ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ
ଢେଙ୍କାନାଳ, ୨୩/୮(ଏସଏସନିଉଜ) ପୂର୍ବତନ ଛାତ୍ର ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ହେଡ୍ କ୍ଲର୍କ ଉତ୍ତମ ରାଉତ ।ଡିଗ୍ରୀ ସାର୍ଟିଫିକେଟ ଦେବାକୁ ୮୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।
Browsing category
ଢେଙ୍କାନାଳ, ୨୩/୮(ଏସଏସନିଉଜ) ପୂର୍ବତନ ଛାତ୍ର ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ହେଡ୍ କ୍ଲର୍କ ଉତ୍ତମ ରାଉତ ।ଡିଗ୍ରୀ ସାର୍ଟିଫିକେଟ ଦେବାକୁ ୮୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।
ଚନ୍ଦ୍ରଶେଖରପୁର, ୨୩/୮(ଏସଏସନିଉଜ) ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ନାଁରେ ଲାଗିଲା ଦଫା ୩୦୬ ଲଗାଇଛି ପୋଲିସା ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ନେଇ ଦଫା ୩୦୬ ଲଗାଇ ନୋଟିସ କଲା ପୋଲିସ ।ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା କଲା ପୋଲିସ । ସୌମ୍ୟଜିତଙ୍କୁ ତୁରନ୍ତ ଗିରଫ ଦାବି କଲେ ଶ୍ୱେତାଙ୍କ ବାପା ଓ ଭାଇ ଦାବୀ କରିଛନ୍ତି ।
ବଲାଙ୍ଗିର, ୨୩/୮(ଏସଏସନିଉଜ) ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛି ।ନିଖୋଜର ୨ ଦିନ ପରେ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର କରିଛି ପୋଲିସ । ବରଗଡ଼ ଗାଇସିଲଟ ଥାନା ଅଞ୍ଚଳର ନାବାଳିକାହୋଇଥିବାବେଳେ ମୈଦାନୁମୁଣ୍ଡା ଜୋର ନିକଟରୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।
କୋଣାର୍କ,୨୩/୮(ଏସଏସନିଉଜ) ମୋ ବସ୍ ସହ ଯାତ୍ରୀବାହୀ ବସ୍ ର ଧକ୍କା ରେ ୧୦ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍ପାଇଁ ଡାକ୍ତରଖାନାରେ ଭର୍ତିକରାଯାଇଛି । କୋଣାର୍କ-ଗୋପ ରାସ୍ତାର ପାଟେଳିଆ ଛକ ନିକଟରେ ଦୁର୍ଘଟଣା ହୋଇଛି ।
ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ସୌମ୍ୟଜିତକୁ ନୋଟିସ୍ କରିବ କମିଶନରେଟ୍ ପୋଲିସ ।ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ କରିବ ପୋଲିସ ।ସୌମ୍ୟଜିତ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୋଲିସ ଖୋଜିଥିବା ସୂଚନା ମିଳିଛି ।
ବଲାଙ୍ଗିର,୨୩/୮(ଏସ ଏସ ନିଉଜ) ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଛି।ସ୍ତ୍ରୀକୁ ହତ୍ୟା ପରେ ବେକରେ ରଶି ଲଗାଇ ସ୍ୱାମୀକରିଛି ଆତ୍ମହତ୍ୟା । ଚାଷ ଜମିରେ ଉଭୟଙ୍କ ମଧ୍ୟରେ ବଚସା ପରେ ଏହି ଅଘଟଣ ଘଟିଛି।ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ବାରଙ୍ଗ,୨୨/୮(ଏସଏସନିଉଜ)ଗତ ଜୁନ୨୫ତାରିଖ ରାତିରେ ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳହରିପୁର ଗାଁର ଜଣେ ଅବସରପ୍ରାପ୍ତ କିରାଣୀଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପୋଲିସ ୩ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଙ୍କିଥାନା ଅର୍ନ୍ତଗତ ପାଥପୁର ଗାଁର ବିଜୟସାହୁ ,ଆସ୍କାଥାନା ଅଧିନସ୍ଥ ସୁନାପାଲିର ଦୁଃଖିଶ୍ୟାମ ନାୟକ(ମୁଷା), ଜଟଣୀ ଥାନା ଅଧିନସ୍ଥ ବାଲିଛକ ମୁଣ୍ଡାସାହିର ସାୟଦ୍ ଫୟଜ ।ସେମାନଙ୍କଠାରୁ ପୋଲିସ ନଗଦ ୫ଲକ୍ଷ ଟଙ୍କା ଓ ୭.୫ଲକ୍ଷ ଟଙ୍କାମୁଲ୍ୟର ୧୬୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି । […]
ନୂଆପଡ଼ା,୨୨/୮(ଏସ ଏସ ନିଉଜ) ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ୨ ପରିବାରର ୧୫ ସଦସ୍ୟ ।କୋମନା ଢେକୁନ ପାନିରେ ୨ ଦିନ ତଳେ ମାଓବାଦୀ ଜଣଙ୍କୁ ହତ୍ୟା କରିଥିଲେ।ଫଳରେ ଭୟଭୀତ ହୋଇ ମୃତକଙ୍କ ପରିବାର ଓ ଭାଇଙ୍କ ପରିବାର ଗାଁ ଛାଡ଼ିଛନ୍ତି। ଭିଟାମାଟିଠୁ ୬୦ କିମି ଦୂର ଗେରୁଜର ଗାଁକୁ ପିଲାଛୁଆ ଧରି ପଳାଇଛନ୍ତି।
ଭୁବନେଶ୍ୱର,୨୨/୮(ଏସଏସନିଉଜ)ରବିବାର ରାତି ରେ ଇନ୍ଫୋଭ୍ୟାଲି ଥାନା ଅଧିନସ୍ଥ ଗଙ୍ଗପଡା ସ୍ଥିତ ପିଡ଼ିଏଲ ଅଟୋ ହବରେ ଗାଡି ଧୋଇବାକୁ ନେଇ ପାଟିତୁଣ୍ଡ ଓ ପରେ ବନ୍ଧୁକ ଦେଖାଇ ଜୀବନରେ ମାରୁଦେବାକୁ ଧମକ ଦେବା ଅଭିଯୋଗରେ ପୋଲିସ ସୋମବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ବିଜେବିନଗରର ଅଜତଶତୃମିଶ୍ର ଓ ଖୋର୍ଦ୍ଧା ଶ୍ରୀରାମନଗରର ସୁକୁମାର ମହାପାତ୍ର ।ସେମାନଙ୍କଠାରୁ ପୋଲିସ ଭାରତୀୟ ନିର୍ମିତ ୩୨ ବୋର ଏମକେ-୩ ରିଭଲବର, ୬ ଟି ୭.୬୩ ଏମ ଏମ ଗୁଳି ଏବଂ […]
ମାଲକାନଗିରି,୨୨/୮(ଏସଏସନିଉଜ) ସ୍ୱାଭିମାନ ଅଞ୍ଚଳର ରାଳେଗାଡ଼ା ଓ ଧୂଳିପୁଟ ଦୁଇଟି ପଞ୍ଚାୟତରେ ୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତ । ଏହି ଦୁଇ ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ ।ଆଜି ଗୁରୁପ୍ରିୟ ସେତୁ ନିକଟରେ ବିଏସଏଫ୍ ଶିବିର ନିକଟରେ ଡିଜି ଏସ କେ ସିହ୍ନା ଓ ମାଲକାନଗିରି ଏସପି ନିଖିଲ ବଧୱାନିଙ୍କ ଉପସ୍ଥିତରେ ୧୫୦ ର ଉର୍ଦ୍ଧ୍ବ ମିଲସିଆ ଆତ୍ମସମର୍ପଣ କରିଥିଲେ।