Browsing category

ଅପରାଧ

ବସ-ବାଇକ ମୁଁହାମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୩ ଯୁବକ

ବାରଙ୍ଗ,୧୭/୮(ଏସଏସନିଉଜ) ଗୋଡିସାହି ଫାଣ୍ଡି ନିକଟସ୍ଥ ନେତଲ ଗ୍ରାମ ନିକଟ ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ବୁଧବାର ଅପରାହ୍ନ ୩ଟା ସମୟରେ ବସ ଓ ବାଇକ ମୁଁହାମୁହିଁ ଧକ୍କା ହୋଇଛି।ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଯୁବକ।କଟକ ବିରିବାଟି ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ ଯୋଗେ ମୁଣ୍ଡଳୀରୁ ଫେରୁଥିବା ସମୟରେ ଭୁବନେଶ୍ଵରରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ସହ ସେମାନଙ୍କ ମୁଁହାମୁହିଁ ଧକ୍କା ହୋଇଥିଲା।ତେବେ ସୌଭାଗ୍ୟବଶତଃ ତିନିଜଣ ଯୁବକ ବଂଚିଯାଇଥିବାବେଳେ […]

ଟ୍ରକ କେବିନ କାଚ ଭାଙ୍ଗି ଚୋରି ଅଭିଯୋଗରେ ଯୁବକ ଗିରଫ

ବାରଙ୍ଗ,୧୭/୮(ଏସଏସନିଉଜ) ମଙ୍ଗଳବାର ରାତିରେ ଟ୍ରକ କେବିନ କାଚ ଭାଙ୍ଗି ଚୋରି କରି ଫେରାର ହୋଇଯାଇଥିବା ଯୁବକଙ୍କୁ ବୁଧବାର ଗିରଫ କରିଛି ବାରଙ୍ଗ ପୋଲିସ।ଗିରଫ ଯୁବକ ଜଣକ ହେଉଛନ୍ତି ମଧୁବନ ଗ୍ରାମର ଅମରେନ୍ଦ୍ର ପରିଡ଼ା। ପ୍ରକାସ ଯେ, ଫୁଲପୋଖରି ଗ୍ରାମର ହେମନ୍ତ କୁମାର ସାହୁଙ୍କ ଟ୍ରକକୁ ତାଙ୍କ ଡ୍ରାଇଭର ମଙ୍ଗଳବାର ରାତି ୯ଟା ସମୟରେ ତ୍ରିଶୁଳିଆ ବାରଙ୍ଗ ମୁଖ୍ୟ ରାସ୍ତା କଡ଼ରେ ରଖି ମାଲିକଙ୍କ ଘରକୁ ଯାଇଥିଲେ।କିଛି ସମୟରେ ଫେରିବା ପରେ ଟ୍ରକ କେବିନ କାଚ ଭଙ୍ଗା ଯାଇଥିବା […]

ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୬ ଦୁର୍ବୃତ୍ତ ।ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ ଆତଙ୍କ ଖେଳାଇବା ସହ ବସ୍ତିରେ ଦାଦାବଟି, ବ୍ରାଉନ୍ ସୁଗାରକୁ ବିରୋଧ କରିବାରୁ ହାଣି ଥିବାର ଜଣାପଡିଛି ।ଯାହାଫଳରେ ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟିହେବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେହିଁଭଳିଭାବେ ଶ୍ୱଶୁରଙ୍କୁ ହାଣିଛନ୍ତି ଜ୍ୱାଇଁ ।ଜଳେଶ୍ୱରର କର୍ମଦା ଥାନା କୁସୁରା ଗାଁରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି ।ଶାଶୁ, ଶ୍ୱଶୁର, ଶାଳିକୁ ହାଣି […]

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ନବରଙ୍ଗପୁର,୧୪/୮(ଏସ ଏସ ନିଉଜ)ଜଙ୍ଗଲ ଜମି ବିବାଦରୁ ଘରପୋଡ଼ି ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୩ଟି ଗାଁର ଶତାଧିକ ଗ୍ରାମବାସୀ ଘେରିଛନ୍ତି।କପସାଭଟା, ଶାରିଆଭଟା ଓ ଲକଟିପୋଖନା ଗ୍ରାମବାସୀ ଘେରିବାସହ କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ଗ୍ରାମବାସୀ।

ମିଳିଲା ମୃତଦେହ

ଆଠଗଡ,୧୪/୮(ଏସ ଏସ ନିଉଜ)ଆଠଗଡ଼ ସାପୁଆ ନଈ ବ୍ରୀଜ୍ ଉପରେ ଦୁର୍ଘଟଣା ଘଟଣାରେ ନଈ ଭିତରୁ ମିଳିଲା ନିଖୋଜ ଶିକ୍ଷକଙ୍କ ମୃତଦେହ। ଶୁକ୍ରବାର ଦିନ ସ୍କୁଲରୁ ଫେରିବା ବେଳେ କ୍ଷୀରଗାଡି ସହ ହୋଇଥିଲା ଦୁର୍ଘଟଣା। ମୃତ ଶିକ୍ଷକ ଜଣକ ହେଲେ ଭୋଗରା ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ରାଉଳ।

ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ!

ପୁରୀ,୧୪/୮(ଏସ ଏସ ନିଉଜ)ପୁଣି ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ। ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢିଲେ ଯୁବକ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଅଟକ ରହିଛି ଯୁବକ। ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷୀୟ ଜିତୁ ଗୌଡ଼ ବୋଲି ଜଣାପଡିଛି।

କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ଜବତ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଚେନ୍ନାଇ ବିମାନବନ୍ଦରରେ କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ପ୍ରଜାତି ଜବତ ହୋଇଛି ।ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଚେକ୍ ଇନ୍ ବ୍ୟାଗେଜ୍ ରେ ଆଣିଥିଲେ ବନ୍ୟଜନ୍ତୁ ।୧ଟି ବ୍ରାଜା ମାଙ୍କଡ଼, ୧୫ଟି କିଙ୍ଗସ୍ନେକ୍, ୫ଟି ବଲ୍ ପାଇଥନ୍ ଏବଂ ୨ଟି ଆଲଡାବ୍ରା କଇଁଛ ଉଦ୍ଧାର ହୋଇଛି ।  

ଆଜି ଶପଥ ନେବେ ନୂଆ ବିଚାରପତି

କଟକ,୧୩/୮(ଏସଏସନିଉଜ)ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶ ।ଆଜିଅପରାହ୍ନ ୩ଟା ୩୦ରେ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି ।ଯାହାଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୪କୁ ବଢିବାକୁ ଯାଉଛି ।

ହାତୀ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ

ଆଠଗଡ଼,୧୩/୮(ଏସଏସନିଉଜ) ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି ।ସେହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଏସ୍‌କେ ରଜାକ ।ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଅଟକ ରଖି ତଦନ୍ତ ପରେ ଗିରଫ କରିଛି ।ରଜାକ୍ ହାତୀଦାନ୍ତକୁ ଆଠଗଡ଼ରୁ କୋଲକାତା ଚୋରାଚାଲାଣ କରିଥିବା ସୂଚନା ମିଳିଛି ।

ପରିବାବୋଝେଇ ଟାଟାଏସି ଗାଡିଚୋରକୁ ଧରିଲା ପୋଲିସ

ବାରଙ୍ଗ,୧୨/୮(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ତ୍ରିଶୁଳିଆ ଛକପାଖରେ ଜଣଙ୍କ ଘର ଆଗରେ ଥୁଆ ହୋଇଥିବା ପରିବା ବୋଝେଇ ଟାଟାଏସିଗାଡିକୁ ଚୋରି କରିନେଇ କବାଡିଆକୁ ବିକ୍ରିକରିବାକୁ ଯାଉଥିବାବେଳେ ପୋଲିସ ହାତରେ ଧରାପଡିଛି ।ପୋଲିସ ଚୋରାଗାଡିକୁ ଜବତ କରିବ ସହ ଗାଡିଚୋରକୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସ ଯେ,ବାରଙ୍ଗଥାନା ଅଧିନସ୍ଥ ଫୁଲପୋଖରୀ ଗ୍ରାମର ସ୍ୱପ୍ନାରାଣିପାଣିଙ୍କର ଓଡି୦୫ଏନ୨୪୫୦ନଂ ଟାଟା ଏସି ଗାଡିଟି ରହିଛି ।ଏହି ଗାଡିକୁ ତାଙ୍କ ସ୍ୱାମୀସୁନିଲପାଣି ଚଲାଇଥାନ୍ତିା ସୁନୀଲ ଚାଷୀମାନଙ୍କଠାରୁ ପନିପରିବା ସଂଗ୍ରହ କରି ବାରଙ୍ଗରେ ବଢିଭୋର ସମୟରେ […]