Browsing category

ଅପରାଧ

ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୬ ଦୁର୍ବୃତ୍ତ ।ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ ଆତଙ୍କ ଖେଳାଇବା ସହ ବସ୍ତିରେ ଦାଦାବଟି, ବ୍ରାଉନ୍ ସୁଗାରକୁ ବିରୋଧ କରିବାରୁ ହାଣି ଥିବାର ଜଣାପଡିଛି ।ଯାହାଫଳରେ ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟିହେବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେହିଁଭଳିଭାବେ ଶ୍ୱଶୁରଙ୍କୁ ହାଣିଛନ୍ତି ଜ୍ୱାଇଁ ।ଜଳେଶ୍ୱରର କର୍ମଦା ଥାନା କୁସୁରା ଗାଁରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି ।ଶାଶୁ, ଶ୍ୱଶୁର, ଶାଳିକୁ ହାଣି […]

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ନବରଙ୍ଗପୁର,୧୪/୮(ଏସ ଏସ ନିଉଜ)ଜଙ୍ଗଲ ଜମି ବିବାଦରୁ ଘରପୋଡ଼ି ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୩ଟି ଗାଁର ଶତାଧିକ ଗ୍ରାମବାସୀ ଘେରିଛନ୍ତି।କପସାଭଟା, ଶାରିଆଭଟା ଓ ଲକଟିପୋଖନା ଗ୍ରାମବାସୀ ଘେରିବାସହ କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ଗ୍ରାମବାସୀ।

ମିଳିଲା ମୃତଦେହ

ଆଠଗଡ,୧୪/୮(ଏସ ଏସ ନିଉଜ)ଆଠଗଡ଼ ସାପୁଆ ନଈ ବ୍ରୀଜ୍ ଉପରେ ଦୁର୍ଘଟଣା ଘଟଣାରେ ନଈ ଭିତରୁ ମିଳିଲା ନିଖୋଜ ଶିକ୍ଷକଙ୍କ ମୃତଦେହ। ଶୁକ୍ରବାର ଦିନ ସ୍କୁଲରୁ ଫେରିବା ବେଳେ କ୍ଷୀରଗାଡି ସହ ହୋଇଥିଲା ଦୁର୍ଘଟଣା। ମୃତ ଶିକ୍ଷକ ଜଣକ ହେଲେ ଭୋଗରା ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ରାଉଳ।

ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ!

ପୁରୀ,୧୪/୮(ଏସ ଏସ ନିଉଜ)ପୁଣି ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ। ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢିଲେ ଯୁବକ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଅଟକ ରହିଛି ଯୁବକ। ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷୀୟ ଜିତୁ ଗୌଡ଼ ବୋଲି ଜଣାପଡିଛି।

କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ଜବତ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଚେନ୍ନାଇ ବିମାନବନ୍ଦରରେ କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ପ୍ରଜାତି ଜବତ ହୋଇଛି ।ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଚେକ୍ ଇନ୍ ବ୍ୟାଗେଜ୍ ରେ ଆଣିଥିଲେ ବନ୍ୟଜନ୍ତୁ ।୧ଟି ବ୍ରାଜା ମାଙ୍କଡ଼, ୧୫ଟି କିଙ୍ଗସ୍ନେକ୍, ୫ଟି ବଲ୍ ପାଇଥନ୍ ଏବଂ ୨ଟି ଆଲଡାବ୍ରା କଇଁଛ ଉଦ୍ଧାର ହୋଇଛି ।  

ଆଜି ଶପଥ ନେବେ ନୂଆ ବିଚାରପତି

କଟକ,୧୩/୮(ଏସଏସନିଉଜ)ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶ ।ଆଜିଅପରାହ୍ନ ୩ଟା ୩୦ରେ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି ।ଯାହାଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୪କୁ ବଢିବାକୁ ଯାଉଛି ।

ହାତୀ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ

ଆଠଗଡ଼,୧୩/୮(ଏସଏସନିଉଜ) ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି ।ସେହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଏସ୍‌କେ ରଜାକ ।ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଅଟକ ରଖି ତଦନ୍ତ ପରେ ଗିରଫ କରିଛି ।ରଜାକ୍ ହାତୀଦାନ୍ତକୁ ଆଠଗଡ଼ରୁ କୋଲକାତା ଚୋରାଚାଲାଣ କରିଥିବା ସୂଚନା ମିଳିଛି ।

ପରିବାବୋଝେଇ ଟାଟାଏସି ଗାଡିଚୋରକୁ ଧରିଲା ପୋଲିସ

ବାରଙ୍ଗ,୧୨/୮(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ତ୍ରିଶୁଳିଆ ଛକପାଖରେ ଜଣଙ୍କ ଘର ଆଗରେ ଥୁଆ ହୋଇଥିବା ପରିବା ବୋଝେଇ ଟାଟାଏସିଗାଡିକୁ ଚୋରି କରିନେଇ କବାଡିଆକୁ ବିକ୍ରିକରିବାକୁ ଯାଉଥିବାବେଳେ ପୋଲିସ ହାତରେ ଧରାପଡିଛି ।ପୋଲିସ ଚୋରାଗାଡିକୁ ଜବତ କରିବ ସହ ଗାଡିଚୋରକୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସ ଯେ,ବାରଙ୍ଗଥାନା ଅଧିନସ୍ଥ ଫୁଲପୋଖରୀ ଗ୍ରାମର ସ୍ୱପ୍ନାରାଣିପାଣିଙ୍କର ଓଡି୦୫ଏନ୨୪୫୦ନଂ ଟାଟା ଏସି ଗାଡିଟି ରହିଛି ।ଏହି ଗାଡିକୁ ତାଙ୍କ ସ୍ୱାମୀସୁନିଲପାଣି ଚଲାଇଥାନ୍ତିା ସୁନୀଲ ଚାଷୀମାନଙ୍କଠାରୁ ପନିପରିବା ସଂଗ୍ରହ କରି ବାରଙ୍ଗରେ ବଢିଭୋର ସମୟରେ […]

ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ

ବାରଙ୍ଗ,୧୨/୮(ଏସଏସନିଉଜ)ନନ୍ଦନକାନନ ସିଂହସଫାରୀ ଫିଡିଙ୍ଗ ଚାମ୍ବରର କାର‌୍ୟ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।ମୃତ ଅସ୍ଥାୟୀ କର୍ମଚାରୀ ଜଣକ ମଧୁସୂଦନ ସାମଲ(ବାଙ୍କୁ) ।ସେ ଶୁକ୍ରବାର ଦିନ ସକାଳ ସମୟରେ ସିଂହସଫାରୀ ଫିଡିଙ୍ଗଚାମ୍ବରରେ ସିଂହମାନଙ୍କୁ ସଫାରୀ ଭିତରକୁ ଛାଡିବା ପରେ ଫିଡିଙ୍ଗଚାମ୍ବର ସଫା କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଜନ୍ତୁ ବିଭାଗର କର୍ମଚାରୀମାନେ ଚିକିତ୍ସା ନିମନ୍ତେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ବାଙ୍କୁର ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲା।ସେଠାରେ […]

ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ବସ

ଭୁବନେଶ୍ବର,୧୨/୮(ଏସଏସନିଉଜ) ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‌ଗେଟ୍ ନିକଟରେ ସାରଳା ନାମକ ଏକ ଯାତ୍ରୀବାହୀ ବସ୍ ଓଟଲି ପଡ଼ିଛି।ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବାର ଜଣାପଡ଼ିଛି। ଆଜି ୫୦ ଜଣ ଯାତ୍ରୀ ନେଇ ଭୁବନେଶ୍ୱରରୁ ଅସ୍ତରଙ୍ଗ ଯାଉଥିବାବେଳେ ୫ଟାପାଖାପାଖି ପିପିଲି ଟୋଲ୍‌ଗେଟ୍ ଅତିକ୍ରମ କରିଥିଲା ।କିଛିବାଟଯିବାପରେ ସାମ୍ନାକୁ ଏକ କାର୍ ହଠାତ୍ ପଶି ଆସିବାରୁ ବସ୍‌ର ଚାଳକ ନିୟନ୍ତ୍ରଣ ହରାଇ ଡିଭାଡର ଉପରେ ଚଢ଼ାଇ ଦେବାରୁ ବସ୍‌ଟି ଘଟଣାସ୍ଥଳରେ […]