Browsing category

ଅପରାଧ

କୋଏଲ ନଦୀରୁ ୪ର୍ଥ ମୃତଦେହ ମିଳିଲା

ଭୁବନେଶ୍ୱର,୧୦/୭(ଏସଏସନିଉଜ) ପବିତ୍ର ବାହୁଡା ଯାତ୍ରା ଦିନ ଗାଧୋଇଯାଇଥିବାବେଳେ ୪ ଭାଇ କୋଏଲ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି ।ମୃତକ ନାବାଳକମାନେ ହେଉଛନ୍ତି କୁନାଲ ସାହୁ, ଋଷି ସାହୁ, ରୋନକ ସାହୁ ଏବଂ କୌଶଲ ସାହୁ । ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଚତୁର୍ଥ ଭାଇଙ୍କ ଶବ ଆଜି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି । ସମ୍ପର୍କୀୟଙ୍କ ଶୁଦ୍ଧକ୍ରିୟାରେ ଆସିଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଥିବାର ଜଣାପଡିଛି । ରାଉରକେଲାର […]

ହାତଗୋଡ ବନ୍ଧା ଯୁବକଙ୍କ ମୃତଦେହ ମିଳିଲା

ବାଲେଶ୍ୱର,୧୦/୭(ଏସଏସନିଉଜ)ଜଳେଶ୍ୱରର ବିଚ ରାସ୍ତାର ମଝିରେ ହାତଗୋଡ ବନ୍ଧା ହୋଇଥିବା ଏକ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି ।ଜଳେଶ୍ୱରର ଏନଏଚ-୧୬ର ଶାନ୍ତିଆ ଫ୍ଲାଏ ଓଭରବ୍ରିଜ ଉପରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।  

ଦୁର୍ଦ୍ଦାନ୍ତମାଓବାଦୀ ଗିରଫ

ମାଲକାନଗିର. ୧୦/୭(ଏସଏସନିଉଜ) ସର୍ଚ୍ଚ ଅପରେସନ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଥିବାର ଜଣାପଡିଛିା କାନ୍‌କେର ଘାଟି ପାର୍ଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ଲଛମନ ପଡିଆମୀ ଗିରଫ ହୋଇଛନ୍ତି ।ଲଛମନ ପଡିଆମୀ ଗିରଫ ନେଇ ମାଲକାନଗିରି ଏସ୍‌ପିଙ୍କ ସୂଚନା ଦେଇଛନ୍ତି ।ଛତିଶଗଡ଼ ସୀମା ତୁଳସୀ ପାହାଡ଼ରେ ସର୍ଚ୍ଚ ଅପରେସନ ବେଳେ ଗିରଫ କରାଯାଇଛି ।  

ସରପଞ୍ଚଙ୍କ ସମେତ ୧୫ ଜଣଙ୍କ ନାଁରେ ଥାନାରେ ମାମଲା

ବାଲେଶ୍ବର, ୯/୭(ଏସଏସନିଉଜ) ଗତକାଲି ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି ଗ୍ରାମର ଜଣେ ଯୁବକ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛି ।ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେବାସହ ମନ୍ଦିରଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।ଏହାସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ସ୍ଥାନୀୟ ସରପଞ୍ଚ ଙ୍କ ସହ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଗୁରୁବାର ସକାଳେ ସ୍ଥାନୀୟ ପାହି ଅଞ୍ଚଳରେ ଏକ ଚିଙ୍ଗୁଡ଼ିଘେରିରୁ ଇଞ୍ଚୁଡ଼ି ଗ୍ରାମର କୁନା ଦଳେଇ ଲୁହାରଡ୍ ଚୋରି କରିଥିବା ନେଇ […]

କରେଣ୍ଟ ଲାଗି ୧ମୃତ, ୨ ଗୁରୁତର

ଭଦ୍ରକ,୮/୭(ଏସ ଏସ ନିଉଜ) କରେଣ୍ଟ ଲାଗି ଜଣେ ମୃତୁବରଣ କରିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ବନ୍ତ ଥାନା ପଦାକଣା ଗାଁରେ ବରଯାତ୍ରୀ ଯାଉଥିବା ଏହି ବେଳେ ଅଘଟଣ ଘଟିଛି ।ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଅଘଟଣ ଘଟିଥିବାର ଜଣାପଡିଛି ।

ଲୋକ ଲଜ୍ୟାରୁ ମହିଳାଙ୍କ ଆତ୍ମହତ୍ୟା !

ଖଲ୍ଲିକୋଟ,୮/୭(ଏସ ଏସ ନିଉଜ) ଭିଡିଓ ଭାଇରାଲ ପରେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।ତେନ୍ତୁଳିପଲ୍ଲୀ ଗାଁର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।କାଲି ବାଗଲପୁର ଗାଁର ଜଣେ ଯୁବକଙ୍କ ସହ ମହିଳାଙ୍କୁ ଗାଁ ଲୋକ ଦେଖିଥିଲେ।ଘଟଣାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ବସି ବିଚାର କରାଯାଇଥିଲା।

ଧରାପଡିଲେ ତହସିଲଦାର

କରଞ୍ଜିଆ,୮/୭(ଏସ ଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଲେ ରରୁଆଁ ତହସିଲଦାର । ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ ଧରା ପଡ଼ିଲେ ।୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ।ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଭୁବନେଶ୍ୱର,୮/୭(ଏସ ଏସ ନିଉଜ)ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୃତ।ଏକ ସଭାରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା।ନାରା ସହରରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା ।ସିଞ୍ଜୋ ଆବେଙ୍କ ପଛପଟୁ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା।ଜନସଭାକୁ ସମ୍ବୋଧନ କରିବା ସମୟରେ ହୋଇଥିଲା ଗୁଳିମାଡ ।

ଝାଡାବାନ୍ତିରେ ଆକ୍ରାନ୍ତ ୩୫ ପିଲା

ରାୟଗଡ଼ା, ୮/୭(ଏସଏସନିଉଜ) ଦଣ୍ଡାପଡା କେବିକେ ହଷ୍ଟେଲରେ ଅଖାଦ୍ୟ ଖାଇ ୩୫ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଗତକାଲି ରାତିରେ ପିଲାମାନେ ରାତ୍ରିଭୋଜନ ସାରି ଶୋଇଥିବା ବେଳେ ଆଜି ସକାଳେ ପିଲାମାନଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଆମ୍ବୁଲାନ୍ସରେ ପିଲାମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇ ଛାତ୍ରଙ୍କ ଚିକିତ୍ସା ଆରମ୍ଭ ହୋଇଛି

ମନ୍ଦିର ହୁଣ୍ଡିରୁ ଲୁଟିନେଲେ ଦୁର୍ବୃତ୍ତ

ପିପିଲି,୮/୭(ଏସଏସନିଉଜ) ବିଳମ୍ବିତ ରାତିରେ ପିପିଲି ଗୋବର୍ଦ୍ଧନପୁର ଶନି ମନ୍ଦିରରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି ।ଚୋରମନାେ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୃତ୍ତ ।ଏହାସହ ଗତିଶ୍ବର ଶିବ ମନ୍ଦିରର ହୁଣ୍ଡି ତାଡ଼ିନେଇ ଦାନ ଟଙ୍କା ନେବା ପରେ ଦୟା ନଦୀରେ ହୁଣ୍ଡି ବାକ୍ସ ଚୋରମାନେ ଫିଙ୍ଗି ଦେଇଥିବାର ଜଣାପଡିଛି ।ଖବରପାଇ ପିପିଲି ପୋଲିସର ତଦନ୍ତ ଆରମ୍ଭ କରିଛି ।