୱର ଖଣ୍ଡଗିରିରୁ ଜବତ ହୋଇଛି ୧ କୁଇଣ୍ଟାଲ ଗଞ୍ଜେଇ ।ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୫ ଜଣ ମଧ୍ୟ ଗିରଫ କରାଯାଇଛି ।ଗଞ୍ଜେଇ ସହ ଦାମୀ କାର ଓ ବନ୍ଧୁକ ଜବତ ହୋଇଛି ।ଜବତ ଗଞ୍ଜେଇ ମାଫିଆ ଫୁଲବାଣୀରୁ ଆଣିଥିବାବେଳେ ଧରାପଡିଛନ୍ତି ।

ରିମାଣ୍ଡରେ ଆସିବ ପୁରୁଷବନ୍ଧୁ

ଭୁବନେଶ୍ୱର,୭/୯(ଏସଏସନିଉଜ)ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାକୁ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ ।ଦୁଇ ଦିନ ରିମାଣ୍ଡରେ ଆଣି ପ୍ରମାଣ ଖୋଜିବ ପୋଲିସ ।ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଚିତରଞ୍ଜନକୁ ଗିରଫ କରିଥିଲା ପୋଲିସ ।