Browsing category

ଅପରାଧ

ସମଲବ୍ୟାରେଜକୁ ଡେଇଁଲେ ଯୁବତୀ

ତାଳଚେର, ୨୦/୮(ଏସଏସନିଉଜ) ସମଲ ବ୍ୟାରେଜରୁ ବ୍ରାହ୍ମଣୀ ନଦୀକୁ ଡେଇଁଲେ ଯୁବତୀ ।ବ୍ୟାରେଜର ୨୪ ନମ୍ବର ଗେଟ୍ ନିକଟରୁ ଡେଇଁ ପଡ଼ିଛନ୍ତି ।ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଯୁବତୀ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।

୪୦୦ଲିଟର ଦେଶୀମଦସହ ୩ବାଇକ,୩ଗିରଫ

ବାରଙ୍ଗ, ୧୯/୮(ଏସଏସନିଉଜ) ଆଠଗଡରୁ ବାରଙ୍ଗକୁ ଦେଶୀମଦ ଆସୁଥିବାର ଖବର ପାଇ ଗୁରୁବାର ରାତିରେ ବାରଙ୍ଗଥାନା ପୋଲିସ ତିନଟି ଟିମ କରି ରତାଗଡ,ନୁଆସାହି,ଷଣ୍ଢପୁର ଓ ଅରିଲୋଛକ ପାଖରେ ମଦବେପାରିଙ୍କୁ ଜଗିରହିଥିଲେ ।ଏହି ସମୟରେ ତିନଟି ବାଇକରେ ପର୍ଯ୍ୟାୟକ୍ରମେ ଦ୍ରୁତଗତିରେ ଆସୁଥିବା ତିନିଜଣଯୁବକଙ୍କୁ ରୋକିବାପରେ ସେମାନଙ୍କ ପାଖରୁ ରନ୍ଧାଦେଶୀମଦ ମିଳିଥିଲା ।ସେମାନେ ବାରଙ୍ଗ ଏହାର ଆଖାପାଖ ଅଂଚଳକୁ ଯୋଗଇବାକୁ ଆସୁଥିବାର ସ୍ୱିକାର କରିଥିଲେ ।ଘଟଣାସ୍ଥଳରୁ ପୋଲିସ ସାନମୁଣ୍ଡଳିଗ୍ରାମର ପ୍ରଶାନ୍ତ ବେହେରା ,ଆଠଗଡଥାନା ମେଘାଗ୍ରାମର ଆଦିତ୍ୟବେଲ ଓ ବାଙ୍କିଥାନା ଅଧିନସ୍ଥ ରାମଚଣ୍ଡୀଗ୍ରାମର […]

ଡ୍ରାଇଭର ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ) ।ହାଇୱା ସହ ଡ୍ରାଇଭର ଜୀଅନ୍ତା ଜଳିଗଲେ ।ଟେନ୍ସା ଫାଣ୍ଡି ଗୀତାରାଣି ମାଇନ୍ସ ପାଖରେ ଜଳିଗଲେ ।କୌଣସି କାରଣରୁ ୧୧ କେଭି ବିଦ୍ୟୁତ ତାର ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ଜଙ୍ଗଲରୁ ମିଳିଲା ନରକଙ୍କାଳ।

ବାଲେଶ୍ୱର, ୧୯/୮(ଏସଏସନିଉଜ) ଭୋଗରାଇ ଥାନା ଅନ୍ତର୍ଗତ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ବାଣୁଆସାହି ବାଲିଆଡ଼ିହ ଜଙ୍ଗଲରୁ ଏହି କଙ୍କାଳ ଉଦ୍ଧାର କରାଯାଇଛି। ଏକ ମାସ ପୂର୍ବରୁ ଗାଁର ମୂଷା ଗିରିଙ୍କ ପୁଅ ନୀଳା ଗିରି ନିଖୋଜ ଥିଲେ। ତେଣୁ ଏହି କଙ୍କାଳଟି ନୀଳା ଗିରିଙ୍କର ହୋଇଥିବା ନେଇ ସନ୍ଦେହ କରାଯାଉଛି ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଅଜୁଦୋରା ହତ୍ୟାକାଣ୍ଡ ଘଟଣା

ବଲାଙ୍ଗୀର , ୧୯/୮(ଏସଏସନିଉଜ)ବଲାଙ୍ଗୀର ହସ୍ପିଟାଲ ପରିସରରେ ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ କରିଛି ପୋଲିସ ।ଗତ ୧୬ ତାରିଖ ଭୋରରେପ ଦୁଇ ମୁଖାପିନ୍ଧା ହତ୍ୟା କରିଥିଲେ ।ଘଟଣାରେ ସମ୍ପର୍କୀୟ ଭାଇ ସମେତ ୩ ସୁପାରି କିଲର ଗିରଫ ହୋଇଛନ୍ତି ।ଜମିବାଡି ବିବାଦକୁ ନେଇ ଅଜୁ ଓ ତାର ସମ୍ପର୍କୀୟ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ବ୍ରଜରାଜନଗର ରେଳ ଷ୍ଟେସନ ଏବଂ ଇବ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି ।ଲାଇନ ଚ୍ୟୁତ ହେବାର ଅନେକ ସମୟ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ସମସ୍ୟାର ସମାଧାନ ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ପୁଣି ମାଓ ତାଣ୍ଡବ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ନୂଆପଡ଼ାରେ ପୁଣି ମାଓ ତାଣ୍ଡବ ଦେଖିବାକୁ ମିଳିଛି । ଘରୁ ଉଠାଇନେଇ ଯୁବକଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି ।ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ ନୃଶଂସ ହତ୍ୟାଘଟଣା ଘଟିଛି ।ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଥିବା ପୋଲିସପକ୍ଷରୁ ସୂଚନାମିଳିଛି ।

ପାଣିମିଶା ତେଲକୁ ନେଇ ହୋହାହ୍ଲା

ବଣାଇ, ୧୯/୮(ଏସଏସନିଉଜ)ପେଟ୍ରୋଲ ପମ୍ପରେ ତେଲ ଅପମିଶ୍ରଣ ଅଭିଯୋଗ କରି ଗ୍ରାହମାମାନଙ୍କର ହୋହଲ୍ଲା ଆରମ୍ଭ ହୋଇଛି ।ଲହୁଣୀପଡ଼ା ଥାନା ଲମସି ନିକଟରେ ଥିବା ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଛି ।ପାଣି ମିଶ୍ରିତ ପେଟ୍ରୋଲ ଦିଆଯାଇଥିବା ଅଭିଯୋଗରେ ଗ୍ରାହକମାନେ ପାଟିତୁଣ୍ଡ ଆରମ୍ଭ କରିଛନ୍ତି ।

ସିବିଆଇ ରେଡ୍

ଭୁବନେଶ୍ୱର,୧୯/୮(ଏସଏସନିଉଜ)ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ରେଡ୍ ହୋଇଛି। ଦିଲ୍ଲୀ ଏନସିଆର ସହ ୨୦ଟି ସ୍ଥାନରେ ଚଢଉଜାରି ରଖିଛି ସିବିଆଇ ।

ମହୁଲ ଗଛରେ ଝୁଲୁଛି ଯୁବକଯୁବତୀଙ୍କ ମୃତଦେହ

ଦେବଗଡ଼.୧୯/୮(ଏସଏସନିଉଜ)ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।କୁଣ୍ଢେଇଗୋଳା ଥାନା ଆଉଁଳି ଗାଁ ନିକଟ ମହୁଲ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।ମୃତ ଯୁବକ ଆଉଁଳି ଗାଁର ହୋଇଥିବାବେଳେ ଯୁବତୀଜଣଙ୍କ ଅନୁଗୁଳ ଅଞ୍ଚଳର ଜଣାପଡିଛି ।କାଲି ଯୁବତୀଙ୍କୁ ନେଇ ଯୁବକ ଗାଁକୁ ଆସିଥିବା ଗ୍ରାମବାସୀଙ୍କଠାରୁ ସୂଚନାମିଳିଛି ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଛି ।