Browsing category

ଅପରାଧ

ଲାଞ୍ଚ ନେଇ ଧରାପଡ଼ିଲେ କୃଷି ଅଧିକାରୀ

ପଦ୍ମପୁର, ୯/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ବ୍ଲକ ଅଫିସର ପ୍ରଣୟ କୁମାର ମନ୍ତ୍ରୀ. ।ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପାଇକମାଲ ବସଷ୍ଟାଣ୍ଡରୁ ଧରିପଡିଲେ ।ବିନା ଲାଇସେନ୍ସରେ ସାର ଦୋକାନ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ ।

ଓଲଟିଲା ବସ୍

ରେଢ଼ାଖୋଲ, ୯/୮(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିଲା ବସ୍ ।ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ ।ଜୁଜୁମୁରା ଥାନା ଫୁଲଝରଣ ଗାଁନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା ବସ୍ । ବସ୍ ଟି କିଶୋରନଗରରୁ ସୁନ୍ଦରଗଡ଼କୁ ୩୦/୩୫ ଯାତ୍ରୀଙ୍କୁ ନେଇ ଯାଉଥିଲା ।କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଥିବାବେଳେଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିଛି ।  

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ଭୁବନେଶ୍ୱର, ୯/୮(ଏସଏସନିଉଜ) ତୁରେକେଲା ବ୍ଳକ ବାଞ୍ଜିପାଲି ଗାଁରେ ଯୁବକଙ୍କ ମୃତଦେହ ଠାବ ହୋଇଛି । କପା ଚାଷ ଜମିର ମହୁଲ ଗଛରେ ଝୁଲିଛି ଯୁବକଙ୍କ ମୃତଦେହ। ମୃତକ ଜଣକ ହେଲେ ବାଞ୍ଜିପାଲି ଗାଁର ହେମନ୍ତ ମାଝୀ। ମୃତ୍ୟୁର କାରଣ ଅସ୍ପଷ୍ଟ, ରହିଥିବାବେଳେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା

ଆଠଗଡ଼, ୯/୮(ଏସଏସନିଉଜ)ବନଖଣ୍ଡରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଗିରଫ ହୋଇଥିବା ଫରେଷ୍ଟର ପ୍ରଦୀପ ପରିଡାଙ୍କର ଲାଏ ଡିଟେକ୍ସନ ଟେଷ୍ଟ. ହେବ ।ପ୍ରଦୀପଙ୍କୁ ଷ୍ଟେଟ ଫରେନ ସିକ ସାଇନ୍ସ ଲାବୋରାଟୋରୀ କୁ ଆଣିଲା ବନ ବିଭାଗ ।ପ୍ରଦୀପଙ୍କୁ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡରେ ଆଣିଛି ବନବିଭାଗ ।ଅଗଷ୍ଟ ୧ ରେ ପ୍ରଦୀପଙ୍କୁ ଗିରଫ କରିଥିଲା ବନ ବିଭାଗ!.  

ତିନିଦିନ ପରେ ମିଳିଲା ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ

ଅନୁଗୋଳ, ୯/୮(ଏସଏସନିଉଜ) ଡେ଼ରଜଙ୍ଗ ପ୍ରକଳ୍ପରେ ବୁଡ଼ିଯାଇ ନିଖୋଜ ଥିଲେ ଇଞ୍ଜିନିୟର ବିଭାଂଶୁ ପଣ୍ଡା ।ଗତ ରବିବାର ଦିନ ସାଙ୍ଗମାନଙ୍କ ସହ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ ବୁଲି ଯାଇଥିଲେ। ସେଠାରେ ସେମାନେ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇଥିବା ବେଳେ ଯୁବକଜଣକ ପାଣିରେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ପାରିନଥିଲା । ଓଡ୍ରାଫ ସହ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବିଧାନଶୁଂଙ୍କୁ ଠାବ କରାଯାଇ ପାରିନଥିଲା ।

ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର,୮/୮(ଏସଏସନିଉଜ) ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଅଫିସ ସହ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆଜି ସକାଳେ ଅତିରିକ୍ତ କମିସନରଙ୍କ ପୀୟୂଷକାନ୍ତ ପାଣିଙ୍କ କଟକ ଓ ଭୁବନେଶ୍ୱରରେ ଥିବା ତାଙ୍କର ଏକାଧିକ ଘରଉପରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି।ବ୍ୟାସନଗରର ଚୋରଦା ଛକଠାରେ ଥିବା ୨ଟି ତିନିମହଲା କୋଠା ଓ ୧ ଏକମହଲା କୋଠା, ଚକେଇସିଆଣିଠାରେ ଏକ ତିନିମହଲା କୋଠା, ଅନ୍ଧାରୁଆଠାରେ ୫ଟି ପ୍ଲଟ୍, ସଅଁପୁର ଓ ସୁନ୍ଦରପଦା […]

ଆଜି ବସିବ ଶାନ୍ତକମିଟି

ବାଲେଶ୍ୱର, ୮/୮(ଏସଏସନିଉଜ) ଦରଘା ମଇଦାନରେ ଆଖଡ଼ାକୁ କେନ୍ଦ୍ର କରି ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଅଟକାଇବାକୁ ଯାଇ ଟାଉନ୍ ଥାନା ଆଇଆଇସି ଆହତ ହୋଇଥିଲେ ।ଏହି ଘଟଣାରେ ପୋଲିସ ଉଭୟ ଗୋଷ୍ଠୀର ଜଣେ ଲେଖାଏଁ ଗିରଫ କରିଛି ।ଗ୍ରାମରେ ଏବେବି ଉତେଜନା ରହିଥିବାରୁ ଶାନ୍ତି କମିଟି ବୈଠକରେ ଆଜି ଶାନ୍ତି ଫେରାଇଆଣିବାର ପ୍ରୟାସ କରାଯିବ ବୋଲି ଜଣାପଡିଛି ।

ଆଉ ଜଣଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର,୮/୮(ଏସଏସନିଉଜ) ହୀରାକୁଦ ଡ୍ୟାମ୍‌ରେ ନିଖୋଜ ଥିବା ଆଉ ଜଣଙ୍କ ମୃତଦେହ ଆଜି ମିଳିଛି । ନିଖୋଜ ଥିବା ମହେଶ ଛିଟୁରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଅଭିଷେକ କୁମାରଙ୍କ ମୃତଦେହ ମିଳିଥିଲା । ନିଖୋଜ ୨ ଗଉଖ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍ ।କାଲି ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇଲା ବେଳେ ଏମାନେ ବୁଡ଼ି ଯାଇଥିଲେ ।

ତଳକୁ ଖସିଲା ଗୋରୁବୋଝେଇ ଟ୍ରକ

ଯାଜପୁର,୭/୮(ଏସ ଏସ ନିଉଜ) ଭାରସାମ୍ୟ ହରାଇ ସଂପ୍ରସାରଣ ରାସ୍ତା ତଳକୁ ଖସିପଡିଲା ଗୋରୁ ବୋଝେଇ ଟ୍ରକ।ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରର ବ୍ରଜନଗର ନିକଟରେ ଏହା ଘଟିଛି ।ଟ୍ରକ ଭିତରେ ଥିବା ୧୫ ଗୋରୁ ମୃତୁବାରଣ କରିଥିବାବେଳେ ଦୃଘଟଣା ଘଟାଇ ଟ୍ରକ ଚାଳକ ଫେରାର ହୋଇଯାଇଛି।

ବାଇକଧକ୍କାରେ ୬ଆହତ

ଗଞ୍ଜାମ , ୭/୮(ଏସଏସନିଉଜ)ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସୁରମଣୀ ଗାଁ ନିକଟରେ ବାଇକ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍‌ାପାଇଁ ସୋରଡ଼ା ମେଡିକାଲରେ ଭର୍ତି କରାଯାଇଛି । ନଦୀରୁ ଗାଧୋଇ ଫେରୁଥିବା ବେଳେ ରାସ୍ତା ଉପରେ ଦ୍ରୁତ ଗତିରେ ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ୪ ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ, ବାଇକରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି ।