Browsing category

ଅପରାଧ

ଗଳିତ ଦନ୍ତାହାତୀ ଦାନ୍ତ ଜବତ

ଗଞ୍ଜାମ,୧୫/୭(ଏସ ଏସ ନିଉଜ)ଗଳିତ ଦନ୍ତା ହାତୀର ଦାନ୍ତ ଜବତହେବାସହ ଏହିଘଟଣାରେ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ ।ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ହୋଇଥିଲା ଠାବ ।ଏ ନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ସୁଦର୍ଶନ ବେହେରା ଦେଲେ ସୂଚନା ।

ଚେତାବନୀ ଦେଲେ ପୌର ପରିଷଦ

ଜୟପୁର,୧୫/୭(ଏସ ଏସ ନିଉଜ)ପାରାବେଡ଼ାରେ ଘରେ ବର୍ଷା ପାଣି ପଶିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୌର ପରିଷଦ ।ରିଏଲ ଇଷ୍ଟେଟ ମାଲିକ କେ. ଲକ୍ଷ୍ମଣ ପ୍ରସାଦଙ୍କୁ ପୌର ପରିଷଦର ନୋଟିସ କରାଯାଇ ୩ ଦିନ ଭିତରେ ଜବରଦଖଲ ନହଟାଇଲେ ଉଚ୍ଛେଦ ପାଇଁ ଚେତାବନୀ ଦିଆଯାଇଛି ।ଏହାସହ ଜବରଦଖଲ ଉଚ୍ଛେଦ ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ ଦିଆଯାଇଛି ।

ଯୁବତୀଙ୍କ ମୃତଦେହ ଉଦ୍ଧାର

ବାଲିଗୁଡ଼ା,୧୫/୭(ଏସ ଏସ ନିଉଜ)ରାଇକିଆ ଥାନା ଡଡିଙ୍ଗିଆ ରାସ୍ତାକଡ଼ରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଯୁବତୀଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖଲଣା ଗାଁର ଗୁଳିମାଡ଼

ଆନନ୍ଦପୁର,୧୫/୭(ଏସ ଏସ ନିଉଜ) ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଘଟଣାସ୍ଥଳରେ ଖଲଣା ଗାଁର ସୁଶାନ୍ତ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର, କେନ୍ଦୁଝର ସ୍ଥାନାନ୍ତର ହୋଇଛି ।କେଉଁ କାରଣ ପାଇଁ ଓ କିଏ ଅଭିମନ୍ୟୁଙ୍କୁ ହତ୍ୟା କଲା ଅସ୍ପଷ୍ଟ ରହିଛି ।

ପ୍ରଶ୍ନପତ୍ର ଲିକ୍ ,ବାତିଲ ହେଲା ପରୀକ୍ଷା

ସମ୍ବଲପୁର ,୧୫/୭(ଏସଏସନିଉଜ) ପୁଣି ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ୍ ନେଇ ନିରୀକ୍ଷକଙ୍କ ସୂଚନା ଦେଇଛନ୍ତି । ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣାକୁ ପରୀକ୍ଷା ନିୟନ୍ତ୍ରକ ମାନିବାସହ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ବୋଲି କହିଛନ୍ତି ।ଏଥିପାଇଁ ଆଜି ଦିନ ୧୦ଟାରେ ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ କରାଯାଇଥିବାବେଳେ କେବେ ପୁଣି ପରୀକ୍ଷା ହେବ ଜଣାଇ ଦିଆଯିବ ବୋଲି କହିଛନ୍ତି ।

କାନ୍ଥ ପଡ଼ି ମା’ ଓ ଝିଅ ମୃତ

ଫୁଲବାଣୀ,୧୪/୭(ଏସ ଏସ ନିଉଜ)ଘର କାନ୍ଥ ପଡ଼ି ମା’ ଓ ୫ ବର୍ଷର ଝିଅ ମୃତ ବରଣ କରିଛନ୍ତି ।ବାପପୁଅ ଗୁରୁତର ଅବସ୍ଥାରେ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଲଗାଣ ବର୍ଷାରେ ତ୍ରିଦେବ ନଗରରେ ଭୁଶୁଡ଼ିଲା ଘର କାନ୍ଥ ।

କିଆ ବୁଦାରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଯାଜପୁର ,୧୪/୭(ଏସଏସନିଉଜ) ଆଜି ସକାଳୁଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତ ସୁନାରି ଗାଁ ନିକଟସ୍ଥ କିଆ ବୁଦାରୁ ବିବାହିତା ଝିଅ ଗୀତାଞ୍ଜଳି ଦାଶ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି । ମହିଳା ଜଣକ ସେହି ଗାଁର ଉପେନ୍ଦ୍ର ପାଣିଗ୍ରାହୀଙ୍କ ବିବାହିତା ଝିଅ ଗୀତାଞ୍ଜଳି ଦାଶ(୩୯) । ମହିଳା ଜଣକ ବେତଣ୍ଡା ଗାଁରେ ବିବାହ କରିଥିବାବେଳେ ଗତ ୩ ବର୍ଷ ହେଲା ପାରିବାରିକ ବିବାଦରୁ ଆସି ବାପଘରେ ରହୁଥିଲେ ।  

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା

ସୋର, ୧୪/୭(ଏସଏସନିଉଜ) ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି । ଦହିସଡ଼ା ନିକଟ ପେଟ୍ରୋଲ ପମ୍ପରେ ୫ ଯୁବକ ଏହି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । କର୍ମଚାରୀଙ୍କ ସହ ବଚସାରୁ ଭଙ୍ଗାରୁଜା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଉନ୍ମତ୍ତ ଯୁବକଙ୍କ କାରନାମା ରେକର୍ଡ ହୋଇଥିବାବେଳେ ପୁଲିସର ଅନୁଧ୍ୟାନ ଆରମ୍ଭ କରିଛି ।

ଆଜି ମୁଖ୍ୟମନ୍ତ୍ରୀ କରିବେ କୋଭିଡ ସମୀକ୍ଷା

ଭୁୁବନେଶ୍ୱର,୧୪/୭(ଏସଏସନିଉଜ) ୮ଶହ ଉପରେ ରାଜ୍ୟର ଦୈନିକସଂକ୍ରମଣ ସଂଖ୍ୟା ହେବାକୁ ଲାଗିଲାଣି ।ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୮ଶହ ଉପରକୁ ଡେଇଁଥିବାବେଳେ ସଙ୍ଗରୋଧରୁ ୪୭୧, ଲୋକାଲ କେସ ୩୩୩ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ . ହୋଇଛନ୍ତି ।କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା କରିବେ ।ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ […]

ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା, ୧୪/୭(ଏସଏସନିଉଜ) ପଞ୍ଚମ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଉଦିତ ନଗର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରବୀନ୍ଦ୍ର ପାଠକକୁ ଅଟକ ରଖି ପଚରାଉଚରା କରୁଥିବାରୁ ଜଣାପଡିଛି ।