ନିଜେ ହଡପ କରି ଲୁଟ କାହାଣୀ କରିଥିଲେ
ସମ୍ବଲପୁର,୨୪/୮(ଏସ ଏସ ନିଉଜ) ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ନିଜେ ହଡପ କରି ଲୁଟ କାହାଣୀ କରିଥିବା ପ୍ରେସମିଟରେ ଏସ୍ପି ସୂଚନା ଦେଇଛନ୍ତି। ଅଭିଯୋଗକାରୀ ଏଜେଣ୍ଟ ସହ ୩ ଗିରଫ , ୫୪ ହଜାର ଲୁଟ୍ ଅଭିଯୋଗ ଥିଲା।
Browsing category
ସମ୍ବଲପୁର,୨୪/୮(ଏସ ଏସ ନିଉଜ) ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ନିଜେ ହଡପ କରି ଲୁଟ କାହାଣୀ କରିଥିବା ପ୍ରେସମିଟରେ ଏସ୍ପି ସୂଚନା ଦେଇଛନ୍ତି। ଅଭିଯୋଗକାରୀ ଏଜେଣ୍ଟ ସହ ୩ ଗିରଫ , ୫୪ ହଜାର ଲୁଟ୍ ଅଭିଯୋଗ ଥିଲା।
ବ୍ରହ୍ମପୁର,୨୪/୮(ଏସ ଏସ ନିଉଜ) ବେଆଇନ ଗୁଟଖା କାରଖାନା ଉପରେ ରେଡ୍ କରିଛି ପୋଲିସ । ୩୨ ବସ୍ତା ଗୁଟଖା ଜବତ କଲା ପୋଲିସ।ନାମୀଦାମୀ କମ୍ପାନି ନାଁରେ ଗୁଟଖା ଓ ପାନ୍ ମସଲା ବିକ୍ରି ହେଉଥିଲା । ବହୁ ପରିମାଣରେ ମସଲା ସାମଗ୍ରୀ ଜବତ କରିବା ସହ ଏହି ଘଟଣାରେ କୈଳାସ ସାହୁ ଓ ଶଙ୍କର ସାହୁ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଛି। ଜବତ ଗୁଟଖା ଦାମ ୨୦ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି।
ଗଜପତି,୨୪/୮(ଏସ ଏସ ନିଉଜ)ଗଜପତି ମର୍ଲଭା ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି।ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗର ଚଢାଉ କରିଥିଲା।୪୨ ଟି ପ୍ୟାକେଟରେ ପାଖାପାଖି ୮୪ କିଲୋ ଗଞ୍ଜେଇ ଜବତ ହୋଇଛି।ଚନ୍ଦ୍ରଗିରିରୁ ଆନ୍ଧ୍ର ପ୍ରଦେଶର ଦେଇ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଜବତ ହୋଇଛି।
କଟକ,୨୪/୮(ଏସ ଏସ ନିଉଜ) ଯୋବ୍ରା ବ୍ୟାରେଜ୍ରୁ ମହାନଦୀ କୁ ଡେଇଁଲେ ବୟସ୍କ ନାଗରିକ। ତାଙ୍କ ନାମ ରତ୍ନାକର ଦାସ। ଘର ମହାନଦୀବିହାର ଅଞ୍ଚଳରେ। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲକୁ ପଠାଇଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ମାନହାନୀ ମାମଲା ଦାୟର ପରେ ପ୍ରକୃତିଙ୍କ ଓକିଲଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଛୁ, ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି, ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ବୋଲି ଓକିଲ କହିଛନ୍ତି।
ବ୍ରହ୍ମପୁର,୨୪/୮(ଏସଏସନିଉଜ) ଛତ୍ରପୁର ଥାନା ଆଗରେ ବିଷ ପିଇ ମହିଳାଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଉଦ୍ୟମ କରିଛନ୍ତି । ଯୌତୁକନିର୍ଯାତନା ନେଇ ମହିଳା ବିଷ ପିଇଥିବା ସୂଚନାମିଳିଛି । ବିଷ ପିଇବାପରେ ଗୁରୁତର ହୋଇପଡିଥିବା ମହିଳାଙ୍କୁ ବ୍ରହ୍ମପୁର MKCG ରେ ଭର୍ତ୍ତି କରାଯାଇଛି ।
କେନ୍ଦ୍ରାପଡ଼ା, ୨୪/୮(ଏସଏସନିଉଜ) ଗୋଟେ ପଟେ ସ୍ୱାମୀର ଜୁଇ ଜଳୁଛି ।ଏହିସମୟରେ ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଛି ।ଏହିଭଳି ଅମାନବିକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମରେ ଘଟିଛି ,ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଗ୍ରାମର ପୂଜକ ରଙ୍ଗାଧର ଦାଶଙ୍କ ପତ୍ନୀଙ୍କର ୪ ଜଣ ପୁଅ ଝିଅ ଅଛନ୍ତି ।ତାଙ୍କର ସେହି ଗ୍ରାମର ଅସିତ ସତପଥିଙ୍କ ଦୀର୍ଘ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ।ବାରମ୍ବାର ଅସିତ ମହିଳାଙ୍କ ଘରକୁ […]
ଟିଟିଲାଗଡ଼: , ୨୪/୮(ଏସଏସନିଉଜ)ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ମୃତଦେହ ।ସଇଁତଳା ଥାନା କମରଲଗା ଗାଁ ନଦୀରେ ଭାସୁଛି ମୃତଦେହ ।ଖବରପାଇ ପୋଲିସ ଘଟଣାସ୍ଥଳରେ ଆସି ପହଁଚିଥିବାର ଜଣାପଡିଛି ।ନଦୀକୂଳରେ ରକ୍ତ ଛିଟା ପଡ଼ିଥିବାରୁ, ଯୁବକଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି ।
କେନ୍ଦୁଝର,୨୪/୮(ଏସଏସନିଉଜ) କେନ୍ଦୁଝର ଜିଲ୍ଲା ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସର ୪୦ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବାର ଖବର ମିଳିଛି ।ଗତକାଲି ସଂଧ୍ୟାରେ ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ହୋଇଥିବା ସୂଚନା ରହିଛି ।୪୦ ଛାତ୍ରୀ ତେଲକୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଦୂଷିତ ପାଣି କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଜଟଣୀ,୨୩/୮(ଏସଏସନିଉଜ) ଏହିଥାନା ଅଧିନସ୍ଥ ଉପରବସ୍ତ ମୁଣ୍ଡଳୀସାହିର ବିନୟକୁମାର ମହାରଣା ନିଜର ହିରୋହୋଣ୍ଡାକୁ ନମ୍ବର(ଓଆର-୦୨-ଏଏନ-୪୭୨୩) ନିକଟସ୍ଥ ଶ୍ରିହରିବିହାରରେ ରହୁଥିବା ରୁଦ୍ରପ୍ରସାଦଙ୍କ ଘରବାହାରେ ରଖି ଘରକୁ ଯାଇଥିଲେ ।କିଛିସମୟ ପରେ ଆସି ଦେଖିବାବେଳକୁ ବାଇକଟି ସେଠାରେ ନଥିଲା ।ବହୁ ଖୋଜାଖୋଜି କରି ନିରାଶ ହେବାପରେ ଜଟଣୀଥାନାରେ ଅ଼ଭିଯୋଗ କରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ କରି ବେଣାପଞରୀଗ୍ରାମର ବଡମଜିଦସାହିର ସାବିଦଖାନ(ମଂଟୁ) ନାମକ ଯୁବକକୁ ଗିରଫ କରିଛନ୍ତି ।ପୋଲିସ ମଂଟୁଠାରୁ ବାଇକକୁ ଜବତ କରି କୋର୍ଟଚାଳଣ କରିଥିବାର ଜଣାପଡିଛି ।