Browsing category

ଅପରାଧ

ଗଜପତିରୁ ଗଞ୍ଜେଇ ଜବତ

ଗଜପତି,୨୪/୮(ଏସ ଏସ ନିଉଜ)ଗଜପତି ମର୍ଲଭା ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି।ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗର ଚଢାଉ କରିଥିଲା।୪୨ ଟି ପ୍ୟାକେଟରେ ପାଖାପାଖି ୮୪ କିଲୋ ଗଞ୍ଜେଇ ଜବତ ହୋଇଛି।ଚନ୍ଦ୍ରଗିରିରୁ ଆନ୍ଧ୍ର ପ୍ରଦେଶର ଦେଇ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଜବତ ହୋଇଛି।

ମହାନଦୀକୁ ଡେଇଁଲେ ବୟସ୍କ ନାଗରିକ

କଟକ,୨୪/୮(ଏସ ଏସ ନିଉଜ) ଯୋବ୍ରା ବ୍ୟାରେଜ୍‌ରୁ ମହାନଦୀ କୁ ଡେଇଁଲେ ବୟସ୍କ ନାଗରିକ। ତାଙ୍କ ନାମ ରତ୍ନାକର ଦାସ। ଘର ମହାନଦୀବିହାର ଅଞ୍ଚଳରେ। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲକୁ ପଠାଇଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଭୁଲ ମାଗିଲେ ସମାଧାନ

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ମାନହାନୀ ମାମଲା ଦାୟର ପରେ ପ୍ରକୃତିଙ୍କ ଓକିଲଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଛୁ, ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି, ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ବୋଲି ଓକିଲ କହିଛନ୍ତି।

ଥାନାଆଗରେ ବିଷ ପିଇଲେ ମହିଳା

ବ୍ରହ୍ମପୁର,୨୪/୮(ଏସଏସନିଉଜ) ଛତ୍ରପୁର ଥାନା ଆଗରେ ବିଷ ପିଇ ମହିଳାଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଉଦ୍ୟମ କରିଛନ୍ତି । ଯୌତୁକନିର୍ଯାତନା ନେଇ ମହିଳା ବିଷ ପିଇଥିବା ସୂଚନାମିଳିଛି । ବିଷ ପିଇବାପରେ ଗୁରୁତର ହୋଇପଡିଥିବା ମହିଳାଙ୍‌କୁ ବ୍ରହ୍ମପୁର MKCG ରେ ଭର୍ତ୍ତି କରାଯାଇଛି ।

ଜଳୁଛି ସ୍ୱାମୀର ଚିତା, ସ୍ତ୍ରୀ ସହ ପ୍ରେମିକ ଫେରାର !

କେନ୍ଦ୍ରାପଡ଼ା, ୨୪/୮(ଏସଏସନିଉଜ) ଗୋଟେ ପଟେ ସ୍ୱାମୀର ଜୁଇ ଜଳୁଛି ।ଏହିସମୟରେ ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଛି ।ଏହିଭଳି ଅମାନବିକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମରେ ଘଟିଛି ,ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଗ୍ରାମର ପୂଜକ ରଙ୍ଗାଧର ଦାଶଙ୍କ ପତ୍ନୀଙ୍କର ୪ ଜଣ ପୁଅ ଝିଅ ଅଛନ୍ତି ।ତାଙ୍କର ସେହି ଗ୍ରାମର ଅସିତ ସତପଥିଙ୍କ ଦୀର୍ଘ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ।ବାରମ୍ବାର ଅସିତ ମହିଳାଙ୍କ ଘରକୁ […]

