ଜବତ ହେଲା ୧୫ ଲକ୍ଷ ଟଙ୍କାର ଜାଲ ନୋଟ

ଭୁବନେଶ୍ୱର,୧୩/୭(ଏସଏସନିଉଜ)କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ୱାରା ସମ୍ବଲପୁର ଯୁଯୁମରା ନିକଟରେ ୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି ।ଏହାସହ ୨ ଆନ୍ତରାଜ୍ୟ ମାଫିଆକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ନିର୍ଭରଯୋଗ୍ୟ ସୁତ୍ରରୁ ସୂଚନା ପାଇ ଏସଟିଏଫ ସମ୍ବଲପୁର ଜିଲ୍ଲା ପୋଲିସ ସହାୟତାରେ ଗତକାଲି ଜୁଜୁମାରା ପୋଲିସ ଷ୍ଟେସନ ଅଧିନସ୍ଥ ନୁଆ ଆଡାପଡା ଗ୍ରାମରେ ନକଲି ନୋଟର ବେଆଇନ ବ୍ୟବସାୟ ହେଉଥିବାର ଜାଣିବାକୁ ପାଇଥିଲେ ।ଚଢଉ କରି ଘଟଣାସ୍ଥଳରୁ ପୋଦର ପ୍ରସାଦ ସାହୁ ଓ ଜନ୍ମେଜୟବାଗ୍ କୁ ଗିରଫକରିବାରେ ସକ୍ଷମ ହୋଇଥିଲେ ।୧୫ଲକ୍ଷଟଙ୍କା ସହ ଦୁଇଟି ଲାପଟପ୍, ଗୋଟିଏ ରଙ୍ଗ ପ୍ରିଣ୍ଟର୍ ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରିଥିଲୋଆବଶ୍ୟକ ଆଇନଗତ କାର‌୍ୟ୍ୟାନୁଷ୍ଠାନ ପାଇଁ ଜୁଜୁମାରା ପୋଲିସ ଷ୍ଟେସନରେ ୧୦୪/୨୨କେଶନଂରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଏହି ଜାଲ ନୋଟ ଜବତ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ ।ଜନସେବା କେନ୍ଦ୍ର ନାଁରେ ଚାଲିଥିଲା ଜାଲ୍ ନୋଟ୍ ତିଆରି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ ଡିଏସ୍‌ପି ସଚ୍ଚିଦାନନ୍ଦ ରଥ ।

 

Comments (0)
Add Comment