Browsing category

ଅପରାଧ

ଜବତ ହେଲା ୧୫ ଲକ୍ଷ ଟଙ୍କାର ଜାଲ ନୋଟ

ଭୁବନେଶ୍ୱର,୧୩/୭(ଏସଏସନିଉଜ)କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ୱାରା ସମ୍ବଲପୁର ଯୁଯୁମରା ନିକଟରେ ୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି ।ଏହାସହ ୨ ଆନ୍ତରାଜ୍ୟ ମାଫିଆକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ନିର୍ଭରଯୋଗ୍ୟ ସୁତ୍ରରୁ ସୂଚନା ପାଇ ଏସଟିଏଫ ସମ୍ବଲପୁର ଜିଲ୍ଲା ପୋଲିସ ସହାୟତାରେ ଗତକାଲି ଜୁଜୁମାରା ପୋଲିସ ଷ୍ଟେସନ ଅଧିନସ୍ଥ ନୁଆ ଆଡାପଡା ଗ୍ରାମରେ ନକଲି ନୋଟର ବେଆଇନ ବ୍ୟବସାୟ ହେଉଥିବାର ଜାଣିବାକୁ ପାଇଥିଲେ ।ଚଢଉ କରି ଘଟଣାସ୍ଥଳରୁ ପୋଦର ପ୍ରସାଦ ସାହୁ ଓ ଜନ୍ମେଜୟବାଗ୍ କୁ ଗିରଫକରିବାରେ […]

ଭିଜିଲାନ୍ସ ଜାଲରେ ମହିଳା ଯନ୍ତ୍ରୀ

ବେଗୁନିଆ , ୧୩/୭(ଏସଏସନିଉଜ)୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଯନ୍ତ୍ରୀ ।ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ ଧରାପଡ଼ିଲେ ।ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ନଦୀକୁ ଡେଇଁ ପଡିଲେ ଯୁବତୀ

ଯାଜପୁର, ୧୩/୭(ଏସଏସନିଉଜ) ଜେନାପୁର ଥାନା ଯୋକଡ଼ିଆ ବ୍ୟାରେଜ୍ ନିକଟରେ ଜଣେ ଯୁବତୀ ଖରସ୍ରୋତା ନଦୀକୁ ଡେଇଁ ନିଖୋଜ ହୋଇଛନ୍ତି ।ନିଖାଜ ଯୁବତୀ ହେଉଛନ୍ତି ବାଉଁଶ ଅଣ୍ଟା ଗାଁ ର କାଠିଆ ଦେହୁରିଙ୍କ ଝିଅ ଧାନି ।ଯୁବତୀଜଣଙ୍କ ମାମୁଁଘର ଛୋଟରାୟପୁର ଗାଁରୁ ସକାଳୁ ସାଇକେଲ ଯୋଗେଆସି ଯୋକଡ଼ିଆ ଆନିକଟ ବଜାରକୁ ଆସି ଚା ପାଇବା ପରେ ବ୍ୟାରେଜ୍ ଉପରୁ ନଦୀକୁ ଡେଇଁ ପଡିଛନ୍ତି। ଯୁବତୀ ଜଣଙ୍କ କାହିଁକି ଏପରି ପଦକ୍ଷପ ନେଲେ ତାହା କିଛି ଜଣାପଡି ନଥିବାବେଳେ ଅଗ୍ନିଶମ […]

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା

ବଲାଙ୍ଗିର,୧୩/୭(ଏସଏସନିଉଜ)ପାଟଣାଗଡ଼ ରାମପୁର ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ଉଲବା ଗାଁର ଭଜ ଧରୁଆ। ଆହତ ଉଲବା ଗାଁର ରାଜେଶ ଭୁଏ । ତୁଲସିଡୁଙ୍ଗୁରିର ଅଜିତ ମାଝି ଓ ବଲଦେବ ଭୋଇଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି ।  

ଭାସିଗଲେ ଯୁବକ

ମାଲକାନଗିରି,୧୩/୭(ଏସଏସନିଉଜ) ମାଛ ଧରିଲା ବେଳେ ନଦୀରେ ଭାସିଗଲେ ଯୁବକ ।କାଲିମେଳା ଥାନା ଏମ୍ଭି ୩୧ ଗାଁର ଯୁବକ ଭାସିଯାଇଥିଲେ ।ଖବରପାଇ ଗଲେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ବହୁଖୋଜାଖୋଜି କରିବାପରେ ମୃତଦେହ ଉଦ୍ଧାର କରିଥିଲେ ।  

ସାନଭାଇକୁ ହାଣିଦେଲା ବଡ଼ଭାଇ

ବ୍ରହ୍ମପୁର ,୧୩/୭(ଏସଏସନିଉଜ) ସାନଭାଇକୁ ହାଣି ବଡ଼ଭାଇର ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି ।ଜରଡ଼ା ଥାନା ଜୁବୁଲିଙ୍ଗି ଗାଁରେ ଜମିବାଡ଼ି ଗଣ୍ଡଗୋଳରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।ସାମାନ୍ୟ ବଚସାରୁ ସାନଭାଇକୁ କାତିରେ ହାଣି ହତ୍ୟା କରିଛି ବଡ଼ଭାଇ । ହତ୍ୟା ପରେ ଜରଡ଼ା ଥାନାରେ ଅଭିଯୁକ୍ତ ବଡ଼ଭାଇ ଆତ୍ମସମର୍ପଣ କରିଛନ୍ତି ।.

ଧାରଣାରେ ବସିଲେ ଆଇନଜୀବୀ

ଅନୁଗୋଳ,୧୨/୭(ଏସ ଏସ ନିଉଜ)ଆଜି ଅନୁଗୋଳ ଜିଲ୍ଲା ତାଳଚେର ତହସିଲ ଅଫିସ ଭିତରେ ପ୍ରତାପ ପ୍ରଧାନ ନାମକ ଏହି ଆଇନଜୀବୀ ତଳେ ବସି ଧାରଣା ଦେଇଥିଲେ l ତାଙ୍କର ଅଭିଯୋଗ ହେଲା, ତାଳଚେର ତହସିଲ ଅଫିସକୁ କାମ ପାଇଁ ବାରମ୍ବାର ଦୌଡୁଥିଲେ ମଧ୍ୟ ବିନା ଲାଞ୍ଚରେ କୌଣସି କାର୍ଯ୍ୟ କରାଯାଉ ନାହିଁ।

ଲାଞ୍ଚନେଇ ଧରାପଡ଼ିଲେ ବ୍ଲକ ICDS ସୁପରଭାଇଜର

ବଲାଙ୍ଗିର,୧୨/୭(ଏସ ଏସ ନିଉଜ)ଲାଞ୍ଚନେଇ ଧରାପଡ଼ିଲେ ବଲାଙ୍ଗିର ଆଗଲପୁର ବ୍ଲକ ICDSର ସୁପରଭାଇଜର କୁନି ନାୟକ ।୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଟଙ୍କା ଦେବାକୁ ନେଉଥିଲେ ଲାଞ୍ଚ ।

ପାହାଡ଼ରୁ ଧସିଲା ମାଟି ଅତଡ଼ା

ଗଜପତି,୧୨/୭(ଏସଏସନିଉଜ) ଲଗାଣ ବର୍ଷାରେ ନୂଆଗଡ଼ ବ୍ଲକ୍ ପରିମଳ ପଞ୍ଚାୟତ ନୂଆପଲ୍ଲୀ ଗାଁରେ ପାହାଡ଼ରୁ ଧସିଲା ମାଟି ଅତଡ଼ା ।ଫଳରେ ଗାଁର ୪ରୁ ୫ଟି ଘର ମାଟି କାଦୁଅରେ ପୋତି ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି । ଘରର ଜିନିଷପତ୍ର ପାଣି କାଦୁଅରେ ପୋତି ହୋଇଯାଇଥିବାର ଜଣାପଡିଛି ।

ଭିଜିଲାନ୍ସ ଜାଲରେ ନିମାପଡାର ସହକାରୀ ଯନ୍ତ୍ରୀ

ନିମାପଡା,୧୨/୭(ଏସଏସନିଉଜ) ନିମାପଡାର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କର ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଷ୍ମନ୍ତଙ୍କର ପ୍ରାୟ ୧କୋଟି ୫୪ ଲକ୍ଷ ଟଙ୍କା ମୁଲ୍ୟର ୨୮ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଚଢାଉ ସମୟରେ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ଓ ବ୍ୟାଙ୍କରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ଇନ୍ସୁରାନ୍ସ ହୋଇଥିବା ବେଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ୩ ମହଲା କୋଠା , ଢେଙ୍କାନାଳରେ […]