ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ
ବାରଙ୍ଗ,୧୨/୮(ଏସଏସନିଉଜ)ନନ୍ଦନକାନନ ସିଂହସଫାରୀ ଫିଡିଙ୍ଗ ଚାମ୍ବରର କାର୍ୟ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।ମୃତ ଅସ୍ଥାୟୀ କର୍ମଚାରୀ ଜଣକ ମଧୁସୂଦନ ସାମଲ(ବାଙ୍କୁ) ।ସେ ଶୁକ୍ରବାର ଦିନ ସକାଳ ସମୟରେ ସିଂହସଫାରୀ ଫିଡିଙ୍ଗଚାମ୍ବରରେ ସିଂହମାନଙ୍କୁ ସଫାରୀ ଭିତରକୁ ଛାଡିବା ପରେ ଫିଡିଙ୍ଗଚାମ୍ବର ସଫା କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଜନ୍ତୁ ବିଭାଗର କର୍ମଚାରୀମାନେ ଚିକିତ୍ସା ନିମନ୍ତେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ବାଙ୍କୁର ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲା।ସେଠାରେ […]