Browsing category

ଅପରାଧ

କୃମିଔଷଧଖାଇ୧୦ଛାତ୍ରଛାତ୍ରୀ ଅସୁସ୍ଥ

ଆସିକା,୨୭/୮(ଏସଏସନିଉଜ) ସ୍କୁଲ୍‌ରେ କୃମି ଔଷଧ ଖାଇବା ପରେ ୧୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।ସାନଖେମୁଣ୍ଡି ବ୍ଲକ ଜିଉରା ସରକାରୀ ଉନ୍ନୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।ସମସ୍ତ ଗୁରୁତର ଛାତ୍ରଛାତ୍ରୀ ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।  

୨ ନାଇଜେରୀୟ ନାଗରିକ ଗିରଫ

ଭୁବନେଶ୍ୱର,୨୭/୮(ଏସଏସନିଉଜ) ବାଲେଶ୍ୱର ବାଲିଆ ଅଞ୍ଚଳରୁ ଜଣଙ୍କୁ ୩୦ ଲକ୍ଷ ଚୂନ ଲଗାଇବା ମାମଲାରେ ନୂଆଦିଲ୍ଲୀ ମଇଦାନଗରିରୁ ଗିରଫ ହେଲେ ଆଉ ୨ ନାଇଜେରୀୟ ନାଗରିକ । ଗିରଫହୋଇଥିବା ଦୁଇ ଜଣ ହେଲେ ସ୍ୱାମୀସ୍ତ୍ରୀ ।ସେମାନଙ୍କଠାରୁ ପୋଲିସ ଗୋଟିଏ କାର୍, ୨ ଲାପଟପ୍ ଜବତ କରିଛି ।  

ଭାସିଭାସି ଯାଉଛି ମହିଳାଙ୍କ ଗଳିତ ମୃତଦେହ

ଭୁବନେଶ୍ୱର, ୨୭/୮(ଏସଏସନିଉଜ)ମରିଚିଆ ସାଇଫନ ନିକଟରେ ଶନିବାର ସକାଳେ ଏକ ମହିଳାଙ୍କ ଗଳିତ ମୃତଦେହ ଲାଗିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ ।ମୃତଦେହଟି ପଚି ଯାଇଥିବାର ଜଣାପଡିଥିଲା ।ଖବରପାଇ ନନ୍ଦନକାନନଥାନା ପୋଲସି ଗଟଣାସ୍ଥଳରେ ପହଁଚିବାବେଳକୁ ମୃତଦେହଟି ସାଇଫନ ପାଖରୁ ଖସି ପୁରୀମେନକେନାଲରେ ଭାସିଭାସି ଯାଉଥିବାର ଜଣାପଡିଛି ।  

ମହିଳାSIଙ୍କ ଝୁଲନ୍ତା ମୃତଦେହ

ଉଦୟଗିରି , ୨୭/୮(ଏସଏସନିଉଜ)ଜି. ଉଦୟଗିରି ଥାନା ମହିଳାSIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ସେ ହେଉଛନ୍ତି ସବ୍ ଇନ୍‌ସପେକ୍ଟର ସ୍ୱାଗତିକା ବେହେରା ।ସେ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ ।କ୍ୱାଟର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା ।ତେବେ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।

ଭାଗର୍ବୀ ନଦୀବନ୍ଧରେ ଧସିଲା ମାଟି ଅତଡା

ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ)ଭାର୍ଗବୀ ନଦୀବନ୍ଧରେ ଦୁଇଶହରୁ ଉର୍ଦ୍ଧ୍ବ ଲମ୍ବର ମାଟିଅତଡା ନଦୀମଧ୍ୟକୁ ଖସିଛି।ଗବକୁଣ୍ଡ କଟ ବନ୍ଧର କମାରସୁଆଁ ନିକଟରେ ଦୁଇଶହ ଫୁଟ ଲମ୍ବର ମାଟିଅତଡା ନଦୀ ମଧ୍ୟକୁ ଯାଇଛି।ଯାହାଫଳରେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।

ଧଳା ଜହର ଜବତ

ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ) ଗୁଣ୍ଡୁଚିପାଟଣା ଗ୍ରାମରୁ ପୁରୀ ଅବଜାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଧଳା ଜହର ଜବତ କରିଛି।ଏହି ଘଟଣାରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଥିବାର ଜଣାପଡିଛି।

ନବଜାତ ଶିଶୁକନ୍ୟା ଉଦ୍ଧାର

ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ)ଘୋରଡ଼ିଆର ବାରବାଟୀ ପଡିଆ ନିକଟରେ ଏକ ନବଜାତ ଶିଶୁକନ୍ୟା କୁ ଉଦ୍ଧାର କରା ଯାଇଛି। ଶିଶୁକନ୍ୟାକୁ କେହି ଛାଡି ଦେଇଥିବାର ଜଣାପଡିଛି।ସ୍ଥାନୀୟ ଯୁବକମାନେ ଶିଶୁକନ୍ୟା କୁ ଉଦ୍ଧାର କରି ଆଶା ଦିଦିକୁ ଦେବାପରେ ଚିକିତ୍ସା ପାଇଁ ଡକ୍ଟରଖାନରେ ଭର୍ତି କରାଯାଇଛି।

ମହାନଦୀକୁ ଡେଇଁଲେ ଯୁବକ

ବାରଙ୍ଗ,୨୭/୮(ଏସ ଏସ ନିଉଜ)ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି।ମୁଣ୍ଡଳି ବ୍ରିଜ ଉପରେ ସ୍କୁଟି ରଖି ଡେଇଁ ପଡିଲେ ।ଯୁବକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଦୁଃଖଦ ଖବର

ଭୁବନେଶ୍ୱର,୨୬/୮(ଏସଏସନିଉଜ) ସାନଝିଅର ଜନ୍ମଦିନରେ ଚଲିଗଲା ୬ଜଣଙ୍କର ଜୀବନ ।ଏହିଭଳି ଦୁଃଖଦ ଘଟଣା ହରିୟାଣାର ଅମ୍ବାଲା ନିକଟସ୍ଥ ବାଲାନା ଗ୍ରାମରେ ଘଟିଛି ।ପରିବାରର ସଦସ୍ୟମାନେ ରାତ୍ରୀ ଭୋଜନ କରି ଶୋଇଥିଲେ ଏବଂ ସକାଳେ ଉଠିନ ଥିଲେ।ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୬ ଜଣ ସଦସ୍ୟଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା ।ପୋଲିସ ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି । ୩୪ ବର୍ଷିୟ ପୁଅ ସୁଖବିନ୍ଦର ସିଂ ଫାଶୀ ଲଗାଇ ଆତ୍ମହତ୍ୟା କରିବା […]

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼, ୨୬/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ । ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଝଉ/ଝଞ ହାଇସ୍କୁଲ ପ୍ରଧାନଶିକ୍ଷକ ସଂଜୟ ସାମଲ ।ଝିଅର ସାର୍ଟିଫିକେଟ ଦେବାକୁ ଜଣେ ଗରିବ ବାପାଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ।୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ ।