Browsing category

ଅପରାଧ

ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ଉଦଳା ,୨୩/୮(ଏସଏସନିଉଜ)ଏକ ସପ୍ତାହ ପରେ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଶରତ ଥାନା ଗୁଣ୍ଡରି ସାହିର ଘଟଣା । ଗତ ସୋମବାରରୁ ନିଖୋଜ ଥିବା ମୋଖି ସିଂଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ସଦୁରସାହି ଦୋମୁହାଣୀ ନାଳ ନିକଟରୁ ଶରତପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ମନ୍ଦିରରୁ ଦର୍ଶନସାରି ଫେରିବାବେଳେ ଦୁର୍ଘଟଣା

ବାଣପୁର ,୨୩/୮(ଏସଏସନିଉଜ)ବାଣପୁର ମାବିରିଜାଈ ମନ୍ଦିରରେ ପୂଜାର୍ଚ୍ଚନା ସାରି ଫେରିବାବେଳେ ନୀଳାଦ୍ରିପ୍ରସାଦ ନିକଟରେ ଅଟୋ ବାଇକ ଧକ୍କା ହୋଇଛିାଦୁର୍ଘଟଣା ପରେ ଅଟୋଟି ଲେଉଟି ପଡିଥିଲା। ଫଳରେ ଅଟୋରେ ଥିବା ଚାଳକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ପଠାଇଛନ୍ତି ।

ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

ଢେଙ୍କାନାଳ, ୨୩/୮(ଏସଏସନିଉଜ) ପୂର୍ବତନ ଛାତ୍ର ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ହେଡ୍ କ୍ଲର୍କ ଉତ୍ତମ ରାଉତ ।ଡିଗ୍ରୀ ସାର୍ଟିଫିକେଟ ଦେବାକୁ ୮୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।  

ବୟଫ୍ରେଣ୍ଡ ନାଁରେ ଦଫା୩୦୬

ଚନ୍ଦ୍ରଶେଖରପୁର, ୨୩/୮(ଏସଏସନିଉଜ) ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ନାଁରେ ଲାଗିଲା ଦଫା ୩୦୬ ଲଗାଇଛି ପୋଲିସା ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ନେଇ ଦଫା ୩୦୬ ଲଗାଇ ନୋଟିସ କଲା ପୋଲିସ ।ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା କଲା ପୋଲିସ । ସୌମ୍ୟଜିତଙ୍କୁ ତୁରନ୍ତ ଗିରଫ ଦାବି କଲେ ଶ୍ୱେତାଙ୍କ ବାପା ଓ ଭାଇ ଦାବୀ କରିଛନ୍ତି ।  

ହାତଗୋଡ଼ ବନ୍ଧା ନାବାଳିକା ଉଦ୍ଧାର

ବଲାଙ୍ଗିର, ୨୩/୮(ଏସଏସନିଉଜ) ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛି ।ନିଖୋଜର ୨ ଦିନ ପରେ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର କରିଛି ପୋଲିସ । ବରଗଡ଼ ଗାଇସିଲଟ ଥାନା ଅଞ୍ଚଳର ନାବାଳିକାହୋଇଥିବାବେଳେ ମୈଦାନୁମୁଣ୍ଡା ଜୋର ନିକଟରୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ମୋ ବସ୍ ସହ ଯାତ୍ରୀବାହୀ ବସ୍ ଧକ୍କା

କୋଣାର୍କ,୨୩/୮(ଏସଏସନିଉଜ) ମୋ ବସ୍ ସହ ଯାତ୍ରୀବାହୀ ବସ୍ ର ଧକ୍କା ରେ ୧୦ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍‌ପାଇଁ ଡାକ୍ତରଖାନାରେ ଭର୍ତିକରାଯାଇଛି । କୋଣାର୍କ-ଗୋପ ରାସ୍ତାର ପାଟେଳିଆ ଛକ ନିକଟରେ ଦୁର୍ଘଟଣା ହୋଇଛି ।

ବୟଫ୍ରେଣ୍ଡକୁ ହେବ ନୋଟିସ

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ସୌମ୍ୟଜିତକୁ ନୋଟିସ୍ କରିବ କମିଶନରେଟ୍ ପୋଲିସ ।ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ କରିବ ପୋଲିସ ।ସୌମ୍ୟଜିତ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୋଲିସ ଖୋଜିଥିବା ସୂଚନା ମିଳିଛି ।

ସ୍ତ୍ରୀକୁ ହତ୍ୟାପରେ ସ୍ୱାମୀର ଆତ୍ମହତ୍ୟା

ବଲାଙ୍ଗିର,୨୩/୮(ଏସ ଏସ ନିଉଜ) ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଛି।ସ୍ତ୍ରୀକୁ ହତ୍ୟା ପରେ ବେକରେ ରଶି ଲଗାଇ ସ୍ୱାମୀକରିଛି ଆତ୍ମହତ୍ୟା । ଚାଷ ଜମିରେ ଉଭୟଙ୍କ ମଧ୍ୟରେ ବଚସା ପରେ ଏହି ଅଘଟଣ ଘଟିଛି।ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଡକାୟତି ଘଟଣାରେ ଆଉ ୩ ଗିରଫ

ବାରଙ୍ଗ,୨୨/୮(ଏସଏସନିଉଜ)ଗତ ଜୁନ୨୫ତାରିଖ ରାତିରେ ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳହରିପୁର ଗାଁର ଜଣେ ଅବସରପ୍ରାପ୍ତ କିରାଣୀଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପୋଲିସ ୩ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଙ୍କିଥାନା ଅର୍ନ୍ତଗତ ପାଥପୁର ଗାଁର ବିଜୟସାହୁ ,ଆସ୍କାଥାନା ଅଧିନସ୍ଥ ସୁନାପାଲିର ଦୁଃଖିଶ୍ୟାମ ନାୟକ(ମୁଷା), ଜଟଣୀ ଥାନା ଅଧିନସ୍ଥ ବାଲିଛକ ମୁଣ୍ଡାସାହିର ସାୟଦ୍ ଫୟଜ ।ସେମାନଙ୍କଠାରୁ ପୋଲିସ ନଗଦ ୫ଲକ୍ଷ ଟଙ୍କା ଓ ୭.୫ଲକ୍ଷ ଟଙ୍କାମୁଲ୍ୟର ୧୬୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି । […]

ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ

ନୂଆପଡ଼ା,୨୨/୮(ଏସ ଏସ ନିଉଜ) ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ୨ ପରିବାରର ୧୫ ସଦସ୍ୟ ।କୋମନା ଢେକୁନ ପାନିରେ ୨ ଦିନ ତଳେ ମାଓବାଦୀ ଜଣଙ୍କୁ ହତ୍ୟା କରିଥିଲେ।ଫଳରେ ଭୟଭୀତ ହୋଇ ମୃତକଙ୍କ ପରିବାର ଓ ଭାଇଙ୍କ ପରିବାର ଗାଁ ଛାଡ଼ିଛନ୍ତି। ଭିଟାମାଟିଠୁ ୬୦ କିମି ଦୂର ଗେରୁଜର ଗାଁକୁ ପିଲାଛୁଆ ଧରି ପଳାଇଛନ୍ତି।