Browsing category

ଅପରାଧ

ପୋଲିସ ଡରରେ ପୋଲରେ ପିଟିଲା କାର୍

ବୌଦ୍ଧ,୨୬/୮(ଏସଏସନିଉଜ)ପୋଲିସ ଡରରେ ପୋଲରେ ପିଟିହୋଇଗଲା କାର୍ ।ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମନମୁଣ୍ଡା ଥାନା ଅନ୍ତର୍ଗତ ମେହେଗୁଡ଼ି ନିକଟରେ ପିଟି ହୋଇଯାଇଛି କାର୍. ।କାରରେ ଗଂଜେଇ ଥିବା ଖବର ପାଇ ପଛରୁ ପିଛା କରୁଥିଲା ପୋଲିସ ଗାଡ଼ି.ାଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ଜବତ ପୋଲିସ କରିଥିବାବେଳେ କାରରେ ଥିବା ଆଉ ୨ ଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।

ବାଇକ୍ ସହ ଭାସିଗଲେ ଯୁବକ !

ଫୁଲବାଣୀ,୨୫/୮(ଏସଏସନିଉଜ) ପୋଲରୁ ବାଇକ୍ ସହ ଭାସିଗଲେ ଯୁବକ ।ସାଂଲୁକୀ ନଦୀ ପୋଲ ଉପରେ ପାଣି ଚାଲୁଥିବାରୁ ଭାସିଗଲେ ।ରାତିରେ ପୋଲ ଉପରେ ପାଣି ଚାଲୁଥିବାରୁ ଜାଣି ପାରି ନ ଥିଲେ ।ନଦୀଖଣ୍ଡିସାହି-ଡାକପାଲାକୁ ସଂଯୋଗ କରୁଛି ସାଂଲୁକୀ ପୋଲ ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପରେ ଅଗ୍ନିଶମ ବାହିନୀ ଆଦି ଖୋଜାଖୋଜି ଆରମ୍ଭ କରିଛି ।    

ମୋବାଇଲ ପାଇଁ ଆତ୍ମହତ୍ୟା !

କେନ୍ଦୁଝର, ୨୫/୮(ଏସଏସନିଉଜ) କେନ୍ଦୁଝର ମହୁଲଡ଼ିହା ଗାଁରେ ଅଭାବନୀୟ ଘଟଣା ଘଟିଛି ।ମୋବାଇଲ୍ ପାଇଁ ଟଙ୍କା ନଦେବାରୁ ପୁଅ ଆତ୍ମହତ୍ୟା କରିଛି ।ମୃତକ ହେଉଛନ୍ତି ବିଶ୍ଵାମିତ୍ର ନାଏକ ।ଗତକାଲି ସନ୍ଧ୍ୟାରେ ମୋବାଇଲ୍ କିଣିବାକୁ ମାଆଙ୍କୁ ୨ ହଜାର ଟଙ୍କା ମାଗିଥିଲେ ବିଶ୍ବାମିତ୍ର ।ଟଙ୍କା ନ ଦେବାରୁ କୀଟନାଶକ ପିଇ ଦେଇଥିଲେ ।  

ବିଦ୍ୟୁତତାର ଲାଗି ୨ହାତୀ ମୃତ

କେନ୍ଦୁଝର, ୨୫/୮(ଏସଏସନିଉଜ) ବିଦ୍ୟୁତ ତାର ଲାଗି ୨ ମାଈ ହାତୀ ମୃତ୍ୟୁବରଣ କରିଛନ୍ତି ।ସଦର ରେଞ୍ଜ୍ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୃତ୍ୟୁବରଣ କରିଛନ୍ତି । କିପରି କେଉଁ ପରିସ୍ଥିତିରେ ବିଦ୍ୟୁତ ତାରରେ ଲାଗିଲେ ଖୋଳତାଡ଼ ଆରମ୍ଭ କରିବାକୁ ଘଟଣା ସ୍ଥଳରେ ପହଞ୍ଚିଲେ ବନ କର୍ମଚାରୀ ।  

ଏଟିଏମ୍ ତାଡ଼ି ନେଇଗଲେ ଦୁର୍ବୃତ୍ତ

ଯାଜପୁର, , ୨୫/୮(ଏସଏସନିଉଜ) ଏସ୍‌ବିଆଇ ଏଟିଏମ୍ ତାଡ଼ି ନେଇଗଲେ ଦୁର୍ବୃତ୍ତ ।ଧର୍ମଶାଳା ଥାନା ନେଉଳପୁରରେ ଇଞଗ ତାଡ଼ି ନେଇଛନ୍ତି ।ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।  

ଭିଜିଲାନ୍ସ ଜାଲରେ ଲୋଇସିଙ୍ଗା ଥାନା IIC

ବଲାଙ୍ଗୀର,୨୪/୮(ଏସ ଏସ ନିଉଜ)ଭିଜିଲାନ୍ସ ଜାଲରେ ଲୋଇସିଙ୍ଗା ଥାନା IIC ସଂଗ୍ରାମ ପଟ୍ଟନାୟକ।୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ।ମଦ ବୋଝେଇ ଗାଡ଼ି ଛାଡ଼ି ଦେବାକୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

ରେଳଧାରଣରୁ ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୨୪/୮(ଏସ ଏସ ନିଉଜ) ପଟିଆ ରେଳଷ୍ଟେସନ ନିକଟ ରେଳଧାରଣାରୁ ବୁଧବାର ସକାଳେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୁଲିସ | ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ ପୋଲିସ ।ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ମୃତ ବ୍ୟକ୍ତି ଜଣକ ଗୋଟେ ନାଲି ରଙ୍ଗର ଗଞ୍ଜି, ଭିତରେ ନୀଳ ରଙ୍ଗର ଗଞ୍ଜି ଓ […]

ବଜ୍ରପାତ ନେଲା ଜୀବନ

ମାଲକାନଗିରି,୨୪/୮(ଏସ ଏସ ନିଉଜ) ଗାଁ ଦାଣ୍ଡରେ ବସିଥିବା ବେଳେ ବଜ୍ରପାତ ହୋଇ ୨ଜଣ ମୃତୁବରଣ କରିଛନ୍ତି । ବାଉଁଶଗୁଡ଼ା ଗାଁ ଦାଣ୍ଡରେ ବସି କିଛି ଲୋକ କଥା ହେଉଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଜଣେ ମୃତୁବରଣ କରିଥିବାବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବାର ଜଣାପଡିଛି। ବଜ୍ରାଘାତରେ ଅନ୍ୟ ୪ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି ।

ନିଜେ ହଡପ କରି ଲୁଟ କାହାଣୀ କରିଥିଲେ

ସମ୍ବଲପୁର,୨୪/୮(ଏସ ଏସ ନିଉଜ) ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ନିଜେ ହଡପ କରି ଲୁଟ କାହାଣୀ କରିଥିବା ପ୍ରେସମିଟରେ ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୋଗକାରୀ ଏଜେଣ୍ଟ ସହ ୩ ଗିରଫ , ୫୪ ହଜାର ଲୁଟ୍ ଅଭିଯୋଗ ଥିଲା।    

ବେଆଇନ ଗୁଟଖାକାରଖାନା ଠାବ

ବ୍ରହ୍ମପୁର,୨୪/୮(ଏସ ଏସ ନିଉଜ) ବେଆଇନ ଗୁଟଖା କାରଖାନା ଉପରେ ରେଡ୍‌ କରିଛି ପୋଲିସ । ୩୨ ବସ୍ତା ଗୁଟଖା ଜବତ କଲା ପୋଲିସ।ନାମୀଦାମୀ କମ୍ପାନି ନାଁରେ ଗୁଟଖା ଓ ପାନ୍ ମସଲା ବିକ୍ରି ହେଉଥିଲା । ବହୁ ପରିମାଣରେ ମସଲା ସାମଗ୍ରୀ ଜବତ କରିବା ସହ ଏହି ଘଟଣାରେ କୈଳାସ ସାହୁ ଓ ଶଙ୍କର ସାହୁ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଛି। ଜବତ ଗୁଟଖା ଦାମ ୨୦ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି।