ପାହାଡ଼ରୁ ଧସିଲା ମାଟି ଅତଡ଼ା
ଗଜପତି,୧୨/୭(ଏସଏସନିଉଜ) ଲଗାଣ ବର୍ଷାରେ ନୂଆଗଡ଼ ବ୍ଲକ୍ ପରିମଳ ପଞ୍ଚାୟତ ନୂଆପଲ୍ଲୀ ଗାଁରେ ପାହାଡ଼ରୁ ଧସିଲା ମାଟି ଅତଡ଼ା ।ଫଳରେ ଗାଁର ୪ରୁ ୫ଟି ଘର ମାଟି କାଦୁଅରେ ପୋତି ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି । ଘରର ଜିନିଷପତ୍ର ପାଣି କାଦୁଅରେ ପୋତି ହୋଇଯାଇଥିବାର ଜଣାପଡିଛି ।
Browsing category
ଗଜପତି,୧୨/୭(ଏସଏସନିଉଜ) ଲଗାଣ ବର୍ଷାରେ ନୂଆଗଡ଼ ବ୍ଲକ୍ ପରିମଳ ପଞ୍ଚାୟତ ନୂଆପଲ୍ଲୀ ଗାଁରେ ପାହାଡ଼ରୁ ଧସିଲା ମାଟି ଅତଡ଼ା ।ଫଳରେ ଗାଁର ୪ରୁ ୫ଟି ଘର ମାଟି କାଦୁଅରେ ପୋତି ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି । ଘରର ଜିନିଷପତ୍ର ପାଣି କାଦୁଅରେ ପୋତି ହୋଇଯାଇଥିବାର ଜଣାପଡିଛି ।
ନିମାପଡା,୧୨/୭(ଏସଏସନିଉଜ) ନିମାପଡାର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କର ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଷ୍ମନ୍ତଙ୍କର ପ୍ରାୟ ୧କୋଟି ୫୪ ଲକ୍ଷ ଟଙ୍କା ମୁଲ୍ୟର ୨୮ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଚଢାଉ ସମୟରେ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ଓ ବ୍ୟାଙ୍କରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ଇନ୍ସୁରାନ୍ସ ହୋଇଥିବା ବେଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ୩ ମହଲା କୋଠା , ଢେଙ୍କାନାଳରେ […]
ନବରଙ୍ଗପୁର,୧୧/୭(ଏସଏସନିଉଜ)ଏକ ଘରୋଇ ବିବାଦ ମାମଲାର ରଫାଦଫା କରିବାକୁ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ୨୦ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଟିମ୍ ରାତି ୧୧ ଟା ସମୟରେ ଲାଞ୍ଚ। ଟଙ୍କା ନେଇ ଦୌଡ଼ି ପଳାଇ ଯାଉଥିବାବେଳେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍।
ବଲାଙ୍ଗିର, ୧୧/୭(ଏସଏସନିଉଜ)ଟିଟିଲାଗଡ଼ ଜାତୀୟ ରାଜପଥ ୨୬ର ଖର୍ଲିକାନି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ କାର୍କୁ ଧକ୍କା ଦେବା ଫଳରେ କାର୍ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରିତମ ସାହୁ। ତାଙ୍କ ଘର କେଉଁଠି ଜଣାପଡ଼ିନାହିଁ ।
ପିପିଲି,୧୧/୭(ଏସଏସନିଉଜ) ପୁରୀରୁ ଭୁବନେଶ୍ୱର ଆସୁଥିବା ଶାରଳା ନାମକ ଏକ ଘରୋଇ ବସ୍ ସାତଶଙ୍ଖ ଛକରେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ବସଟି ରାସ୍ତା ଡିଭାଇଡରରେ ପିଟିହୋଇ ଓଲଟି ପଡ଼ିଥିଲା। ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲ, ପିପିଲି, ମଙ୍ଗଳପୁର ଓ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର,୧୧/୭(ଏସ ଏସ ନିଉଜ)ବିଜେବି କଲେଜ ସାମ୍ନାରୁ ରୁଚିକାଙ୍କ ମାଆଙ୍କୁ ଉଠାଇ ନେଲା ପୋଲିସ ।ଆତ୍ମହତ୍ୟା କରିଥିବା ରୁଚିକାଙ୍କ ମାଆଙ୍କୁ ଜବରଦସ୍ତ ଉଠାଇଲା ପୋଲିସ।ରୁଚିକାଙ୍କ ମାଆଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଲା ପୋଲିସ।ଝିଅକୁ ନ୍ୟାୟ ପାଇଁ ଧାରଣା ଦେଇଥିବା ମାଆଙ୍କୁ ଉଠାଇନେଲା।
ଭୁବନେଶ୍ୱର,୧୦/୭(ଏସଏସନିଉଜ) ତେହେରୀ ଜିଲ୍ଲାର ସୁରକଣ୍ଡା ଦେବୀ ମନ୍ଦିର ରୋପୱେରେ ଫସି ଯାଇଥିଲା ଟ୍ରଲି ।ଫଳରେ ୪୫ମିନଟ ପରେ ସୁରକ୍ଷିତଭାବେ ଉତ୍ତରାଖଣ୍ଡରେ ଜଣେ ବିଜେପି ବିଧାୟକଙ୍କ ସମେତ ୬୦ଜଣ ପର୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଯାତ୍ରୀ ନିରାପଦରେ ବାହାରକୁ ଆସିଛନ୍ତି ଏବଂ ରୋପୱେ ବର୍ତ୍ତମାନ ସୁରୁଖୁରୁରେ ଚାଲୁଛି । ଟ୍ରଲିରେ କୌଣସି ଯାତ୍ରୀ ଫସି ନାହାଁନ୍ତି ବୋଲି ତେହେରୀର ଏସଏସପି ନବନୀତ ଭୁଲାର ଏଏନଆଇକୁ କହିଛନ୍ତି। ଅନ୍ୟପକ୍ଷରେ, କେବୁଲ କାରରୁ ଉଦ୍ଧାର ହୋଇଥିବା ବିଜେପି ବିଧାୟକ କିଶୋର […]
ଭୁବନେଶ୍ୱର,୧୦/୭(ଏସଏସନିଉଜ) ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ମୀର ସୈରୁଦ୍ଦିନଙ୍କ ମୃତ୍ୟୁବରଣ କରିଚନ୍ତି ।୨୦୧୭ରୁ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ରହୁଥିଲେ ।ଆଜି ସକାଳେ ପଡ଼ିଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।ଅନ୍ୟପଟେ ହୃଦଘାତରେ ମୃତ୍ୟୁ ବୋଲି କହିଛନ୍ତି ଜେଲ୍ କର୍ତ୍ତୃପକ୍ଷ ।
ମୋହନା, ୧୦/୭(ଏସଏସନିଉଜ) ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ସ୍ୱାମୀ ।ମୋହନା ଥାନା ଅଧରନସ୍ଥ ଭାଲିଆଗଣି ଗାଁରେ ଘରୋଇ କଳିରୁ ଏହି ବୀଭତ୍ସ କାଣ୍ଡ ଘଟାଇଛି ସ୍ୱାମୀ ।ଖବରପାଇ ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସର ତଦନ୍ତ ଆରମ୍ଭ କରିଛି ।
ଭଦ୍ରକ, ୧୦/୭(ଏସଏସନିଉଜ) ଅଫୁଟା ବାଣରୁ ବାରୁଦ କାଢି ଖେଳିବା ବେଳେ ବିସ୍ଫୋରଣ ହେବାରୁ ଜଣେ ନବାଳକ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଆହତ ହୋଇଥିବା ନାବାଳକ ହେଉଛନ୍ତି ରାଜୁ ମଳିକଙ୍କ ପୁଅ ଶିବା । ଏହି ଘଟଣା ତିହିଡି ବ୍ଲକ ଅଧିନସ୍ଥ କାଁପଡା ଗ୍ରାମରେ ଘଟିଛି । ବାହାଘରରେ ଫୁଟା ଯାଇଥିବା […]