Browsing category

ଅପରାଧ

ଲାଞ୍ଚ ନେଇ ଧରାପଡ଼ିଲେ

ଭୁବନେଶ୍ବର, ୨୨/୮(ଏସଏସନିଉଜ)ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗ କାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାବୁଡରେ ପଡିଥିଲେ ।

ଜଙ୍ଗଲରେ କାମୁଡିଲା ଭାଲୁ

ବାଲିଗୁଡ଼ା, ୨୨/୮(ଏସଏସନିଉଜ)ଭାଲୁ କାମୁଡ଼ାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ସ୍ୱାମୀ ଓ ଝିଅ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ବାଟାଗୁଡ଼ା ପଞ୍ଚାୟତ ଡଙ୍ଗମ ଗାଁରେ କାମୁଡ଼ିଲା ଭାଲୁ । ଜାର୍ଗିସରୁ ଜଙ୍ଗଲକୁ ସିଆଳି ପତ୍ର ତୋଳିବାକୁ ଯାଇଥିଲେ ୪ ମହିଳା ।ଭାଲୁ ଆକ୍ରମଣର ଖବର ପାଇ ଯାଇଥିବା ବେଳେ ସ୍ୱାମୀକୁ ବି କାମୁଡ଼ିଥିଲା ଭାଲୁ । ଗୁରୁତର ବାପା ଓ ଝିଅ ବାଲିଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କେନାଲକୁ ଖସିଲା ବୁଲେଟ

ବାରଙ୍ଗ,୨୧/୮(ଏସଏସ ନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲକୁ ରବିବାର ରାତିରେ ଏକ ବୁଲେଟ ଖସିପଡିଛି।ବୁଲେଟରେ ଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଯୁବକ ଦ୍ବୟ ହେଉଛନ୍ତି କଟକ ସଦର ଥାନା ତେଲେଙ୍ଗାପେଣ୍ଠ ଗ୍ରାମର ଅଭିନାସ(୧୭)ଏବଂ ଲକି(୨୨)। ପ୍ରକାଶ ଯେ ରବିବାର ରାତି ପ୍ରାୟ ୯.୩୦ ମିନିଟ ସମୟରେ ଦୁଇ ଜଣ ଯୁବକ ଏକ ବୁଲେଟରେ ବାରଙ୍ଗ ପଟୁ ଘରକୁ ଫେରୁଥିଲେ।ତେବେ ଅସାବଧାନତା ବଶତଃ ବୁଲେଟ ଚାଳକ ଭାରସାମ୍ୟ ହରାଇ କେନାଲ […]

ଟ୍ରକ୍ ନେଲା ସ୍କୁଟିଚାଳକଙ୍କ ଜୀବନ

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଋବିବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥରେ ଯାଁଳା ପଂଚାୟତ ଓ ଇମ୍ଫୋଭ୍ୟାଲି ଥାନାର ଜଟଣୀ ଗେଟ୍ (ତଳଖେତା ଛକ)ନିକଟରେ ଏକ ଟ୍ରକ୍ ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଥିବାବେଳେ ପଛରେ ବସିଥିବା ମହିଳା ଅତି ଗୁରୁତ୍ବର ହୋଇଛନ୍ତି । ରବିବାର ସଂଧ୍ୟା ସମୟରେ OR-02 AT 3086 ନଂ ଏକ ସ୍କୁଟି  ଗାଡିରେ ଚନ୍ଦନ ପୁରଅଂଚଳର କେରାଣ୍ଡି ପୁର ଗାଁର ବିଷ୍ଣୁ ପ୍ରସାଦ ଦାଶ (୫୮)ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଙ୍କସହ […]

ପଥରଖଣି ଖାଲରେ ବୁଡି ଯୁବକ ମୃତ

ଡେଲାଙ୍ଗ,୨୧/୮(ଏସଏସ ନିଉଜ)ଡେଲାଙ୍ଗ କୁଆପଦା ଗ୍ରାମରେ ଅଘଟଣ ।ସାଙ୍ଗ ମାନଙ୍କ ସହ ପଥର ଖଣି ଖାଲ ରେ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି।ମୃତ ଯୁବକଙ୍କ ନାମ ରାଜୀବ କୁମାର ନିସଙ୍କ ବୋଲି ଜଣାପଡିଛି।

ଆଦିବାସୀ ନେତାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର

ଗଞ୍ଜାମ ,୨୧/୮(ଏସଏସନିଉଜ)ଶନିବାର ସକାଳେ ପଳାସପୁର ଗ୍ରାମନିକଟସ୍ଥ ବାଘଲଟି କେନାଲ୍‌ରୁଆଦିବାସୀ ନେତା ବୃନ୍ଦାବନ ଜାନିଙ୍କ ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରିଛି ପୋଲିସ । ବୃନ୍ଦାବନ ଜାନିଙ୍କ ଘର ହେଉଛି ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଅଧୀନ ପଳାସପୁର ଗ୍ରାମରେ ।ଶନିବାର ସକାଳେ ମଇଁଷି ଜଗୁଆଳି ଗୋଟିଏ ମୁଣ୍ଡବିହୀନ ଶବ ଦେଖିବାପରେ ଏହି ଖବର ଗାଁରେ ପ୍ରଚାରିତ ହୋଇଥିଲା ।ଖବରପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ଧରି ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଶବଠୁ କିଛି ଦୂର ହୁଡ଼ାରେ […]

ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୨୧/୮(ଏସଏସନିଉଜ) ଶୈଳଶ୍ରୀବିହାର ଅଞ୍ଚଳରୁ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତ ଯୁବତୀଜଣକ ଭଦ୍ରକ ଅଞ୍ଚଳର ଶ୍ଵେତା ଉତ୍କଳ କୁମାରୀ ବୋଲି ଜଣାପଡିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ହସ୍ପିଟାଲ ଛାତରୁ ଡେଇଁଲେ ରୋଗୀ

ଭୁବନେଶ୍ୱର ,୨୦/୮(ଏସଏସନିଉଜ) ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ୍ୟୁବରଣ କରିଛି ।ଏମ୍‌ସ ସର୍ଜରୀ ବିଭାଗ ୫ମ ମହଲା ଉପରୁ ଡେଇଁପଡ଼ି ମୃତ୍ୟୁହୋଇଛି ।ରୋଗୀଜଣଙ୍କ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ।କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଅସ୍ପଷ୍ଟ ରହିଛି ।

ରାସ୍ତାକଡରୁ ମିଳିଲା ନବଜାତପୁତ୍ରସନ୍ତାନ

ବାରଙ୍ଗ,୨୦/୮(ଏସଏସିଉଜ) ଶନିବାର ସକାଳେ ମେଣ୍ଢାଶାଳ ଫାଣ୍ଡିଅଧିନସ୍ଥ ଗିରିଙ୍ଗାପୁଟ ଗାଁମୁଣ୍ଡ ରାସ୍ତାକଡରେ ପଡିଥିବା ଏକ ଶିଶୁପୁତ୍ର କୁ ନେଇ ବିବାଦ ଦେଖାଦେଇଛି ।ଜଣେ ପାଇଥିବାବେଳେ ଅନ୍ୟଜଣେ ଏହାର ମା ଦର୍ଶାଇ ଶିଶୁପୁତ୍ରକୁ ନେବାକୁ ଦାବୀ କରିଛନ୍ତି ।ଶେଷରେ ପୋଲିସ ନବଜାତ ଶିଶୁପୁତ୍ରକୁ ଚାଇଲ୍ଡ ହେଲ୍ପଲାଇନରେ ଛାଡିଛନ୍ତି । ପ୍ରକାସ ଯେ, ଶନିବାର ସକାଳେ ଗିରିଙ୍ଗାପୁଟ ଗାଁମୁଣ୍ଡ ରାସ୍ତାକଡରେ ଏକ ନବଜାତଶିଶୁପୁତ୍ରଟି ପଡିଥିଲା ।ସେହିବାଟରେ ଆସୁଥିବା ଜଣେ ମହିଳା ଏହି ପୁତ୍ରକୁ ପାଇ ମେଣ୍ଢାଶାଳ ଫାଣ୍ଡିରେ ପହଁଚି ପାଇଥିବା ପୁତ୍ରସନ୍ତାନକୁ […]

ମହରମ ବୋଝେଇ ଟ୍ରକ ଜବତ

ବାରଙ୍ଗ,୨୦/୮(ଏସଏସନିଉଜ) ଚନ୍ଦକା ପିତାପଲି ରାସ୍ତାର ମେଣ୍ଢାଶାଳ ବଜାର ପୂର୍ବରୁ ଶନିବାର ଦିନ ଭୁବନେଶ୍ୱର ତହସିଲ ପକ୍ଷରୁ ଏକ ଚୋରାରେ ମହରମ ନେଇ ଆସୁଥିବା ଟ୍ରକକୁ ଜବତ କରାଯାଇଛି ।ଓଡ଼ି୧୯ଡି- ୫୯୦୪ନମ୍ବର ଟ୍ରକ ଚାଳକ ଚୋରା ମହରମ ନେଇ ଛତାଵର ପଟରୁ ଚନ୍ଦକା ଅଭିମୁଖେ ଆସୁଥିବା ବେଳେ ଅତିରିକ୍ତ ତହସିଲଦାର ଦେବାଶିଷ ପରିଡା ଗାଡିକୁ ଜବତ କରି ମେଣ୍ଢାଶାଳ ଫାଣ୍ଡିକୁ ହସ୍ତାନ୍ତର କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)