ନଦୀରେ ଭାସୁଛି ଅଚିହ୍ନା ମୃତଦେହ

ଟିଟିଲାଗଡ଼: , ୨୪/୮(ଏସଏସନିଉଜ)ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ମୃତଦେହ ।ସଇଁତଳା ଥାନା କମରଲଗା ଗାଁ ନଦୀରେ ଭାସୁଛି ମୃତଦେହ ।ଖବରପାଇ ପୋଲିସ ଘଟଣାସ୍ଥଳରେ ଆସି ପହଁଚିଥିବାର ଜଣାପଡିଛି ।ନଦୀକୂଳରେ ରକ୍ତ ଛିଟା ପଡ଼ିଥିବାରୁ, ଯୁବକଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି ।  

ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୪/୮(ଏସଏସନିଉଜ) କେନ୍ଦୁଝର ଜିଲ୍ଲା ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସର ୪୦ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବାର ଖବର ମିଳିଛି ।ଗତକାଲି ସଂଧ୍ୟାରେ ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ହୋଇଥିବା ସୂଚନା ରହିଛି ।୪୦ ଛାତ୍ରୀ ତେଲକୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଦୂଷିତ ପାଣି କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ବାଇକ ଲୁଟେରା ଧରାପଡିଲା

ଜଟଣୀ,୨୩/୮(ଏସଏସନିଉଜ) ଏହିଥାନା ଅଧିନସ୍ଥ ଉପରବସ୍ତ ମୁଣ୍ଡଳୀସାହିର ବିନୟକୁମାର ମହାରଣା ନିଜର ହିରୋହୋଣ୍ଡାକୁ ନମ୍ବର(ଓଆର-୦୨-ଏଏନ-୪୭୨୩) ନିକଟସ୍ଥ ଶ୍ରିହରିବିହାରରେ ରହୁଥିବା ରୁଦ୍ରପ୍ରସାଦଙ୍କ ଘରବାହାରେ ରଖି ଘରକୁ ଯାଇଥିଲେ ।କିଛିସମୟ ପରେ ଆସି ଦେଖିବାବେଳକୁ ବାଇକଟି ସେଠାରେ ନଥିଲା ।ବହୁ ଖୋଜାଖୋଜି କରି ନିରାଶ ହେବାପରେ ଜଟଣୀଥାନାରେ ଅ଼ଭିଯୋଗ କରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ କରି ବେଣାପଞରୀଗ୍ରାମର ବଡମଜିଦସାହିର ସାବିଦଖାନ(ମଂଟୁ) ନାମକ ଯୁବକକୁ ଗିରଫ କରିଛନ୍ତି ।ପୋଲିସ ମଂଟୁଠାରୁ ବାଇକକୁ ଜବତ କରି କୋର୍ଟଚାଳଣ କରିଥିବାର ଜଣାପଡିଛି ।

ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ଉଦଳା ,୨୩/୮(ଏସଏସନିଉଜ)ଏକ ସପ୍ତାହ ପରେ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଶରତ ଥାନା ଗୁଣ୍ଡରି ସାହିର ଘଟଣା । ଗତ ସୋମବାରରୁ ନିଖୋଜ ଥିବା ମୋଖି ସିଂଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ସଦୁରସାହି ଦୋମୁହାଣୀ ନାଳ ନିକଟରୁ ଶରତପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ମନ୍ଦିରରୁ ଦର୍ଶନସାରି ଫେରିବାବେଳେ ଦୁର୍ଘଟଣା

ବାଣପୁର ,୨୩/୮(ଏସଏସନିଉଜ)ବାଣପୁର ମାବିରିଜାଈ ମନ୍ଦିରରେ ପୂଜାର୍ଚ୍ଚନା ସାରି ଫେରିବାବେଳେ ନୀଳାଦ୍ରିପ୍ରସାଦ ନିକଟରେ ଅଟୋ ବାଇକ ଧକ୍କା ହୋଇଛିାଦୁର୍ଘଟଣା ପରେ ଅଟୋଟି ଲେଉଟି ପଡିଥିଲା। ଫଳରେ ଅଟୋରେ ଥିବା ଚାଳକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ପଠାଇଛନ୍ତି ।