Browsing category

ଅପରାଧ

ଅଧାରହିଗଲା ମିଠା କିଣା

  ଆନନ୍ଦପୁର,୧୨/୮(ଏସ ଏସ ନିଉଜ) ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ ଛେନାପଦୀ ମହିଳା ମହାବିଦ୍ୟାଳୟ ନିକଟରେ ଦୁର୍ଘଟଣା ଘଟିଛି ।ବାଇକ୍ ଦୁର୍ଘଟଣାରେ ସୁଲଣ ପଞ୍ଚାୟତ ବିରିଡି ଗ୍ରାମର ଵିନୋଦ ପାଣିଙ୍କ ମୃତ୍ୟୁ ଘଟିଛି ।ପାଣି ତାଙ୍କ ପୁଅଙ୍କ ସାଙ୍ଗରେ ଝିଅ ଘରକୁ ଯିବା ପାଇଁ ମିଠା କିଣିବାକୁ ବଜାରକୁ ଆସିଥିବାବେଳେ ଦୁର୍ଘଟଣା ହୋଇଥିଲା ।

ଗୁପଚୁପ୍ ଖାଇ ୧୦୦ରୁ ଅଧିକ ଅସୁସ୍ତ

ଭୁବନେଶ୍ୱର,୧୨/୮(ଏସ ଏସ ନିଉଜ)ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ବିଷାକ୍ତ ଗୁପଚୁପ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବାର ଜଣାପଡିଛି ।ସମସ୍ତଙ୍କୁ ନିକଟସ୍ଥହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ଗୁପ୍‌ଚୁପ୍‌ ଖାଇବା ପରେ ଲୋକମାନଙ୍କୁ ପେଟ ଯନ୍ତ୍ରଣା ଏବଂ ଝାଡ଼ାବାନ୍ତି ହୋଇଥିଲା। ଦେଖୁ ଦେଖୁ ପୂରା ଗାଁର ଲୋକେ ଏହିଭଳି ଅଭିଯୋଗ ଆଣିଥିଲେ।

ବାଥରୁମରୁ ମିଳିଲା ଝୁଲନ୍ତା ମୃତଦେହ

ପୁରୀ ,୧୨/୮(ଏସ ଏସ ନିଉଜ)ପୁରୀଜିଲ୍ଲା କାରାଗାରରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜେଲ୍ ବାଥରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାବେଳେ ଆତ୍ମହତ୍ୟା ସନ୍ଦେହ କରାଯାଇଛି ।ମୃତ କଏଦୀ ହେଲେ ବିଶ୍ୱନାଥ ବାରିକ ।ସେ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ ।

ବୋହି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୨/୮(ଏସ ଏସ ନିଉଜ)ଏସ୍‌ବିଆଇ ଏଟିଏମ୍ ତାଡ଼ି ବୋହି ନେଇଗଲେ ଦୁର୍ବୃତ୍ତ ।ସମ୍ବଲପୁର-ଝାରସୁଗୁଡ଼ା ରାସ୍ତା ମାଝିପାଲିରେ ବିଳମ୍ବିତ ରାତିର ଏହି ଘଟଣାଘଟିଛି ।ମାଝିପାଲି ଫାଣ୍ଡିରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।

ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ

ରାଉରକେଲା,୧୨/୮(ଏସ ଏସ ନିଉଜ) ରାଉରକେଲାଟିମ୍ବର୍ କଲୋନୀରେ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇ ଥିବାର ଅଭିଯୋଗ ହୋଇଛି ।ପରକ୍ରୀୟା ପ୍ରୀତିର କରୁଣ ପରିଣତିରୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି ।ମୃତା ଜୁବେଦା ପର୍ବିନ ଗୋଟିଏ ସନ୍ତାନର ଜନନୀ ହୋଇଥିବାବେଳେ ସେ ଅନ୍ୟ ଜଣେ ବିବାହିତ ଯୁବକଙ୍କ ସହ ରହୁଥିବା ସୂଚନା ମିଳିଛି ।ପ୍ଲାଣ୍ଟ ସାଇଟ୍ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

ଯମୁନାରେ ଓଲଟିଲା ଡଙ୍ଗା

ଭୁବନେଶ୍ୱର,୧/୮(ଏସଏସନିଜ)ଯମୁନା ନଦୀରେ ଡଙ୍ଗା ବୁଡ଼ି ୩ ମୃତ୍ୟୁବରଣ କରିଛନ୍ତି ।ଏହାସହ ୧୭ ଜଣ ନିଖୋଜଥିବାର ଜଣାପଡିଛି । ଉତ୍ତର ପ୍ରଦେଶ ବନ୍ଦା ଥାନା ଅଞ୍ଚଳରେ ଯମୁନାରେ ଓଲଟିପଡିଥିଲା ଡଙ୍ଗା । ଫତେପୁରରୁ ମାର୍କା ଗାଁକୁ ଯିବା ବେଳେ ଡଙ୍ଗାଟି ଓଲଟିପଡିବାଫଳରେ ଡଙ୍ଗାରେ ଥିବା ୩୫ ଜଣଙ୍କ ମଧ୍ୟରୁ ୧୫ ଜଣ ଉଦ୍ଧାର କରାଯାଇଛି ।  

ବିରୁଡ଼ି ଆକ୍ରମଣରେ ଜୀବନ ଗଲା

ବଣାଇ, ୧୦/୮(ଏସଏସନିଉଜ) ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ବିରୁଡି ଆକ୍ରମଣ କରିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର.ହୋଇ ଚିକିସ୍‌ିତ ହେଉଛନ୍ତି ।ଉଭୟ ମୃତକ ମହିଳା ଜଣଙ୍କ ହେଲେ ମିନିକା ବାଡା ଓ ଆହତ ବ୍ୟକ୍ତିଗୁରୁଣ୍ଡିଆ ଥାନା କିଣ୍ଡ୍ରୋ ଗାଁର । ଗତକାଲି ମିନିକା ଜଙ୍ଗଲରେ ଗାଈ ଚରାଉଥିବାବେଳେ ବିରୁଡିମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।ଏହିବାଟରେ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ବିରୁଡିମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ।ଉଭୟଙ୍କୁ ଚିକିସ୍‌ାପାଇଁ ନିଆଯାଇଥିବାବେଳେ ମିନିକା ମୃତ୍ୟୁବରଣ କରିଥିଲେ […]

ପୁଣି ନକ୍ସଲ ହିଂସା

ମାଲକାନଗିରି, ୯/୮(ଏସଏସନିଉଜ) ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । କିଷ୍ଟରାମ ଥାନା ଅଂଚଳର କାସାରାମ ଗ୍ରାମରେ ନିର୍ମାଣ ହୋଇଥିବା ବ୍ରିଜର ମରାମତିକାମରେ ବ୍ୟବହାର ହୋଇଥିବା ଟ୍ରକକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ । ଜିଲ୍ଲା ପ୍ରଶାସନ ନିର୍ଦେଶ ମୁତାବକ ଠିକାଦାର ଏହି ମରାମତି କାମ ଆରମ୍ଭ କରିଥିବାବେଳେ ସୁରକ୍ଷାକର୍ମୀଙ୍କ ଜଣାଇନଥିଲେ । କାମରେ ନିୟୋଜିତ ପାଇଁ ଆସିଥିବା ଟ୍ରକକୁ ନକ୍ସଲ ନିଆଁ ଲଗାଇ ପୋଡିବାସହ ବ୍ରିଜ କାମକୁ ତୁରନ୍ତ ବନ୍ଦ […]

ଲାଞ୍ଚ ନେଇ ଧରାପଡ଼ିଲେ କୃଷି ଅଧିକାରୀ

ପଦ୍ମପୁର, ୯/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ବ୍ଲକ ଅଫିସର ପ୍ରଣୟ କୁମାର ମନ୍ତ୍ରୀ. ।ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପାଇକମାଲ ବସଷ୍ଟାଣ୍ଡରୁ ଧରିପଡିଲେ ।ବିନା ଲାଇସେନ୍ସରେ ସାର ଦୋକାନ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ ।

ଓଲଟିଲା ବସ୍

ରେଢ଼ାଖୋଲ, ୯/୮(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିଲା ବସ୍ ।ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ ।ଜୁଜୁମୁରା ଥାନା ଫୁଲଝରଣ ଗାଁନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା ବସ୍ । ବସ୍ ଟି କିଶୋରନଗରରୁ ସୁନ୍ଦରଗଡ଼କୁ ୩୦/୩୫ ଯାତ୍ରୀଙ୍କୁ ନେଇ ଯାଉଥିଲା ।କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଥିବାବେଳେଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିଛି ।